ChatGPTର ଦୁରୁପଯୋଗ ମାମଲାରେ ଦୁନିଆରେ ପ୍ରଥମ ଗିରଫଦାରୀ, ମିଛ ଖବର ପ୍ରସାରଣ କରି ଚୀନ ନାଗରିକ ଗିରଫ

Published By : Prameya-News7 Bureau | May 08, 2023 IST

ନୂଆଦିଲ୍ଲୀ: ଚୀନ ପୋଲିସ କଥିତ ରୂପେ ଅନଲାଇନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଟେକ୍ନୋଲଜିର ବ୍ୟବହାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗରିଫ କରିଛି । ଅଭିଯୋଗ ଅନୁସାରେ, ବ୍ୟକ୍ତି ଜଣଙ୍କ ଚାଟ୍‌ଜିପିଟିର ବ୍ୟବହାର କରି ଟ୍ରେନ୍ ଦୁର୍ଘଟଣାର ମିଛ ଖବର ତିଆରି କରିବା ସହ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରସାରିତ କରିଥିଲା । ଚାଟଜିପିଟିର ଦୁରୁପଯୋଗ ମାମଲାରେ ଏହା ଦୁନିଆର ପ୍ରଥମ ଗିରଫଦାରୀ ଅଟେ ।

ଚୀନର ଉତ୍ତର ପଶ୍ଚିମ ପ୍ରାନ୍ତର ପୋଲିସ ରବିବାର ଏକ ବୟାନ ଜାରି କହିଛି ଯେ, ହାଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ଏଆଇ ଟେକ୍ନୋଲଜିର ବ୍ୟବହାର କରି ମିଛି ଖବର ତିଆରି କରିବା ମାମଲାରେ ଗିରଫ କରାଯାଇଛି ।

ହଂକଂରୁ ପ୍ରକାଶିତ ସାଉଥ ମର୍ଣ୍ଣିଂ ପୋଷ୍ଟ ଅନୁସାରେ କାଉଣ୍ଟି ପୋଲିସ ବ୍ୟୁରୋର ସାଇବର ସେଲ ପ୍ରଥମେ ଏହି ମିଛ ଖବରକୁ ଧରିଥିଲା । ଖବରରେ ଦାବି କରାଯାଇଥିଲା ଯେ ଏପ୍ରିଲ ୨୫ରେ ଲୋକାଲ୍ ଟ୍ରେନ ଦୁର୍ଘଟଣା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ।  

ସାଇବର ସୁରକ୍ଷାର ଅଧିକାରୀ ଜାଣିବାକୁ ପାଇଥିଲେ ଯେ ରେଳ ଦୁର୍ଘଟଣାର ମିଛ ଖବକକୁ ବାଇଜିୟାହୋର ୨୦ରୁ ଅଧିକ ଆକାଉଣ୍ଟ ଜରିଆରେ ପ୍ରସାରିତ କରାଯାଇଥିଲା । ଅଧିକାରୀଙ୍କ ପାଖରେ ଖବର ପହଞ୍ଚିବା ପୂର୍ବରୁ ଏହାକୁ ୧୫ ହଜାରରୁ ଅଧିକ ୟୁଜର୍ସ ଲାଇକ୍ କରି ସାରିଥିଲେ । ଅଧିକାରୀଙ୍କ କହିବା ଅନୁସାରେ ହାଙ୍ଗଙ୍କ ବିରୋଧରେ ସଂଘର୍ଷ ସୃଷ୍ଟି କରିବା ଏବଂ ଅପ୍ରତିକର ସ୍ଥିତି ସୃଷ୍ଟି କରିବାର ଅଭିଯୋଗ ରହିଛି । ମାମଲାର ଗମ୍ଭୀରତାକୁ ଦେଖି ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡ ସହ ଜରିମାନା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.