ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଚୌଦ୍ୱାରର ଦୁଇଜଣଙ୍କ ଘରେ ସିବିଆଇ ଚଢ଼ାଉ
12/10/2018 at 5:09 PM

ଚୌଦ୍ୱାର ୧୨/୧୦ : ଚୌଦ୍ୱାରରେ ସିବିଆଇ ଚଢ଼ାଉ ହୋଇଛି । ପୌରପାଳିକା ୧୬ ନମ୍ବର ୱାର୍ଡ ଗୋଡିପାଟଣା ଗ୍ରାମରେ ୨ ଜଣଙ୍କ ଘରେ ଆଜି ସକାଳୁ ସିବିଆଇର ଏକ ୧୨ ଜଣିଆ ଟିମ ଚଢ଼ାଉ କରିଛନ୍ତି । ଗ୍ରାମର ମନୋଜ ସୁବୁଦ୍ଧି ଓ ସୁଧୀର ବେହେରାଙ୍କ ଘରେ ଏହି ଚଢ଼ାଉ ହୋଇଛି । ଚିଟଫଣ୍ଡ ଘଟଣାରେ ଏହି ଦୁଇ ଜଣ ସମ୍ପୃକ୍ତ ଥିବାରୁ ଏହି ଚଢ଼ାଉ ହୋଇଥିବା ଜଣାପଡିଛି । ଗତ ଚାରି ବର୍ଷ ତଳେ ସିବିଆଇ ସୁଧୀରଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲେ । ସେବେଠାରୁ ସୁଧୀର ଫେରାର ଥିଲେ । ମନୋଜଙ୍କ ଘରେ ଚଢ଼ାଉ ବେଳେ ସେ ଘରେ ନଥିବା ସୂଚନା ମିଳିଛି । ସୁଧୀରଙ୍କ ଘର ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ସିବିଆଇ ଅଫିସରମାନେ ବାହାରେ ଜଗି ରହିଛନ୍ତି । ଚଢ଼ାଉ ବେଳେ ଚୌଦ୍ୱାର ପୋଲିସ ଉପସ୍ଥିତ ଅଛନ୍ତି । ସୁଧୀର ବେହେରା ରିଅଲ ଭିଜନ ଓ ମନୋଜ ସୁବୁଦ୍ଧି ସାରଦା ଚିଟ ଫଣ୍ଡ ଘୋଟଲାରେ ସାମିଲ ଥିବାର ଜଣାପଡିଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023