ଚୀନ ବୈଜ୍ଞାନିକମାନେ ୧୧ଟି ମାଙ୍କଡ଼ ଶରୀରରେ ପ୍ରତିରୋପଣ କଲେ ମାନବ ମସ୍ତିଷ୍କରେ ଥିବା ଜିନ୍ : ପରିବର୍ତ୍ତନ ହେଲା ଏହି ଅଭ୍ୟାସ

Published By : Prameya-News7 Bureau | April 16, 2019 IST

ନୂଆଦିଲ୍ଲୀ ୧୬/୪: ଚୀନର ବୈଜ୍ଞାନିକମାନେ ମାଙ୍କଡ଼ଙ୍କ ଶରୀରରେ ମାନବ ମସ୍ତିଷ୍କର ଜିନକୁ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଗତ ମାସରେ ବେଜିଙ୍ଗରୁ ପ୍ରକାଶିତ ନ୍ୟାସନାଲ ସାଇନ୍ସ ରିଭ୍ୟୁ ମ୍ୟାଗାଜିନରେ ପ୍ରକାଶିତ ସନ୍ଦର୍ଭ ଅନୁସାରେ ବୈଜ୍ଞାନିକମାନେ ମସ୍ତିଷ୍କ ବିକାଶ ସହ ଜଡ଼ିତ ଏକ ମାନବ ଜିନ୍‌କୁ ଭାଇରସ ଜରିଆରେ ମାଙ୍କଡ଼ର ଭ୍ରୃଣରେ ପ୍ରତିରୋପଣ କରିଥିଲେ। ଚାଇନାର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ୧୧ଟି ମାଙ୍କଡ଼ଙ୍କ ଶରୀରରେ ଏଚସିପିଏଚ-୧ ଜିନ୍ ପ୍ରତିରୋପଣ କରି ସେମାନଙ୍କ ବ୍ୟବହାର ୍ନୁଧ୍ୟାନ କରାଯାଇଥିଲା ।

{"id":104086,"width":592,"height":394}

ପ୍ରତିରୋପଣ କରିବା ପରେ ବୈଜ୍ଞାନିକମାନେ ଦେଖିଲେ ଯେ ମନୁଷ୍ୟଙ୍କ ଭଳି ମାଙ୍କଡ଼ଙ୍କ ମସ୍ତିଷ୍କ ମଧ୍ୟ ବିକଶିତ ହେବାରେ ଲାଗୁଛି। ଏହି ମାଙ୍କଡ଼ଙ୍କ ମସ୍ତିଷ୍କ ଏବେ ମନୁଷ୍ୟଙ୍କ ମସ୍ତିଷ୍କ ଭଳି କାମ କରୁଥିବା କୁହାଯାଉଛି। ଯଦି ଏହା ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ କେବଳ ଚୀନ ନୁହେଁ ସମଗ୍ର ବିଶ୍ବ  ପାଇଁ ଏକ ବଡ଼ ସଫଳତା ବୋଲି କୁହାଯିବ।

{"id":104087,"width":595,"height":397}

ବୈଜ୍ଞାନିକଙ୍କ ଅନୁଧ୍ୟାନ ଅନୁସାରେ ଏହି ମାଙ୍କଡ଼ମାନେ ସ୍ବଳ୍ପକାଳୀନ ମନେରଖିବା କ୍ଷେତ୍ରରେ ବେଶ ଉତ୍ସାହଜନକ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଏହା ବ୍ୟତୀତ ଏହି ମାଙ୍କଡ଼ମାନେ ଜଙ୍ଗଲୀ ମାଙ୍କଡ଼ମାନଙ୍କ ତୁଳନାରେ କୈାଣସି କଥାରେ ତୁରନ୍ତ କ୍ରୀୟାଶୀଳ ହେଉଛନ୍ତି। ତେବେ ଏହି ପ୍ରତିରୋପଣ ଯୋଗୁଁ ସେମାନଙ୍କ ମସ୍ତିଷ୍କର ଆକାରରେ କୈାଣସି ପରିବର୍ତ୍ତନ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.