ବାଦୁଡିଠୁ ଆହୁରି ୨୪ କରୋନା ଭାଇରସ୍‌ ଠାବ କଲେ ଚୀନ ବୈଜ୍ଞାନିକ, କିଛି କୋଭିଡ୍-୧୯ ପରି ମାରାତ୍ମକ

Published By : Prameya-News7 Bureau | June 12, 2021 IST

ଓ୍ଵାଶିଂଟନ ୧୨।୦୬: କରୋନା ଭାଇରସ୍ କେମିତି ବ୍ୟାପିଲା, ଏହାକୁ ନେଇ ଅନେକ ପ୍ରଶ୍ନ ଏବେ ମଧ୍ୟ ସଭିଙ୍କ ମନରେ ଉଙ୍କି ମାରୁଛି। ଏହାର ଉତ୍ପତ୍ତି ସ୍ଥଳ କେଉଁଠି ଏହକୁ ନେଇ ଗବେଷଣା ମଧ୍ୟ ଜାରି ରହିଛି। ଏହି କ୍ରମରେ ଚୀନ ବୈଜ୍ଞାନିକଙ୍କୁ ବାଦୁଡିଙ୍କଠାରେ ନୂତନ ପ୍ରକାରର କରୋନା ଭାଇରସ୍‌ର ନମୂନା ମିଳିଛି। ଚୀନ ଗବେଷକ ନିଜର ଅଧ୍ୟୟନରେ କହିଛନ୍ତି,  ବାଦୁଡିଠୁ ମିଳିଥିବା ନୂତନ ଭାଇରସ୍‌ରେ ଏମିତି ଏକ ଭାଇରସ୍‌ ରହିଛି, ଯାହା ଆନୁବଂଶିକ ଭାବେ କୋଭିଡ୍-୧୯ ସହ ସାମଞ୍ଜ୍ୟସ ରହିଛି।

ଗବେଷକଙ୍କ ଅନୁଯାୟୀ, ସେମାନଙ୍କ ଅଧ୍ୟୟନରୁ ଦକ୍ଷିଣ-ପଶ୍ଚିମ ଚୀନରେ ଠାବ ହୋଇଥିବା ବାଦୁଡିରେ କେତେ ପ୍ରକାରର କରୋନା ଭାଇରସ୍‌ ରହିଥାଏ ଏବଂ ଏହା କେତେ ଲୋକଙ୍କଠାରେ ବ୍ୟାପିବାର କ୍ଷମତା ରଖିଥାଏ ଜଣା ପଡିଛି ଯେ। ଜର୍ଣ୍ଣାଲ ସେଲ୍‌ରେ ପ୍ରକାଶିତ ଏକ ରିପୋର୍ଟରେ ସେଡୋଙ୍ଗ ବିଶ୍ଵ ବିଦ୍ୟାଳୟର ଚୀନ ଗବେଷକ କହିଛନ୍ତି,  ଆମେ ଅନେକ ପ୍ରକାରର ବାଦୁଡି ପ୍ରଜାତିଙ୍କଠାରେ ୨୪ ନୂତନ କରୋନା ଭାଇରସ୍‌ର ଜିନୋମ ଏକତ୍ର କରିଛୁ। ଏଥିରେ ଚାରୋଟି SARS-CoV-2 ପରି କରୋନା  ଭାଇରସ୍‌ ସାମିଲ।

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଗବେଷକ ଏହି ନମୂନା ୨୦୧୯ ମେ ଏବଂ ୨୦୨୦ ନଭେମ୍ବର ମଧ୍ୟରେ ଜଙ୍ଗଲରେ ଥିବା ଏକ ଛୋଟ ବାଦୁଡି ପ୍ରଜାତିଙ୍କଠୁ ଏକତ୍ର କରିଥିଲେ। ସେ ବାଦୁଡିଙ୍କ ମୁହଁରୁ ନମୂନା ନେବା ସହ ସେମାନଙ୍କର ମଳମୂତ୍ରର ମଧ୍ୟ ଯାଞ୍ଚ କରିଥିଲେ।

ଚୀନ ଗବେଷ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଗୋଟିଏ ଭାଇରସ୍ ଆନୁବଂଶିକ ଭାବେ SARS-CoV-2 ଭାଇରସ୍ ସହ ସମାନ ଥିଲା, ଯାହା ବର୍ତ୍ତମାନ ଜାରି ମହାମାରୀର କାରଣ ପାଲଟିଛି। ଗବେଷକଙ୍କ ମତରେ ଏବେ ଠାବ ହୋଇଥିବା ନୂତନ ଭାଇରସ୍‌ SARS-CoV-2 ସହ ସାମଞ୍ଜ୍ୟସ ରହିଥାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.