scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

iPhone 15କୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଛି ଚୀନ

25/09/2023 at 5:55 PM

ନୂଆଦିଲ୍ଲୀ,୨୫/୯: ମିଛ କହିବାରେ ଚୀନ ପାରଙ୍ଗମ। ଭାରତର ଶ୍ରେୟକୁ ସହଜରେ ହଜମ କରିପାରୁନି ଚୀନ। iPhone15 ମ୍ୟାନୁଫ୍ୟାକଚର୍‌କୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ଚଳାଇଛି। କହୁଛି- ଚାଇନିଜ୍ ମ୍ୟାନୁଫ୍ୟାକଚର୍ iPhone15 ଏକ୍ସକ୍ଲୁସିଭ୍ ଭାବେ ଇୟୁରୋପୀୟ ଓ ଆମେରକୀୟ ବଜାରରେ ଉପଲବ୍ଧ ହୋଇଛି। ଭାରତ ନିର୍ମିତ ଭର୍ସନ୍ iPhone15 କେବଳ ଚୀନ୍ ବଜାରରେ ଉପଲବ୍ଧ ହେବ। ଯାହା ସମ୍ପୂର୍ଣ୍ଣ ମିଛ।

ଏନେଇ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତି ଚୀନ ୟୁଜର। ଯାହା ଭାରତ ବିରୋଧୀ ମନ୍ତବ୍ୟ। Weibo ଆକାଉଣ୍ଟରେ ଅନେକ ୟୁଜର ପୋଷ୍ଟ ଆଇଫୋନ୍-୧୫କୁ ଚୀନ ଫୋନ୍ କହି ଭାରତ ବିରୋଧରେ ଲେଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ପ୍ରଥମ କରି ଜିନିଷ ଆସିଛି। ଦେଖିକି ଲୁହ ଚାଲି ଆସୁଛି। ଏହା ଭାରତ ପାଇଁ ଭଲ। ଏହା ବହୁତ ସଫା ଓ ହାଇଜେନିକ୍।

ସେହିପରି ଅନ୍ୟ ଏକ ପୋଷ୍ଟରେ ଉଲ୍ଲେଖ ଅଛି- ଭାରତୀୟ ଦିନ ମଜୁରିଆ ନିଜ ହାତରେ ଭାତ ତରକାରୀ ଖାଉଛନ୍ତି। ନିଜ ଆଖି ପୋଛିବା ପରେ ନିଜ ମୋବାଇଲ ଫୋନକୁ ଛୁଉଁଛନ୍ତି। ଆଉ ଶୁଣିବାକୁ ମିଳୁଛି- ଭାରତରୁ ଆସୁଥିବା ଆଇଫୋନ୍ ଭଲଭାବେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି।
ଏହି ପୋଷ୍ଟରେ ଏହି ପୋଷ୍ଟରେ ଦର୍ଶାଯାଇଛି ଯେ ପରିଷ୍କାର ପରିଚ୍ଛନ୍ନତା ଥିବା ବ୍ୟକ୍ତିମାନେ ଏହିପରି ଫୋନକୁ ମ୍ୟାନେଜ୍ କରିବାରେ ଘୃଣା କରିପାରନ୍ତି, ଯାହା ଆଇଫୋନ୍ ଏକ ଅପ୍ରୀତିକର ଗନ୍ଧ ଆସିବ ବୋଲି କହିଛନ୍ତି।

ବ୍ଲୁମ୍ବର୍ଗ ରିପୋର୍ଟ ଶୀର୍ଷକ ‘’Apple to Sell Made-in-India iPhones on Launch Day for First Time’’ ଅର୍ଥାତ୍ ପ୍ରଥମଥର ପାଇଁ ଆଇଫୋନ୍ର ମେଡ୍-ଇନ୍-ଇଣ୍ଡିଆ ଲଞ୍ଚ୍ ଶୀର୍ଷକରେ ୟୁରୋପୀୟ ଓ ଚୀନ ବଜାରରେ ଉପଲବ୍ଧନେ ନେଇ ଗୁଜବ ପ୍ରଚାର କରାଯାଉଛି। ଆଇଫୋନ୍ ୧୫ର ଭାରତ ନିର୍ମିତ ଭର୍ସନ ଚୀନ ମାର୍କେଟରେ ଏକ୍ସକ୍ଲୁସିଭ୍ ଲଞ୍ଚ୍ ହୋଇଛି।

ତେବେ ଏହି ବିବାଦ ଭିତରେ Weiboରେ Hashtag ଦେଖିବାକୁ ମିଳିଛି। ”ଯଦି ଆପଣ ଚୀନରେ ନୂଆ ଫୋନ୍‌ କଣୁଛନ୍ତି, ତାହାହେଲେ ଆପଣ ମେଡ୍ ଇନ୍-ଇଣ୍ଡିଆର ଆଇଫୋନ୍‌ ପାଇବେ।” ତେବେ ଏହି ହାସ୍‌ ଟାଗ୍‌ ସମ୍ପୂର୍ଣ୍ଣ ମିଛ ସୂଚନା।

ଚୀନର ଜଣେ ସାମ୍ବାଦିକ ଏକ୍ସରେ କହିଛନ୍ତି ଯେ ଆପଲ୍‌ ମାନୁଫାକ୍ଚରିଂ ନେଟଓ୍ୱର୍କ ବିସ୍ତାର କରୁଥିବା ବେଳେ କିପରି ଭାବେ କିଛି ଚୀନ ଲୋକ ଭାରତକୁ ଟାର୍ଗେଟ କରୁଛନ୍ତି। ୫୦ ପ୍ରତିଶତ ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌-୧୫ ଫେରସ୍ତ ହୋଇଥିବା ମିଛ ଅଭିଯୋଗ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିଛି ଆପଲ୍‌ ନେଟଓ୍ୱର୍କ। ସ୍ପଷ୍ଟୀକରଣ ଦେଇ କହିଛି- ଚୀନ ନିର୍ମିତ ଆଇଫୋନ୍ ୧୫ ସିରିଜ୍‌ ଇଉରୋପୀୟ ମାର୍କେଟ୍‌ ଓ ଆମେରକୀୟ ବଜାରରେ ପ୍ରବେଶ କରିନି। ସେହିପରି ଭାରତ ନିର୍ମିତ ଆଇଫୋନ୍ ୧୫ କେବଳ ଚୀନ ବଜାର ପାଇଁ ଉଦ୍ଦିଷ୍ଟ ନୁହେଁ। ପ୍ରକାଶଥାଉକି ତାମିଲନାଡୁରେ ଥିବା ଫକ୍ସକନ୍‌ ଦ୍ୱାରା ଆଇଫୋନ୍୧୫ ଭାରତରେ ମାନୁଫାକ୍ଚର କରୁଛି।

   Related Posts