ବୁର୍ଲା ଏସଡିପିଓ କାର୍ଯ୍ୟାଳୟରେ ଚିନ୍ମୟୀଙ୍କ ମା’ ଓ ବାପା, ଝିଅ ମୃତ୍ୟୁ ଘଟଣାରେ ପଚରାଉଚୁରା
5/03/2023 at 5:12 PM

ସମ୍ବଲପୁର ୫।୩: ବୁର୍ଲା ଏସଡିପିଓ କାର୍ଯ୍ୟାଳୟରେ ହାଜର ହେଲେ ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମା ଓ ବାପା । ଚିନ୍ମୟୀଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ହୀରାକୁଦ ଏସଡିପିଓ ଅଫିସ କାର୍ଯ୍ୟାଳୟରେ ପରିବାର ଲୋକଙ୍କୁ ପଚରାଉଚୁରା ପାଇଁ ହାଜର କରାଯାଇଛି । ଉତ୍ତରାଞ୍ଚଳ ଆଇଜି ଡକ୍ଟର ଦୀପକ କୁମାର, ସମ୍ବଲପୁର ଏସଡପିଓ ତପନ ମହାନ୍ତି, ବୁର୍ଲା ଏସଡିପିଓ ତପନ ମହାନ୍ତି, ବୁର୍ଲା ଆଇଆଇସି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ପଚରାଉଚୁରା ଜାରି ରଖିଛନ୍ତି ।
ଏସଡିପିଓ କାର୍ଯ୍ୟାଳୟରେ ସମୁଦାୟ ୩୧ଜଣଙ୍କୁ ପଚାରଉଚୁରା କରାଯାଇଛି । ଏମାନଙ୍କ ମଧ୍ୟରେ ୫ ଜଣ ଦୋକାନୀ, ଜଣେ ଢାବା ମାଲିକ ଓ ଅନ୍ୟ ସମସ୍ତେ ଭିସୁଟ୍ ।