oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଚାଇନା ଖେଳନା ଉପରେ ଲାଗିବ ପ୍ରତିବନ୍ଧକ ! ଭାରତୀୟ ସୁରକ୍ଷା ଷ୍ଟାଣ୍ଡାର୍ଡକୁ ମିଟ୍‌ କରୁନାହିଁ ଚାଇନା ପ୍ରଡକ୍ଟ

13/01/2020 at 8:39 PM

ଭୁବନେଶ୍ବର ୧୩।୦୧: ଚାଇନା ଖେଳନା ଉପରେ ଲାଗିପାରେ ପ୍ରତିବନ୍ଧକ । ସେହିଭଳି ଚାଇନାର ବିଭିନ୍ନ ଇଲେକେଟ୍ରୋନିକ୍ସ ଉପରେ ବି ଲଗାଯିବ ରୋକ୍‌ । କାରଣ ଚାଇନା ଖେଳନା ଗୁ଼ଡିକ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି QCI ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣା ପଡିଛି ।

ସେହିଭଳି କିଛି ବ୍ରାଣ୍ଡେଡ୍‌ ରିଟେଲ୍‌ ଚେନ୍‌ ଯେଉଁମାନେ ବହୁମାତ୍ରାରେ ଚାଇନା ଖେଳନା ଆମଦାନୀ କରି ଏଠି ଷ୍ଟୋର କରି ରଖୁଛନ୍ତି ସେସବୁକୁ ନିଷିଦ୍ଧ ତାଲିକା ଭୁକ୍ତ କରିବାକୁ ଚିନ୍ତା କରାଯାଉଛି ।

ଚାଇନା ଖେଳନାକୁ NO । ଚାଇନା ଖେଳନା ଉପରେ ଏଣିକି ଲାଗିପାରେ ପ୍ରତିବନ୍ଧକ । କାରଣ ଏହା ଶିଶୁଙ୍କ ସ୍ବାସ୍ଥ୍ୟପ୍ରତି ହାନିକାରକ ସାବ୍ୟସ୍ତ ହୋଇଛି । କ୍ବାଲିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ମିଳିତ ସର୍ଭେରେ ଜଣା ପଡିଛି ଯେ ଚାଇନା ନିର୍ମିତ ଖେଳନାର ମାନ ଭାରତୀୟ ମାନକ ଠାରୁ ବହୁ ତଳେ । 

ଏହି ପ୍ରଡକ୍ଟ ଗୁଡିକ ଏତେ ନିମ୍ନ ମାନର ଅଟେ ଯେ ଏହା ଭାରତୀୟ ସୁରକ୍ଷା ଷ୍ଟାଣ୍ଡାର୍ଡକୁ ମିଟ୍ କରୁନାହିଁ । ଯାହା ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ତେଣୁ ଚାଇନାରୁ ଆସୁଥିବା ଖେଳନାଗୁଡିକ ଉପରେ ପ୍ରତିବନ୍ଧ ଲଗାଯିବ । କେବଳ ଚାଇନା ନୁହେଁ ବାହାର ଦେଶରୁ ଭାରତକୁ ଆସୁଥିବା ଶସ୍ତା ଖେଳନା ଓ ଇଲେକ୍ଟୋନିକ୍‌ ସାମଗ୍ରୀ ଉପରେ ଏଣିକି ପ୍ରତିବନ୍ଧ ଲଗାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

କେବଳ ଖେଳନା ନୁହେଁ ଚୀନ୍‌ ଇଲେକ୍ରୋନିକ୍ସ ସାମଗ୍ରୀ ଉପରେ ବି ଲଗାଯିବ ରୋକ୍ । ଘରୋଇ ଉତ୍ପାଦକଙ୍କ ସ୍ବାର୍ଥକୁ ଦେଖି ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସେହିଭଳି କିଛି ବ୍ରାଣ୍ଡେଡ ରିଟେଲ ଚେନ୍ ଯେଉଁମାନେ ବହୁମାତ୍ରାରେ ଚାଇନା ଖେଳନା ଆମଦାନୀ କରି ଏଠି ଷ୍ଟୋର କରି ରଖୁଛନ୍ତି ସେସବୁକୁ ନିଷିଦ୍ଧ ତାଲିକା ଭୁକ୍ତ କରିବାକୁ ଚିନ୍ତା କରାଯାଉଛି ।

ବାହାର ଦେଶରୁ ଭାରତକୁ ଯେତିକି ଟଏ ଓ ଗେମ୍ସ ଆଧାରିତ ପ୍ଲାଷ୍ଟିକ ଉତ୍ପାଦ ଆସୁଛି ବର୍ଷକୁ ତାର ଦାମ୍ କେବଳ ୪ ହଜାର ୫୦୦ କୋଟିରୁ ଅଧିକ । ସେଥିରୁ ଚାଇନା ପ୍ରଡକ୍ଟ ୩ ହଜାର ୨୦୦ କୋଟି ହେବ ।

ପାଖାପାଖି ୭୦ ପ୍ରତିଶତ ଚାଇନା ଖେଳନା ପିଲାଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଦେଶରେ ବିକାଯାଉଥିବା ଖେଳାର ୮୫ ପ୍ରତିଶତ ଚାଇନାରୁ ଆସୁଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି ।

   Related Posts