ଭାରତ ମହାସାଗରରେ ବୁଡ଼ିଲା ଚୀନ ଜାହଜ, ସାହାଯ୍ୟ ପାଇଁ ଭାରତ ପଠାଇଲା P8I ଏୟାରକ୍ରାଫ୍ଟ

Published By : Prameya-News7 Bureau | May 18, 2023 IST

ନୂଆଦିଲ୍ଲୀ, ୧୮/୦୫: ଭାରତ ମହସାଗରରେ ବୁଡ଼ିଯାଇଥିବା ଚୀନର ଏକ ଜାହଜକୁ ଉଦ୍ଧାର କରିବାକୁ ଭାରତ ପଠାଇଲା ସହାୟତା। ଦୁଇଦିନ ତଳେ ଚୀନର ଏକ ମାଛଧରା ଜାହଜ ଭାରତ ମହାସାଗରରେ ବୁଡ଼ି ଯାଇଥିଲା। ଏହି ଜାହଜରେ ପ୍ରାୟ ୩୯ ଲୋକ ଥିଲେ। ଆଉ ଏହା ବୁଡ଼ିବା ପରେ ଚୀନ୍‌ ଭାରତ ସହ ଅନ୍ୟ ଦେଶଙ୍କ ଠାରୁ ସାହାଯ୍ୟ ମାଗିଥିଲା। ତେବେ ଚୀନ୍‌ର ଅନୁରୋଧ ପରେ ଭାରତ ମାନବିକତା ଦେଖାଇ ଜାହଜ ଏବଂ ଉକ୍ତ ୩୯ ଜଣଙ୍କୁ ଖୋଜିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି।

ଏହି ଅପରେସନ ପାଇଁ ଭାରତ P8I ଏୟାରକ୍ରାଫ୍ଟକୁ ପଠାଇଛି। ଚୀନର ଜାହଜ ଲୁ ପେଙ୍ଗ ୟୁଆନ ୟୁ ୦୨ ମଙ୍ଗଳବାର ଭାରତ ମହାସାଗରର ସେଣ୍ଟ୍ରାଲ ରିଜନରେ ବୁଡ଼ିଯାଇଥିଲା। ଏଥିରେ ଚୀନର ୧୭ ଜଣ, ଇଣ୍ଡୋନେସିଆର ୧୭ ଜଣ ଏବଂ ଫିଲିପିନ୍ସର ୫ ଜଣ ରହିଥିଲେ।

ଚୀନର ଅନୁରୋଧ ପରେ ଭାରତ ମେ ୧୭ରେ  ପ୍ରାୟ ୯୦୦ ସାମୁଦ୍ରିକ ମାଇଲ ଦୂରରେ ଭାରତ ମହାସାଗରରେ P8I ଏୟାରକ୍ରାଫ୍ଟକୁ ନିୟୋଜିତ କରିଛି। ରେସ୍କ୍ୟୁ ଅପରେସନ ସମୟରେ ଜାହଜର ଜଡ଼ିତ ଅନେକ ଜିନିଷ ମିଳିଥିବା ନେଇ ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି। ଚୀନ ଗଣମାଧ୍ୟମ ଅନୁଯାୟୀ ଏପର୍ଯ୍ୟନ୍ତ ୨ ଜଣକ ମୃତଦେହ ଉଦ୍ଧାର କରାଗଲାଣି। ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.