ଚିତ୍ରା ରାମକ୍ରିଷ୍ଣନ୍ଙ୍କୁ ମିଳିଲା ଜାମିନ୍: ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିଲେ ଏନଏସଇର ପୂର୍ବତନ ସିଇଓ
9/02/2023 at 4:21 PM

ନୂଆଦିଲ୍ଲୀ, ୦୯/୦୨: ଚିତ୍ରା ରାମକ୍ରିଷ୍ଣନ୍ଙ୍କୁ ମିଳିଲା ଜାମିନ୍। ମଙ୍ଗଳବାର ନାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣନ୍ଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଚିତ୍ରା ଏନଏସଇର କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ ମାମଲା ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିଲେ। ଫୋନ୍ ଟ୍ୟାପିଂ ମାମଲାରେ ପୂର୍ବରୁ ଜାମିନ୍ ମଞ୍ଜୁର କରିସାରିଛନ୍ତି।
ଏନଏସଇର କର୍ମଚାରୀଙ୍କୁ ଫୋନ୍ ଟ୍ୟାପିଂ ମାମଲାରେ ଇଡି ମୁମ୍ବାଇ ପୋଲିସର ପୂର୍ବତନ ମୁଖ୍ୟ ସଞ୍ଚୟ ପାଣ୍ଡେ ଏବଂ ଚିତ୍ରାଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା। ହାଇକୋର୍ଟ ୮ ଡିସେମ୍ବରରେ ମନିଲଣ୍ଡ୍ରିଂ ମାମଲାରେ ପୂର୍ବତନ ସଞ୍ଚୟ ପାଣ୍ଡେଙ୍କୁ ମଧ୍ୟ ଜାମିନ୍ ଦେଇଥିଲେ।
ଇଡିର ଅଭିଯୋଗ ଅନୁଯାୟୀ, ସଞ୍ଜୟ ପାଣ୍ଡେଙ୍କ କମ୍ପାନୀ iSec କୁ ଏନଏସଇରେ ସାଇବର ସୁରକ୍ଷା ପାଇଁ ନିଯୁକ୍ତ କରାଯାଇଥିଲା। କିନ୍ତୁ iSec ଏନଏସଇ କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ କରୁଥିଲା। ଅଭିଯୋଗ iSec ଚିତ୍ରାଙ୍କ ଇଙ୍ଗିତରେ ହିଁ ଏନଏସଇ କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ କରିଥିଲା।
ଏପରି ସେ ଏଥିପାଇଁ କରିଥିଲେ କାରଣ ସେ ଜାଣିବାକୁ ଚାହୁଥିଲେ ଏନଏସଇରୁ ତଥ୍ୟ ଲିକ୍ ନେଇ କର୍ମଚାରୀମାନେ କଥା ହେଉଛନ୍ତି କି ? ତେବେ ଏଭଳି ଅବୈଧ ଭାବରେ ଫୋନ୍ ଟ୍ୟାପିଂ କରି iSec ୪.୫୪ କୋଟି ଟଙ୍କା ଆୟ କରିଥିଲା। ଆଉ ଏସବୁ ଏନଏସଇରେ ସିଇଓ ଭାବରେ ଥିବା ସମୟରେ ୨୦୧୩ ରୁ ୨୦୧୭ ମଧ୍ୟରେ ଚିତ୍ରାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା।
ଚିତ୍ରାଙ୍କୁ ସିବିଆଇ ଗତବର୍ଷ ମାର୍ଚ୍ଚ ମାସରେ ଗିରଫ କରିଥିଲା। ଜାମିନ୍ ଖାରଜ ହେବାପରେ ଗିରଫ କରାଯାଇଥିଲା। ଇଡି ଏହି ମାମଲାରେ ତାଙ୍କର ଜାମିନ୍କୁ ବିରୋଧ କରିବା ସହ ତାଙ୍କୁ ଏହି ମାମଲାର ମାଷ୍ଟରମାଇଣ୍ଡ ବୋଲି କହିଛି।