ଚୀନ ବୈଜ୍ଞାନିକଙ୍କ ଦାବି: ‘କରୋନା ଭାଇରସ ମନୁଷ୍ୟକୃତ୍ୟ, ମୋ ପାଖରେ ଅଛି ପ୍ରମାଣ’

Published By : Prameya-News7 Bureau | September 12, 2020 IST

ଓ୍ବାଶିଂଟନ୍ ୧୨/୦୯: କରୋନା ଭାଇରସର ଉତ୍ପତ୍ତିସ୍ଥଳ ଚୀନକୁ ନେଇ କ୍ରମାଗତ ବିଭିନ୍ନ ପ୍ରଶ୍ନ ଉଠୁଛି। ଆମେରିକା ଠାରୁ ଆରମ୍ଭ କରି ୟୁରୋପ ଅନେକ ଦେଶ ଏହି ମାରାତ୍ମକ ଭାଇରସ ପାଇଁ ଚୀନକୁ ଦାୟୀ କରୁଛନ୍ତି। ଏହି କ୍ରମରେ ଚୀନର ମହିଳା ଭାଇରୋଲଜିଷ୍ଟ ଚୀନ ସରକାରଙ୍କ ଧମକ ପରେ ଏବେ ଆମେରିକାରେ ଆସି ରହୁଛନ୍ତି। ଏହା ସହ କରୋନା ଭାଇରସକୁ ମାନବକୃତ୍ୟ ବୋଲି ଦାବି କରିଛନ୍ତି।

ଭାଇରୋଲଜିଷ୍ଟ ଲି-ମେଙ୍ଗ ୟାନ କହିଛନ୍ତି କରୋନା ଭାଇରସ ମନୁଷ୍ୟକୃତ୍ୟ ବୋଲି ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ଯାହାକୁ ସେ ଖୁବ୍ ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆଣିବେ। ସେ ଚୀନ ସରକାରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ କହିଛନ୍ତି ଯେ କରୋନା ଭାଇରସକୁ ଚୀନ ବହୁତ କିଛି ଲୁଚାଉଛି। କରୋନା ଉହାନ ମାର୍କେଟରୁ ଆସିନାହିଁ। ବରଂ ଏ ମାରାତ୍ମକ ଭାଇରସ ଉହାନ ଲ୍ୟାବରୁ ଆସିଛି ଓ ଏହା ମାନବ ନିର୍ମିତ। ସରକାରଙ୍କ ଧମକ ପରେ ଲି ହଂଗକଂଗ ଛାଡ଼ି ଆମେରିକା ଚାଲି ଆସିଲେ ଓ ତାଙ୍କର ବ୍ୟକ୍ତିଗତ ତଥ୍ୟ ସରକାରୀ ଡାଟାବେସ୍‌ରୁ ନଷ୍ଟ କରି ଦିଆଯାଇଛି। ତା’ସହ ତାଙ୍କ ସାଙ୍ଗ ମାନଙ୍କ ଦ୍ବାରା ତାଙ୍କ ବିଷୟରେ ଅପପ୍ରଚାର କରିବାକୁ କୁହାଯାଇଛି।

ସରକାର ତାଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ବିଭିନ୍ନ ତରିକା ଗ୍ରହଣ କରୁଛନ୍ତି। ଏପରିକି ହତ୍ୟା କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ବୈଜ୍ଞାନିକଙ୍କ ସହ ଲି କରୋନା ସମ୍ପର୍କରେ ଅଧ୍ୟୟନ କରୁଛନ୍ତି। ସେ ସବୁ ଚାଲେଞ୍ଜକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହା ସହ ଭାଇରସ ମାନବକୃତ୍ୟ ବୋଲି ସେ ଖୁବଶୀଘ୍ର ପ୍ରମାଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.