ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ DMKର ପାଲଟା ଆକ୍ରମଣ, ଜାଣନ୍ତୁ କନି ମୋଝି କହିଲେ କ’ଣ?

Published By : Prameya-News7 Bureau | February 28, 2024 IST

ଚେନ୍ନାଇ୨୮।୨: ତାମିଲନାଡୁ ସରକାରଙ୍କ ବିଜ୍ଞାପନରେ କଥିତ ଚାଇନା ରକେଟ୍ ଛବି ଏବେ ବିବାଦର କାରଣ ପାଲଟିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତିରୁନେଲଭେଲିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟର କ୍ଷମତାସୀନ ପାର୍ଟି ବିଜ୍ଞାପନରେ ଚୀନ୍‌ ରକେଟର ଷ୍ଟିକର ଲଗାଇଥିଲେ ବୋଲି ଅଭିଯୋଗ କରିଛନ୍ତି। ସେହିପରି ବିଜେପି ରାଜ୍ୟସଭାପତି ଅନ୍ନାମଲାଇ ସରକାରଙ୍କ ଏପରି କାମ ଡିଏମକେର ଚୀନ୍‌ ପ୍ରତି ଆନୁଗତ୍ୟତାର ଅଭିବ୍ୟକ୍ତି ବୋଲି କହିଛନ୍ତି। ତେବେ ମାମଲାରେ ଡିଏମକେ ଏବେ ପାଲଟା ଆକ୍ରମଣ କରିଛି ଓ ସାଂସଦ କନି ମୋଝି ମାମଲାରେ ମୁହଁ ଖୋଲିଛନ୍ତି।

କନି ମୋଝି ମାମଲାରେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତ ସି ଜିନପିଙ୍ଗଙ୍କ ନେତୃତ୍ୱାଧୀନ ଦେଶକୁ ଶତ୍ରୁ ଘୋଷଣା କରିନାହିଁ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚୀନ୍‌ ନେତାଙ୍କୁ ଭାରତ ଆମନ୍ତ୍ରଣ କରିଥିଲେ। ମୋତେ ଲାଗୁନି ଚୀନକୁ  ଭାରତ ଶତ୍ରୁଦେଶ ଘୋଷଣା କରିଛି। ମୁଁ ଦେଖିଛି ପ୍ରଧାନମନ୍ତ୍ରୀ ଚୀନ୍‌ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ଓ ଉଭୟ ମହାବଳିପୁରମ ବୁଲି ଯାଇଥିଲେ। କେବଳ ଏଥି ପାଇଁ ଆପଣ ସତ୍ୟକୁ ସ୍ୱୀକାର କରିବାକୁ ଚାହୁଁ ନାହାନ୍ତି କାରଣ ଆପଣ ପ୍ରସଙ୍ଗରୁ ପଳାୟନ ଲାଗି କାରଣ ଖୋଜୁଛନ୍ତି ବୋଲି  କନି ମୋଝି କହିଛନ୍ତି।

wp:html /wp:html

ପ୍ରଧାନମନ୍ତ୍ରୀ ତାମିଲନାଡୁ ତିରୁନେଲଭେଲିରେ ସାଧାରଣ ସଭାକୁ ସମ୍ବୋଧିତ କରି ଡିଏମକେ ଏପରି ଏକ ପାର୍ଟି ଜିଏ କାମ ନକରି ମିଥ୍ୟା ଶ୍ରେୟ ନେବାକୁ ଆଗରେ ରହୁଛି ବୋଲି କହିଛନ୍ତି। ଏମାନେ କେନ୍ଦ୍ରର ଯୋଜନା ଉପରେ ନିଜର ଷ୍ଟିକର ଲଗାଇ ଦେଉଛନ୍ତି ଯେମିତି ଚୀନ୍‌ ରକେଟ ଷ୍ଟିକର। ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଡିଏମକେ ଅନ୍ତରରେ ଭାରତର ପ୍ରଗତିକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ। ରାଜ୍ୟ ସରକାର ମହାକାଶ କ୍ଷେତ୍ରରେ ଭାରତର ପ୍ରଗତିକୁ ସ୍ୱୀକାର କରିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକେ ଯେଉଁ କର ଦେଉଛନ୍ତି ସରକାର ତାକୁ ବିଜ୍ଞାପନ ଛାପିବାରେ ଖର୍ଚ୍ଚ କରୁଛନ୍ତି ଓ ସେଥିରେ ମଧ୍ୟ ଭାରତର ମହାକାଶ ଫଟୋ ଦେଉ ନାହାନ୍ତି। ପାର୍ଟି ଆମର ବୈଜ୍ଞାନିକ ଆମ ମହାକାଶ ଗବେଷଣାକୁ ଆପଣମାନଙ୍କ ଟ୍ୟାକ୍ସ ପଇସାରେ ଅପମାନ କରିଛନ୍ତି। ଏବେ ସମୟ ଆସିଯାଇଛି ଡିଏମକେକୁ ଏହାର କାମ ପାଇଁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି କେ. ଅନାମଲାଇ ସ୍ଥାନୀୟ ଦୈନିକ ସମ୍ବାଦପତ୍ରରେ ଜାରି ବିଜ୍ଞାପନର ନିନ୍ଦା କରିଛନ୍ତି ଓ ଡିଏମକେ ଉପରେ ଆମ ଦେଶର ସାର୍ବଭୌମତା ପ୍ରତି ଅନାଦର ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.