ଚିତ୍ରକୋଣ୍ଡା ବିଛିନ୍ନାଂଚଳରେ ମିଳୁନି ଚାଉଳ
17/04/2018 at 10:00 AM

ଗରିବ ସିମାରେଖା ତଳେ ଥିବା ଲୋକଙ୍କୁ ମିଳିବ ଟଙ୍କିକିଆ ଚାଉଳ । ଏହା ହେଉଛି ଆମ ରାଜ୍ୟ ସରକାରଙ୍କ ଚାଉଳ ଯୋଜନା । ତେବେ ଯୋଜନାର ଶୁଭାରମ୍ଭ ହୋଇଥିବା ମାଲକାନଗିରି ଜିଲ୍ଲା ବାସିଙ୍କୁ ହି ମିଳୁନାହି ଏହି ସୁବିଧା । ଗତ ୩ ମାସରୁ ଅଧିକା ସମୟ ଧରି ୩୦୦ ରୁ ଉର୍ଧ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ହିତାଧିକାରି ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏ ନେଇ ସ୍ତାନିୟ ସରପଞ୍ଚ ଆଜି ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି ।ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଶହ ଶହ ଲୋକ ପ୍ରତି ଦିନ ନଈ ନାଳ ପାରି ହୋଇ ନାକାମାମୁଡି ପଞ୍ଚାୟତକୁ ଆସୁଛନ୍ତି ଟଙ୍କିକିଆ ଚାଉଳ ନେବା ଲାଗି ହେଲେ ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡୁଛି । ଦିର୍ଘ ଦିନ ଧରି ସମସ୍ୟା ଲାଗି ରହିଥିବାରୁ ସ୍ତାନିୟ ଲୋକଙ୍କୁ ନେଇ ନାକାମାମୁଡି ସରପଞ୍ଚ ଆଜି ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।ସରପଞ୍ଚଙ୍କ ଠାରୁ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ବିଭାଗକୁ । ନକ୍ସଲ ପନ୍ଥିଙ୍କ ଆଳ ଦେଖାଇ ଯୋଗାଣ ଅଧିକାରି କହିଛନ୍ତି ଯେ ବିଚ୍ଛିନ୍ନାଞ୍ଚଳରେ ନକ୍ସଲ ସମସ୍ୟା ରହିଥିବାରୁ ସେଠାକୁ ଠିକ ଭାବେ ଚାଉଳ ଯାଇପାରୁ ନାହି । ଫଳରେ ରାଜ୍ୟ ସରକାର ୩ ମାସର ଆଲର୍ଟମେଣ୍ଟ କାଟି ଦେଇଛନ୍ତି । ପୁଣି ସେହି ଚାଉଳ ଫେରାଇ ଆଣିବା ଲାଗି ରାଜ୍ୟ ସରକାରଙ୍କୁ ଲେଖା ଯାଇଥିବା ଯୋଗାଣ ଅଧିକାରି କହିଛନ୍ତି ।