ବନ୍ଦ ହେବ ଚାଇନା ଖେଳନା ! ଇଲେକ୍ରୋନିକ୍ସ ଗୁଡସ ଉପରେ ବି ଲଗାଯିବ ରୋକ୍

Published By : Prameya-News7 Bureau | January 13, 2020 IST

ନୂଆଦିଲ୍ଲୀ ୧୩/୧: ଚାଇନା ଖେଳନା ଉପରେ ଲାଗିପାରେ  ଆର୍ଥିକ ପ୍ରତିବନ୍ଧକ । ଏହାସହିତ ଇଲେକ୍ରୋନିକ୍ସ ଗୁଡ୍ ଉପରେ ବି ଲଗାଯିବ ରୋକ୍ । ଘରୋଇ ଉତ୍ପାଦକଙ୍କ ସ୍ବାର୍ଥକୁ ଦେଖି ଏଭଳି ନିସ୍ପତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଣିକି  ଚାଇନା ସମେତ ବାହାର ଦେଶରୁ ଯେଉଁ ସବୁ ଶସ୍ତା ଖେଳନା ଓ ଇଲେକ୍ରୋନିକ୍ସ ଗୁଡ୍ସ ଭାରତ ଆସୁଛି ତାଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବ ଉପରେ କେନ୍ଦ୍ର ବିଚାର କରୁଥିବାବେଳେ ଏସବୁର କ୍ବାଲିଟ୍ କଣ୍ଟ୍ରୋଲ ଉପରେ ଧ୍ୟାନ ଦେବାକୁ ଚିନ୍ତା କରାଯାଇଛି ।

ସେହିଭଳି କିଛି ବ୍ରାଣ୍ଡେଡ ରିଟେଲ ଚେନ୍ ଯେଉଁମାନେ ବହୁମାତ୍ରାରେ ଚାଇନା ଖେଳନା ଆମଦାନୀ କରି ଏଠି ଷ୍ଟୋର କରି ରଖୁଛନ୍ତି ସେସବୁକୁ ନିଷିଦ୍ଧ ତାଲିକା ଭୁକ୍ତ କରିବାକୁ ଚିନ୍ତା କରାଯାଉଛି । ବାହାର ଦେଶରୁ ଭାରତକୁ  ଯେତିକି  ଟଏ ଓ ଗେମ୍ସ ଆଧାରିତ ପ୍ଲାଷ୍ଟିକ ଉତ୍ପାଦ ଆସୁଛି ବର୍ଷକୁ ତାର ଦାମ୍ କେବଳ ୪ ହଜାର ୫୦୦ କୋଟିରୁ ଅଧିକ । ସେଥିରୁ ଚାଇନା ପ୍ରଡକ୍ଟ ୩ ହଜାର ୨୦୦ କୋଟି ହେବ । କିଛିଦିନ ତଳେ କ୍ବାଲିଟ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାଇ ଚାଇନା ଖେଳନାର ମାନ ଭାରତୀୟ ମାନକ ଠାରୁ ବହୁ ତଳେ ରହୁଛି ।

ପାଖାପାଖି ୭୦ ପ୍ରତିଶତ ଚାଇନା ଖେଳନା ପିଲାଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଦେଶରେ ବିକାଯାଉଥିବା ଖେଳାର ୮୫ ପ୍ରତିଶତ ଚାଇନାରୁ ଆସୁଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ କେନ୍ଦ୍ର ସରକାର ପୁଣି ଥରେ ଚାଇନା ଖେଳନା ଉପରେ କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.