ବୁଢୀଗାଁ ଜଙ୍ଗଲରେ ବିରାଡି ଛୁଆର ମୃତ୍ୟୁ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | January 23, 2023 IST

କରଞ୍ଜିଆ ୨୩/୦୧: ଅସୁରକ୍ଷିତ ଶିମିଳିପାଳ । କେତେବେଳେ ଶିକାରୀଙ୍କ ଦ୍ଵାରା ହାତୀ ଶିକାର ହେଉଥିବାବେଳେ ଆଉ କେତେବେଳେ ବାଘ ଚମଡା ଉଦ୍ଧାର ଘଟଣା । କେଉଁଠି ନା କେଉଁଠି ଶିମିଳିପାଳର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରବିବାର ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ତାଳବନ୍ଧ ରେଞ୍ଜ ଅସାଡଲା ବିଟ୍ ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା ।

ପୁଣିଥରେ ସୋମବାର କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ବୁଢ଼ିଗାଁ ଜଙ୍ଗଲରୁ ବନବିଭାଗ ଦ୍ୱାରା ଏକ ଚିତାବିରାଡ଼ି ଛୁଆର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଚିତା ବିରାଡ଼ି ଛୁଆର ଆନୁମାନିକ ବୟସ ଏକ ମାସରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନବିଭାଗ ତାକୁ କରଞ୍ଜିଆ ପଶୁ ଚିକିତ୍ସାଳୟକୁ ଆଣି ମୃତଦେହ ବ୍ୟବଚ୍ଛେଦ କରାଯାଉଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.