scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୀନ ଅଧିକାରୀଙ୍କୁ ଆଇଫୋନ ମନା, ଅନ୍ୟ ଦେଶରେ ଡିଭାଇସ୍ ଅଫିସ ନ ଆଣିବାକୁ ପରାମର୍ଶ

7/09/2023 at 9:31 AM

ନୂଆଦିଲ୍ଲୀ ୦୭/୦୯: ଚୀନ୍‌ରେ ଆମେରିକୀୟ କମ୍ପାନି ଆପଲ ସହିତ ଅନ୍ୟ ଦେଶଗୁଡ଼ିକର ଡିଭାଇସ୍‌ ବ୍ୟବହାର ଉପରେ ରୋକ୍‌ ଲଗାଯାଇଛି । ତେବେ ଏହି କଟକଣା କେବଳ ସରକାରୀ ଅଧିକାରୀମାନଙ୍କ ଉପରେ ଲାଗୁ ହେବ । ଅଧିକାରୀମାନଙ୍କୁ କୁହାଯାଇଛି ଯେ, ସେମାନେ ଅଫିସ୍‌କୁ ଏହି ଡିଭାଇସ୍‌ଗୁଡିକୁ ଆଣନ୍ତୁ ନାହିଁ ।

କାର୍ଯ୍ୟରେ ଏହି ଡିଭାଇସ୍‌ଗୁଡିକୁ ବ୍ୟବହାର ନ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୱାର୍ଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଦେଶରେ ତିଆରି ଫୋନ୍‌ର ବ୍ୟବହାର କରିବା ପାଇଁ ଚୀନ୍‌ ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଚୀନ୍‌ ଆପଲ ଛଡ଼ା ଅନ୍ୟ ଫୋନ୍‌ ନିର୍ମାତାମାନଙ୍କ ନାଁ ନେଇନାହିଁ ।

ବର୍ତ୍ତମାନ ସୁଦ୍ଧା ଆପଲ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଅନ୍ୟପକ୍ଷରେ, ଚୀନ୍‌ ସରକାର ଏହା ଉପରେ କୌଣସି ଔପଚାରିକ ସୂଚନା ଦେଇନାହାନ୍ତି । ଚୀନ୍‌ ପକ୍ଷରୁ ଆଇଫୋନ୍‌ ଉପରେ ଏହି ପ୍ରତିବନ୍ଧକ ଏଭଳି ସମୟରେ ଲଗାଯାଇଛି, ଯେତେବେଳେ କମ୍ପାନି ସେପ୍ଟେମ୍ବର ୧୨ରେ କାର୍ଲିଫର୍ଣ୍ଣିଆରେ ୱାଣ୍ଡରଲଷ୍ଟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମରେ ଆପଲ ଆଇଫୋନ୍‌ ୧୫ ସିରିଜ୍‌ ସହ ଆପଲ୍‌ ୱାଚ୍‌ ସିରିଜ୍‌ ୯ ଏବଂ ଆପଲ ୱାଚ୍‌ ଅଲ୍‌ଟ୍ରା ୨କୁ ଲଞ୍ଚ କରାଯିବ । ସୂଚନାଯୋଗ୍ୟ, ୩ ମାସ ପୂର୍ବେ ରୁଷ ଆମେରିକା ଉପରେ ଆଇଫୋନ୍‌ ମାଧ୍ୟମରେ ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗ ଆଣିଥିଲା । ତେବେ ଆପଲ ପକ୍ଷରୁ ଏହି ଅଭିଯୋଗକୁ ଖାରଜ କରିଦିଆଯାଇଥିଲା ।

ଆପଲ୍‌ କହିଥିଲା ଯେ, ଆମେ କୌଣସି ଦେଶର ସରକାରଙ୍କ ସହ ମିଶି ଫୋନ୍‌ରେ ସାଲିସ୍‌ କରି ନ ଥାଉ ଏବଂ ଆଗକୁ ମଧ୍ୟ କରିବୁ ନାହିଁ । ଆପଲ ୨୦୨୫ ସୁଦ୍ଧା ୧୮% ଗ୍ଲୋବାଲ ଆଇଫୋନ୍‌ ବିନିର୍ମାଣକୁ ଭାରତକୁ ସ୍ଥାନାନ୍ତର କରିବା ଉପରେ ବିଚାର କରୁଛି । ବ୍ୟାଙ୍କ ଅଫ୍‌ ଆମେରିକାର ରିପୋର୍ଟ ଅନୁସାରେ, ଭାରତ ସରକାରଙ୍କ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ) ସ୍କିମ୍‌ ଆପଲ୍‌କୁ ଦେଶରେ ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ପ୍ରୋତ୍ସାହନ ଦେଉଛି ।

ବ୍ୟାଙ୍କ ଅଫ୍‌ ଆମେରକା ଏହାର ରିପୋର୍ଟରେ ପ୍ରକାଶ କରିଛି ଯେ, ସରକାରଙ୍କ ପିଏଲ୍‌ଆଇ ସ୍କିମ୍‌ କେବଳ ଆପଲ୍‌ ନୁହେଁ ବରଂ ଭାରତ ପାଇଁ ମଧ୍ୟ ସହାୟକ ହେବ । ଭୁ-ରାଜନୈତିକ ସମସ୍ୟା ଏବଂ କରୋନା ମହାମାରୀ ପରେ ଆପଲ ସମେତ ଅନ୍ୟ ଆମେରିକୀୟ ଟେକ୍‌ କମ୍ପାନିମାନେ ଚୀନ୍‌ରୁ ସେମାନଙ୍କ ଉତ୍ପାଦନ ୟୁନିଟ୍‌ଗୁଡ଼ିକୁ ଅନ୍ୟତ୍ର ବିସ୍ତାର କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ଭାରତର ପିଏଲ୍‌ଆଇ ସ୍କିମ୍‌ ସେମାନଙ୍କୁ ଆକୃଷ୍ଟ କରୁଛି ।

   Related Posts