ଚିତ୍ରକୋଣ୍ଡା ସିମିଳିପଦର ଜଙ୍ଗଲରେ କମ୍ବିଂ ଅପରେସନ ; ଜଣେ ମାଓବାଦୀ ନିହତ
18/05/2018 at 10:19 AM

ଚିତ୍ରକୋଣ୍ଡା ସିମିଳିପଦର ଜଙ୍ଗଲରେ ପୋଲିସର ସର୍ଚ୍ଚ ଅପରେସନ ଚାଲିଛି | ସେଥିପାଇଁ ବିଚ୍ଛିନ୍ନାଞ୍ଚଳରେ ଲଞ୍ଚ ସେବା ବନ୍ଦ କରାଯାଇଛି | ଲଞ୍ଚ ସେବା ବନ୍ଦ କରିବାକୁ ଓଡିଶା ଏସ୍ଓଜି ଓ ଆନ୍ଧ୍ର ଗ୍ରେହଣ୍ଟର ନିର୍ଦ୍ଦେଶ ଦିଆଯାଇଛି | ଆଗାମୀ ଦୁଇ ଦିନ ଯାଏଁ ଏହି ଲଞ୍ଚ ସେବା ବନ୍ଦ ରହିବ | ଗତକାଲିଠୁ ପୋଲିସର ସର୍ଚ୍ଚ ଅପରେସନ ଚାଲିଛି | କମ୍ବିଙ୍ଗ ବେଳେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି | ଘଟଣାସ୍ଥଳରୁ ଗୋଟିଏ ଏସ୍ଏଲ୍ଆର୍, ଥ୍ରୀ ନଟ୍ ଥ୍ରୀ ପିସ୍ତଲ ଜବତ କରାଯାଇଛି | ଚିତ୍ରକୋଣ୍ଡା ସିମିଳିପଦର ଜଙ୍ଗଲରେ ପୋଲିସର ସର୍ଚ୍ଚ ଅପରେସନ ଏବେବି ଜାରି ରହିଛି |