ଭାରତ ମହାସାଗରରୁ ହଟିଲା ଚୀନର ଗୁଇନ୍ଦା ଜାହାଜ, ନୌସେନା ରଖିଥିବା ତୀକ୍ଷ୍ନ ନଜର

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ: ଭାରତ ମହାସାଗରରୁ ଚୀନର ଗୁଇନ୍ଦା ଜାହାଜ ୟୁଆଙ୍ଗ ୱାଙ୍ଗ-୫ ହଟିଛି । ମଙ୍ଗଳବାର ଭାରତୀୟ ନୌସେନା ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୌସେନା ସୂତ୍ର ଅନୁସାରେ ୟୁଆଙ୍ଗ ୱାଙ୍ଗ-୫ କିଛି ଦିନ ତଳେ ଭାରତ ମହାସାଗର କ୍ଷେତ୍ରରେ ପ୍ରବେଶ କରିଥିଲା କିନ୍ତୁ ଏବେ ସେ ଏଠାରୁ ପଛକୁ ହଟିଛି । ଭାରତୀୟ ନୌସେନା ଚୀନର ଗୁଇନ୍ଦା ଜାହାଜ ଉପରେ କଡା ନଜର ରଖିଥିଲା ।

ଚୀନର ଗୁଇନ୍ଦା ଜାହାଜ ବାଲେଷ୍ଟିକ ମିଶାଇଲ ଏବଂ ସାଟେଲାଇଟ୍ ଟ୍ରାକିଂ ପରେ ରଖୁଥିବା ଉପକରଣରେ ଭରପୂର ରହିଛି । ଏହା ପୂର୍ବରୁ ଚୀନ ନିଜ ଗୁଇନ୍ଦା ଜାହାଜକୁ ଶ୍ରୀଲଙ୍କାର ହବନଟୋଟା ବନ୍ଦରରେ ଏକ ମାସ ଯାଏଁ ରହିଥିଲା । ଏହାପରେ ଏହାକୁ ନେଇ ବେଶ ବିବାଦ ଲାଗି ରହିଥିଲା । ଚଳିତ ମାସ ଆରମ୍ଭରେ ନୌସେନା ମୁଖ୍ୟ ଆଡମିରଲ ଆର.ହରି କୁମାର କହିଥିଲେ ଯେ ନୌସେନା ଭାରତ ମହାସାଗର କ୍ଷେତ୍ରର ସବୁ ଘଟଣାକ୍ରମ ଉପରେ କଡ଼ା ନଜର ରଖିଛି। ଏଥିରେ ଚୀନ ନୌସେନାର ଜାହାଜ ମଧ୍ୟ ସାମିଲ ରହିଛି । ନୌସେନା ମୁଖ୍ୟ କହିଥିଲେ ଯେ ଏଠାରେ ଅନେକ ଚୀନ ଜାହାଜ ଅଛି । ଏହି ସବୁ ଜାହାଜ ହିନ୍ଦ ମହାସାଗରରେ ରହି କାମ କରୁଛନ୍ତି ।

ଏହାସହ ସେ କହିଥିଲେ ଯେ ହିନ୍ଦ ମହାସାଗର କ୍ଷେତ୍ରରେ ପ୍ରାୟ ୬୦ ଅନ୍ୟ ଅତିରିକ୍ତ କ୍ଷେତ୍ରୀୟ ବଳ ସବୁବେଳେ ଉପସ୍ଥିତ ରହୁଛନ୍ତି । ଏହି ଅଞ୍ଚଳ ଭାରତ ପାଇଁ ଏକ ମହତ୍ୱପୂର୍ଣ୍ଣ ଅଞ୍ଚଳ, ଏଠାରେ ବଡ଼ ଧରଣରେ ବ୍ୟବସାୟ ହୁଏ, ଉର୍ଜା ପ୍ରବାହ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.