ଭୁବନେଶ୍ୱର ସିବିଆଇ ଅଫିସରେ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ତାନା

Published By : Prameya-News7 Bureau | June 18, 2018 IST

ଭୁବନେଶ୍ୱର ପହଞ୍ଚିଛନ୍ତି ସବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ତାନା। ୪ବର୍ଷ ମଧ୍ୟରେ ସିବିଆଇ କରିଥିବା ତଦନ୍ତର ସମୀକ୍ଷା କରିବା ସହ ଆସନ୍ତା କାର୍ଯାନୁଷ୍ଠାନ ବିଷୟରେ କରିଛନ୍ତି ଆଲୋଚନା। ସିବିଆଇ ଓ ଏସଆଇଟି ଏସପିଙ୍କ ସମେତ ସମସ୍ତ ତଦନ୍ତକାରୀ ଅଧିକାରୀ ସହ ଆଲୋଚନା କରିଛନ୍ତି ଆସ୍ତାନା । ଚିଟଫଣ୍ଡ ମାମଲାରେ ଦୀର୍ଘ ୪ ବର୍ଷ ଧରି ସିବିଆଇ ତଦନ୍ତ କରୁଛି। ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ୨୦୧୪ ମସିହାରେ ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ। ଏବେ ସୁଦ୍ଧା ୭ଟି କମ୍ପାନୀ ବିରୋଧରେ ସିବିଆଇ ସମ୍ପୂର୍ଣ୍ଣ ଚାର୍ଜସିଟ ଦାଖଲ କରିବାରେ ସକ୍ଷମ ହୋଇଛି। ହେଲେ ଏବେସୁଦ୍ଧା ସରିନି ସି ସୋର ମାମଲାର ତଦନ୍ତ । ଖୁବଶୀଘ୍ର ପୁଣିଥରେ ସି ସୋର ମାମଲା ତ୍ବରାନିତ୍ବ ହେବା ସହ ଗିରଫ ହୋଇନଥିବା କେତେକ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହୋଇଛି ତାଲିକା। ଏ ନେଇ ଏବେ ସିବିଆଇ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ରାଜ୍ୟରେ ଚିଟଫଣ୍ଡ ମାମଲାର ତଦନ୍ତ କରିବା ପାଇଁ ୨୦୧୪ ସିବିଆଇକୁ ଦିଆଯାଇଥିଲା ନିର୍ଦ୍ଦେଶ । ୪୪ ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ହେଲେ ୪ବର୍ଷରେ ମାତ୍ର ୭ଟି କମ୍ପାନୀ ବିରୋଧରେ ତଦନ୍ତ ସାରି ପାରିଛି ସିବିଆଇ। ୭ଟି କମ୍ପାନୀ ବିରୋଧରେ ସମ୍ପୂର୍ଣ୍ଣ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ଓଡିଶାରେ ଚାଲିଥିବା ୨୯ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ୧୫କମ୍ପାନୀ ବିରୋଧରେ ମେନ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୧୧ ଚିଟଫଣ୍ଡୃ ମାମଲାର ମୁଖ୍ୟ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିସାରିଛନ୍ତି। ସେମାନଙ୍କୁ ଦଣ୍ଡ ବିଧାନ ମଧ୍ୟ ହୋଇ ସାରିଛି। ହେଲେ ଏବେବି ସରିନି ସି ସୋର ମାମଲାର ତଦନ୍ତ। ସି ସୋର ମାମଲାରେ ଏବେବି କେତେକଙ୍କୁ ଗିରଫ କରିବା ପାଇଁ ତାଲିକା ପ୍ରସ୍ତୁତ କରିଛି ସିବିଆଇ। ଯେଉଁଥି ପାଇଁ ସିବିଆଇ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକର ଆୟୋଜନ। ଖୁବଶୀଘ୍ର ସମସ୍ତ କମ୍ପାନୀର ତଦନ୍ତ ଶେଷ କରିବା ସହ ଦୋଷୀଙ୍କ ଉପରେ କଠୋର ଦଣ୍ଡ ବିଧାନ ଲକ୍ଷ୍ୟରେ ସିବିଆଇ। ବାକି ରହିଥିବା ଚିଟଫଣ୍ଡ କମ୍ପାନୀ ଗୁଡିକର ତଦନ୍ତ ରହିଛି ଜଟିଳ। ଅନେକ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ନେଇ ଉଠିଛି ପ୍ରଶ୍ନ। ଯାହାର ପ୍ରମାଣ ଖୋଜୁଛି ସିବିଆଇ। ଅନ୍ୟପଟେ ସିବିଆଇର ସମନ୍ବୟ କ୍ରମେ ୪ ଟି ବଡ ଚିଟଫଣ୍ଡ କମ୍ପାନୀରେ ପାଖାପାଖି ଦେଢହଜାର କୋଟି ଟଙ୍କାର ସମ୍ପତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି। ଜବତ ସମ୍ପତିର ତାଲିକା କୋର୍ଟଙ୍କ ନିକଟରେ ଦାକଲ ହୋଇସାରିଛି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ସମସ୍ତ ସମ୍ପତି ନିଲାମ କରି ଲୋକଙ୍କ ଟଙ୍କା ଫେରସ୍ତ କରାଯିବା ପ୍ରକ୍ରିୟା ଆରମ୍ଭ କରାଯିଇଛି। ଗୋଟିଏ ପରେ ଗୋଟିଏ ଚିଟଫଣ୍ଡ କମ୍ପାନୀର ମୁଖ୍ୟଅଭିଯୁକ୍ତ ମାନି ଯାଉଛନ୍ତି ଦୋଷ। ଅନ୍ୟପଟେ ଏବେବି ସି ସୋର ମାମଲାରେ ଦାଖଲ ହୋଇଛି ଫାଇନାଲ ଚାର୍ଜସିଟ। ସି ସୋର ମାମଲାରେ କାହା ଉପରେ ହେବ କାର୍ଯ୍ୟାନୁଷ୍ଠାନ। କେବେ ଦାଖଲ ହେବ ଫାଇନାଲ ଚାର୍ଜସିଟ। ତାକୁ ନେଇ ଏବେ ଚଳଚଞ୍ଚଳ ସିବିଆଇ କାର୍ଯ୍ୟାଳୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.