Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଶେଷ , ଶୁଣାଣି ବନ୍ଦ : ସରକାରଙ୍କୁ ଘେରିଲେ ବିରୋଧୀ, ରାଜ୍ୟସାରା ଆନ୍ଦୋଳନ ଧମକ ଦେଲା ଚିଟ୍‌ଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମଞ୍ଚ

4/03/2020 at 7:47 PM

କଟକ/ଭୁବନେଶ୍ବର ୦୪।୦୩ : ଚିଟଫଣ୍ଡ ତଦନ୍ତ କମିଶନଙ୍କ ଆଉ ଶୁଣାଣି ହେବ ନାହିଁ । ଏନେଇ ନୋଟିସ ଜାରି ହୋଇଛି । କମିଶନଙ୍କ କାର୍ଯ୍ୟକାଳ ବନ୍ଦ ହେବା ନେଇ ନୋଟିସ ପରେ ଏହାକୁ ନେଇ ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମଞ୍ଚ ପ୍ରଶ୍ନ ଉଠାଇଛି । ସେପଟେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କମିଶନଙ୍କ ଶୁଣାଣି ବନ୍ଦ ପରେ ସରକାର ଘୋଷଣା କରିଥିବା ଜମାକାରୀଙ୍କ ଟଙ୍କା କେମିତି ଫେରାଇବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ ଜବାବରେ ବିଜେଡି କହିଛି କମିଶନଙ୍କ କାର୍ଯ୍ୟକାଳ ସରିଲେ ଯେ, ସରକାର ଟଙ୍କା ଫେରାଇବେନି ବୋଲି ଭାବିବା ଠିକ ନୁହେଁ ।

ଚିଟଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ।  ଫେବୃଆରୀ ୪ରୁ ସରିଲାଣି କମିଶନଙ୍କ କାର୍ଯ୍ୟାକାଳ । ଆଉ ଏବେ କମିଶନଙ୍କ କୋର୍ଟ ବସିବନି କି ହେବନି ଶୁଣାଣି ।  ଜାରି ହୋଇଛି ଏଭଳି ବିଧିବଦ୍ଧ ନୋଟିସ । କମିଶନଙ୍କ କାର୍ଯ୍ୟାଳୟରୁ ଜାରି ହୋଇଛି ନୋଟିସ । ତେବେ ଏଭଳି ନୋଟିସକୁ ନେଇ ପ୍ରଶ୍ନ ଉଠାଇଛି ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମଞ୍ଚ । ଜମାକାରୀଙ୍କୁ ଟଙ୍କା ଫେରାଇବାକୁ  ସରକାର କର୍ଫସ ଫଣ୍ଡ ଘୋଷଣା କରିଥିଲେ । ଚିଟଫଣ୍ଡ କମ୍ପାନୀଗୁଡ଼ିକର ପ୍ରପର୍ଟି ଆଟାଚ କରି ଟଙ୍କା ଫେରାଇବାକୁ ଆଶ୍ବାସନା ଦେଇଥିଲେ । କେବଳ କ୍ଷୁଦ୍ର ଜମାକାରୀଙ୍କ ଭିତରୁ ପ୍ରାୟ ଲକ୍ଷେ  ଜମାକାରୀଙ୍କୁ ଟଙ୍କା ଦେଇଛନ୍ତି । ଏବେ ଶୁଣାଣି ବନ୍ଦ ହେଲାଣି । ବାକି କ୍ଷୁଦ୍ର ଓ ବୃହତ ଜମାକାରୀ କେମିତି ଟଙ୍କା ଫାଇବେ ବୋଲି ପ୍ରଶ୍ନ ଉଠାଇଛି ମଞ୍ଚ । ଏହାକୁ ନେଇ ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀ ଓ ବ୍ଲକ ଆଗରେ  ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ଚିଟଫଣ୍ଡ ଜମାକାରୀ କ୍ଷଚିଗ୍ରସ୍ତ ମଞ୍ଚ ।

କେବଳ କ୍ଷତିଗ୍ରସ୍ତ ଜମାକାରୀ ମଞ୍ଜ ନୁହେଁ, ବିରୋଧୀ ଦଳ ବି ଏହାକୁ ନେଇ ପ୍ରଶ୍ନ ଉଠାଇଲେଣି । ସରକାର ନିର୍ବାଚନକୁ ଆଖିରେ ରଖି ଟଙ୍କା ଫେରାଇବା କଥା କହିଥିଲେ ଓ କମିଶନ ଘୋଷଣା କରିଥିଲେ । ଜମାକାରୀଙ୍କୁ ସରକାର ଠକୁଛନ୍ତି। ସେମାନେ କେମିତି ଟଙ୍କା ଫେରି ପାଇବେ ବୋଲି ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି । ସେପଟେ କମିଶନଙ୍କ କାର୍ଯ୍ୟକାଳ ସରିଲେ ଯେ, ଜମାକାରୀ ଟଙ୍କା ଫେରିପାଇବେନି ବୋଲି ଭାବିବା ଭୁଲ ।

ଚିଟ୍‌ଫଣ୍ଡ ଘୋଟାଲାର ନ୍ୟାୟିକ ତଦନ୍ତ ଲାଗି ସରକାର ଜଷ୍ଟିସ ମଦନମୋହନ ଦାସ କମିଶନ ୨୦୧୩ ମସିହାରୁ ଗଠନ କରିଥିଲେ । ଫେବ୍ରୁଆରୀ ୪ରେ କମିଶନଙ୍କ କାର୍ଯ୍ୟକାଳ ସରିଛି । ଆଉ ଏବେ ନୋଟିସ ଜାରି ହେବା ପରେ ଚିଟଫଣ୍ତ ଘୋଟାଲାର ନ୍ୟାୟିକ ତଦନ୍ତ ପ୍ରକ୍ରିୟାରେ ପୂଣ୍ଣଛେଦ ପଡିଛି ବୋଲି କୁହାଯାଇପାରେ ।

   Related Posts