କରୋନା ଭାଇରାସ ପାଇଁ ମାଆକୁ ଛୁଇଁପାରିଲାନି ଝିଅ, ଭିଡିଓ ଦେଖିଲେ ଦୁଃଖ ହେବ ମନ

Published By : Prameya-News7 Bureau | February 09, 2020 IST

ବେଜିଂ ୦୯।୦୨: ଚୀନରେ ଥମିବାର ନାଁ ନେଉନି କରୋନା ଭାଇରସ୍ । ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଭୂତାଣୁ । କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୦ ଟପିସାରିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ଟପିଥିବା ଆଶଙ୍କା କରାଯାଉଛି । କରୋନା ଭାଇରସ SARS ତୁଳନାରେ ଅଧିକ ଘାତକ ସାଜିଲାଣି । ଚୀନ୍‌ରେ ଆକ୍ରାନ୍ତ ଲୋକମାନଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସ୍ବତନ୍ତ୍ର ମେଡିକାଲରେ କିପରି ରୋଗୀଙ୍କୁ ଏହି ମାରାତ୍ମକ ରୋଗରୁ ରକ୍ଷା କରିବେ, ସେଥିଲାଗି ଡାକ୍ତର ଓ ନର୍ସମାନେ ଦିନରାତି ପରିଶ୍ରମ କରୁଛନ୍ତି । ତେବେ ଏଭଳି ସମୟରେ ଚୀନର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ  ନିଜ ମାଆକୁ ସାକ୍ଷାତ କରିବାକୁ ଆସିଥିବା ଝିଅ, ସାକ୍ଷାତ କରିପାରୁନି । ମାଆ ଓ ଝିଅ ଉଭୟଙ୍କୁ ଦୂରରୁ ଆଲିଙ୍ଗନ କରିବାର ଦୃଶ୍ୟ ଖୁବ୍ ହୃଦୟ ବିଦାରକ ।

wp:html /wp:html

ମହିଳା ଜଣଙ୍କ ଏକ ହସ୍ପିଟାଲରେ ନର୍ସ ଭାବରେ କାର୍ଯ୍ୟ କରୁଛନ୍ତି । ମହିଳାଙ୍କୁ ମେଡିକାଲ କ୍ୟାମ୍ପସ ବାହାରକୁ ଯିବାକୁ ଅନୁମତି ଦିଆଯାଇନାହିଁ । ନର୍ସ ମାଆକୁ ସାକ୍ଷାତ କରିବାକୁ ଆସିଥିବା ଝିଅଟି ମେଡିକାଲ ବାହାରେ ଛିଡା ହୋଇଥିଲା । ଏବଂ ମାଆଙ୍କ ପାଇଁ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଆଣିଥିଲା । ମେଡିକାଲ କ୍ୟାମ୍ପସ ବାହାରେ ଝିଅ ଛିଡାହୋଇ ରହିଥିବା ବେଳେ ମାଆ ମେଡିକାଲ କ୍ୟାମ୍ପସ ଭିତରେ ରହିଥିଲେ । ଭିଡିଓରେ ମାଆ, ଝିଅକୁ ସାକ୍ଷାତ ନକରିବାରୁ ଆଲିଙ୍ଗନ କରିବାର ଇଙ୍ଗିତ କରିଥିଲେ । ଶେଷରେ ଝିଅ ମଧ୍ୟ ମାଆର ଅକୁହା କଥା ବୁଝିପାରି ଆଲିଙ୍ଗନ କରିବାର ଇଙ୍ଗିତ କରୁଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ମୁହଁରେ ମାସ୍କ ଲାଗିଥିଲା । କିନ୍ତୁ ମାଆ ଓ ଝିଅ ମନ ଭିତରେ ନିଜର ଭାବନା ପ୍ରକାଶ କରିଚାଲୁଥିଲେ । କିଛିସମୟ ପରେ ମାଆ ପାଇଁ ଆଣିଥିବା ଖାଦ୍ୟ ସାମଗ୍ରୀକୁ ମେଡିକାଲ କ୍ୟାମ୍ପସ ଗେଟ୍ ସମ୍ମୁଖରେ ରଖିଦେଇଥିଲେ ଝିଅ । ମାଆ ମଧ୍ୟ ଝିଅ ରଖିଥିବା ସାମଗ୍ରୀକୁ ଖୁବ୍ ଆଦାରର ସହ ନେଇଥିଲେ, ପରେ ଉଭୟ ମାଆ ଓ ଝିଅ ନିଜ ନିଜ ରାସ୍ତାରେ ଚାଲିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.