ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଲାଏଡିଟେକ୍ସନ୍ ରିପୋର୍ଟ, ହତ୍ୟା ନୁହେଁ ସ୍ପଷ୍ଟ କଲେ ଏସ୍ପି
7/03/2023 at 11:38 AM

ସମ୍ବଲପୁର ୦୭/୦୩ : ଚିନ୍ମୟୀ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଲେ ସମ୍ବଲପୁର ଏସ୍ପି । ଏହା ହତ୍ୟା ନୁହେଁ ବରଂ ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା କହିଲେ ଏସ୍ପି ବତୁଲା ଗଙ୍ଗାଧର । ସେପେଟେ ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ସହଯୋଗୀ ମାନସ ଟୁଡୁଙ୍କୁ ୧୬୦ ବଣ୍ଡ୍ରେ ଛଡାଯିବ ବୋଲି ଏସ୍ପି କହିଛନ୍ତି । ଆବଶ୍ୟକ ପଡିଲେ ପୁଣି ସେମାନଙ୍କୁ ଆଣି ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।
ଘଟଣା ଦିନ ଉଭୟ ଚିନ୍ମୟୀ ଏବଂ ପ୍ରୀତିମାନ୍ ନିଶା ସେବନ କରିଥିବା ବେଳେ କିଛି ଗଂଜେଇ ଜାତୀୟ ଦ୍ରବ୍ୟ ସେବନ କରିଥିବା ପ୍ରମାଣ ମିଳିଥିବା ଏସପି କହିଛନ୍ତି । ଆଗକୁ ଭିସେରାରେ ଏହା ସ୍ପଷ୍ଟ ହେବ । ସେପଟେ ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଯେଉଁଥିରେ ସ୍ପଷ୍ଟ ହୋଇଛି ପ୍ରୀତିମାନ ଓ ମାନସ ମିଛ କହିନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ଚିନ୍ମୟୀ ସାହୁଙ୍କୁ ହତ୍ୟା କରାଯାଇନି । ବରଂ ସେ ପାଣିରେ ବୁଡି ମରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସମ୍ୱଲପୁର ଏସ୍ପି ବି.ଗଙ୍ଗାଧର ।
ସୂଚନା ଥାଉକି, ରବିବାର ରାତିରେ ସିନ୍ ରିକ୍ରିଏସନ କରିଛି ପୋଲିସ । ଆଇଜିଙ୍କ ଉପସ୍ଥିତିରେ ସିନ୍ ରିକ୍ରିଏସନ କରିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରତିମାନ ଦେ ଓ ମାନସ ଟୁ଼ଡୁଙ୍କୁ ପାଓ୍ବାର କେନାଲ ବ୍ରିଜ ଉପରକୁ ନେଇ ସିନ ରିକ୍ରିଏସନ କରିଛି ପୋଲିସ । ସେପଟେ ଆସିଲା ପ୍ରୀତିମାନ ଦେ ଓ ମାନସ ଟୁଡୁ ର ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ।
SFSL ସିଲ କଭରରେ ବୁର୍ଲା ପୋଲିସକୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି । ବୁର୍ଲା ପୋଲିସର ଏକ କନେଷ୍ଟବଳ ଏହି ରିପୋର୍ଟ ଆଣି ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ବୁଧବାର ଏସପି ବୁର୍ଲା ଥାନା ଗସ୍ତ କରି ଏହି ରିପୋର୍ଟର ତର୍ଜମା କରିବା ପରେ ପରିବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।