ଲକ୍‌ଡାଉନ୍‌ ଯୋଗୁଁ ପ୍ରଭାବିତ ଉଠା ଦୋକାନୀ, ସରକାର ଦୃଷ୍ଟି ଦେବାକୁ କଲେ ଅନୁରୋଧ

Published By : Prameya-News7 Bureau | June 01, 2020 IST

ବାଲିପାଟଣା ୦୧।୦୬: ଓଡିଶା ଜାନିଯାତ୍ରା, ମେଳନ , ମହୋତ୍ସବ ପାଇଁ ପ୍ରସିଦ୍ଧ । ପିଲାମାନଙ୍କର ବିଭିନ୍ନ ଖେଳନା, କଣ୍ଢେଇ, ବେଲୁନ୍ ଠାରୁ ଆରମ୍ଭ କରି ଷ୍ଟେସନାରୀ, ପ୍ଲାଷ୍ଟିକ ଜିନିଷ, ବିଭିନ୍ନ ଘରକରଣା ଜିନିଷ ଆଦି ଏହି ମେଳନ, ଯାତ୍ରା, ମହୋତ୍ସବ, ମିନାବଜାରରେ  ଦେଖିବାକୁ ମିଳେ । ଏହି ମେଳନ ମହୋତ୍ସବ ଏବଂ ଯାତ୍ରାରେ ଏଭଳି ଉଠା ଦୋକାନ କରି ନିଜର ଗୁରାଣ ମେଂଟାନ୍ତି କିଛି ବ୍ୟବସାୟୀ ।

{"id":279475,"sizeSlug":"large"}

କରୋନା ମହାମାରୀ ପାଇଁ ପ୍ରସିଦ୍ଧ ହରିରାଜପୁର ମେଳନ ଠାରୁ ଏସବୁ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଫଳରେ ଏହି ଭଳି ଉଠାଦୋକାନି କରୁଥିବା ବ୍ୟବସାୟୀ ଏବେ ପ୍ରଭାବିତ । ରାଜଧାନୀ ଉପକଣ୍ଠ ବନମାଳିପୁର ବ୍ୟବସାୟୀ ମାନଙ୍କ ପାଇଁ ସାରା ଦେଶରେ ପ୍ରସିଦ୍ଧ । ବନମାଳିପୁରର ପ୍ରାୟ ୨୦୦ ଉଠାଦୋକାନି ବ୍ୟବସାୟୀ । ରାଜ୍ୟର ପ୍ରାୟ ୨୦ ଟି ଜିଲ୍ଲାରେ ହେଉଥିବା ମେଳନ, ମହୋତ୍ସବ, ଯାତ୍ରା ଏବଂ ମିନା ବଜାରରେ ସେମାନଙ୍କର ପସରା ମେଲାଇ ଦୁଇ ପଇସା ରୋଜଗାର କରି ସେମାନଙ୍କର ପରିବାର ପ୍ରତିପୋଷଣ କରନ୍ତି । ଲକ୍‌ଡାଉନ୍ ରେ ଏବେ ଏମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଏ ନେଇ ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ତ୍ରିବେଣୀ ମୀନାବଜାର ବ୍ୟବସାୟୀ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.