ରାଷ୍ଟ୍ରପତି ସି ଜିନପିଙ୍ଗ ଗୃହବନ୍ଦୀ ! ଗୁଜବ ନା ସତ ? ଚୀନ ସହ ସାରା ବିଶ୍ୱରେ ଚର୍ଚ୍ଚା ଜୋର

Published By : Prameya-News7 Bureau | September 24, 2022 IST

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଗୃହବନ୍ଦୀ କରି ଚୀନ ସେନା କ୍ଷମତା ପରିବର୍ତ୍ତନ କରିଥିବା ନେଇ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୀନର ସୋସିଆଲ ମିଡିଆ ୟୁଜର୍ସଙ୍କ ଦାବି ଅନୁସାରେ ଚୀନର କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାଙ୍କ ଦ୍ୱାରା ତାଙ୍କୁ ପିଏଲଏର ପ୍ରମୁଖ ପଦରୁ ହଟାଯିବା ପରେ ଜିନପିଙ୍ଗଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରିଛନ୍ତି । ସେ କହିଛନ୍ତି, ଏହି ଗୁଜବ ଉପରୁ ପରଦା ଉଠାଇବା ଦରକାର । କଣ ସତରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରି ରଖାଯାଇଛି ?

wp:html /wp:html

ଉଲ୍ଲେଖଯୋଗ୍ୟ, ଟ୍ୱିଟରେ #xijinping ଟ୍ରେଣ୍ଡ କରୁଛି। ଚୀନରେ ମଧ୍ୟ ଚର୍ଚ୍ଚା ଯେ, ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରି ପିଏଲଏ କ୍ଷମତାରେ ପରିବର୍ତ୍ତନ କରିଛି। ନ୍ୟୁଜ ହାଇଲ୍ୟାଣ୍ଡ ଭିଜନର ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିଙ୍ଗତାଓ ଏବଂ ପୂର୍ବତନ ପ୍ରିମିୟର ବେନ ଜିଆବାଓଙ୍କ ନିର୍ଦ୍ଦେଶରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି।

wp:html /wp:html

ରିପୋର୍ଟ ଅନୁସାରେ, ସେପ୍ଟେମ୍ୱର ୧୬ରେ ସି ଜିନପିଙ୍ଗ ସମରକନ୍ଦରୁ ଏସସିଓ ବୈଠକ ସାରି ଫେରିବା ପରେ ବିମାନ ବନ୍ଦରରେ ତାଙ୍କୁ ହେପାଜତକୁ ନିଆଯାଇଥିଲା ଏବଂ ସମ୍ଭବତଃ ତାଙ୍କୁ ବର୍ତ୍ତମାନ ସମୟରେ ଗୃହବନ୍ଦୀ କରି ରଖାଯାଇଛି। ଏହିପରି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଦାବି ଏବଂ ଖବରରେ କେତେ ସତ୍ୟତା ରହିଛି ତାହା ସାମନାକୁ ଆସିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.