oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ସି ଜିନପିଙ୍ଗଙ୍କୁ ଚୀନ୍‌ ଐତିହାସିକଙ୍କ ଖୋଲାପତ୍ର, ଆମକୁ ମୁର୍ଖ ବନାଉ ନାହାନ୍ତିତ ପୁତିନ ?

1/03/2022 at 5:30 PM

ବେଜିଂ ୧।୩: ‘ଚୀନ୍‌କୁ ଏପରି କୌଣସି ପରିସ୍ଥିତିକୁ ଘୋଷଡ଼ା ଯାଉଛି ଯାହା ସାଂପ୍ରତିକ ବିଶ୍ୱର ମୌଳିକ କ୍ରମକୁ ବ୍ୟାଘାତ କରୁଛି’। ଏପରି ଆଶଙ୍କା କରିଛନ୍ତି ଚୀନ୍‌ ଐତିହାସିକମାନେ। ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରିପ୍ରେକ୍ଷୀରେ ଐତିହାସିକ ଏପରି ସନ୍ଦେହ କରୁଥିବା ବେଳେ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଏକ ଖୋଲାପତ୍ର ଲେଖିଛନ୍ତି। ଯେଉଁଥିରେ ପୁତିନ ଆମକୁ ମୁର୍ଖ ବନାଉ ନାହାନ୍ତିତ ? ବୋଲି ପ୍ରଶ୍ନ କରିଛନ୍ତି। ଚୀନ୍‌ ଐତିହାସିକ ଜୁ ଗୁଓକୀ ଓ ତାଙ୍କର ୪ ସହଯୋଗୀ ଏହି ପତ୍ର ଲେଖିଛନ୍ତି।

ୟୁରୋପ ଶହେ ବର୍ଷରୁ ଲଢି ଆସୁଛି, ତେବେ ଅତୀତରେ ହୋଇଥିବା ମାତ୍ର ଦୁଇଟି ବିଶ୍ୱଯୁଦ୍ଧ ଚୀନ୍ର ଅବସ୍ଥା ଖରାପ କରିଦେଇଥିବା ଇତିହାସ ରହିଛି। ବିଶ୍ୱଯୁଦ୍ଧ ଯୋଗୁ ଚୀନ୍‌ ଉପରେ ଗୁରୁତର ପ୍ରଭାବ ପଡିଛି। ବିଶ୍ୱ ଏବେ ପୁଣି ଥରେ ଯୁଦ୍ଧ ରାସ୍ତାକୁ ମୁହାଁଇଛି ଓ ଏହା ଏବେ ଚିନ୍ତାର ବିଷୟ ବୋଲି ଇତିହାସକାରମାନେ ପତ୍ରରେ ଉଲ୍ଲେଖ କରିଛନ୍ତି।  ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ନେଇ ବେଜିଂର ପ୍ରତିକ୍ରିୟାରେ   ଐତିହାସିକମାନେ ବିସ୍ମୟ ପ୍ରକାଶ କରିଛନ୍ତି ଓ ଅତୀତର ବିପଦରୁ ଆମେ କିଛି ବି ଶିଖିଥିବା ପରି ମନେ ହେଉ ନଥିବାର ଉଲ୍ଲେଖ କରିଛନ୍ତି। 

ଏଣୁ ଐତିହାସିକମାନେ ପତ୍ରରେ ସରକାର ପ୍ରଥମେ ନିଜର ନୀତି ସ୍ପଷ୍ଟ କରନ୍ତୁ,  ଋଷିଆ ଯାହା କରୁଛି ତାହା ଭୁଲ ଓ ଏହି କଥାକୁ ଚୀନ୍‌ ଉଚ୍ଚ ଶ୍ୱରରେ କହିବା ଦରକାର ବୋଲି କହିଛନ୍ତି।  ସେହି ଐତିହାସିକମାନେ ଏହି ଯୁଦ୍ଧରୁ କଣ ମିଳିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ଇତିହାସକୁ ଦେଖିଲେ ଆଞ୍ଚଳିକ ସଂଘର୍ଷରୁ ପ୍ରାୟତଃ ବଡ଼ ବଡ଼ ଯୁଦ୍ଧ ହୋଇଥିବାର ନଜିର ରହିଛି। ଏମିତିରେ ଚୀନ୍‌ ଆଞ୍ଚଳିକ ଅଖଣ୍ଡତାକୁ ପ୍ରଭାବିତ କରୁଥିବା କୌଣସି କାର୍ଯ୍ୟକୁ ପ୍ରାୟତଃ ବିରୋଧ କରିଥାଏ। ହେଲେ ଋଷିଆ ଓ ପୁତିନଙ୍କ କ୍ଷେତ୍ରରେ କିପରି ଚୁପ ବୋଲି ଐତିହାସିକ ପ୍ରଶ୍ନ କରିଛନ୍ତି।

ହୁଏତ ପୁତିନ୍‌ ଆମକୁ ପ୍ରସଙ୍ଗରେ ମୁର୍ଖ ବନାଇଛନ୍ତି ବୋଲି ଐତିହାସିକମାନେ ସନ୍ଦେହ ପ୍ରକଟ କରିଥିବା ବେଳେ ଆମେ ବାସ୍ତବରେ ତାଙ୍କ ଉପରେ ବିଶ୍ୱାସ କରିପାରିବା କି? ତାଙ୍କୁ ବିଶ୍ୱାସ କରି ନିଜର ବିଶ୍ୱାସନୀୟତାକୁ ଆମେ ହରାଇପାରିବା କି ବୋଲି ପ୍ରଶ୍ନ କରିଛନ୍ତି।  ଏଥିରୁ ଆମକୁ ଏପରି ଲାଗୁଛି ଯେପରି ଚୀନ୍‌କୁ ଏମିତି ଏକ କୌଣସି ପରିସ୍ଥିତିକୁ ଘୋଷଡା ଯାଉଛି ଯାହା ସାଂପ୍ରତିକ ବିଶ୍ୱବ୍ୟବସ୍ଥାକୁ ମୌଳିକ ରୂପେ କ୍ଷତି କରୁଛି ବୋଲି ଐତିହାସିକମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଚୀନ୍‌ ଐତିହାସିକ ଜିନପିଙ୍ଗ ପ୍ରଶାସନକୁ ସମ୍ବୋଧିତ କରି ଲେଖିଥିବା ପତ୍ରକୁ ସେମାନେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ। ତେବେ ତାହା ଭାଇରାଲ ହେବା ଆଗରୁ ସରକାର ପତ୍ରକୁ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି।  ହେଲେ ଏହା ହଟାଯିବା ପର୍ଯ୍ୟନ୍ତ ୨ଘଣ୍ଟା ୪୦ ମିନିଟ୍ ଧରି ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଥିଲା। ଏଥିରେ କିଛି ଲୋକେ ସୋସିଆଲ ମିଡିଆରେ ଐତିହାସିକଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ନାଟୋ ଓ ଆମେରିକାର ଇରାକ, ଆଫଗାନିସ୍ତାନ ଆକ୍ରମଣକାଳରେ ଆପଣମାନେ କେଉଁଠି ଥିଲେ ବୋଲି ଲୋକେ ପ୍ରଶ୍ନ କରୁଥିବା ଦେଖା ଯାଇଛି।

ତେବେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଯେତିକି ବଢ଼ିବଢ଼ି ଚାଲିଛି ବେଜିଂର ବିଚାର ମଧ୍ୟ ବଦଳିବାରେ ଲାଗିଛି। ଯାହାର ଉଦାହରଣ ଶୁକ୍ରବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଭୋଟଦାନ କାଳରେ ଦେଖାଯାଇଛି। ଭୋଟ ଶେଷ ହେବା ପରେ ଚୀନ୍‌ କୂଟନୀତିଜ୍ଞ  ପହଞ୍ଚିଥିବା ବେଳେ ଋଷିଆର କାଣ୍ଡକୁ ନିନ୍ଦା କରିଥିଲେ। ସେହିପରି ରବିବାର କିଭ୍‌ରେ ଚୀନ୍‌ ରାଷ୍ଟ୍ରଦୂତ ଜିୟାନରୋଙ୍ଗ ଏକ ଭିଡିଓ ସମ୍ବୋଧନରେ ୟୁକ୍ରେନର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଚୀନ୍‌ ସମ୍ମାନ କରେ ବୋଲି କହିବା, ଚୀନ୍‌ର ବଦଳୁଥିବା ବିଚାରର ଏକ ଦୃଷ୍ଟାନ୍ତ ବୋଲି ଏବେ ବୁଝା ଯାଉଛି।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନ୍‌ ଦୃଢତାର ସହ ଋଷିଆ ସାଙ୍ଗରେ ଛିଡା ହୋଇଥିଲା। ଯଦି ୟୁକ୍ରେନରେ ଋଷିଆର ଆକ୍ରମଣ ହୁଏ ତେବେ ଭୟଭୀତ ହେବାର କିଛି କାରଣ ନାହିଁ ନିଜ ଘର ଓ ଗାଡିରେ ଚୀନ୍‌ ପତାକା ଲଗାଇ ରଖ ବିପଦ ହ୍ରାସ ହେବ ବୋଲି ପ୍ରବାସୀ ନାଗରିକଙ୍କୁ କୁହାଯାଇଥିଲା। ହେଲେ ଏବେ ପରିସ୍ଥିତିକୁ ଦେଖି ସତର୍କତା ନିର୍ଦ୍ଦେଶ ବଦଳାଇ ଦେଇଛି। ଏଥିରେ କୌଣସିବି ପରିସ୍ଥିତିରେ ଚୀନ୍‌ ନାଗରିକ ବୋଲି ଯେପରି ୟୁକ୍ରେନରେ ଜଣା ନ ପଡନ୍ତି ତାହା ନାଗରିକ ନିଜେ ନିଶ୍ଚିତ କରିବାକୁ ଉଦ୍ୟମ କରନ୍ତୁ ବୋଲି କୁହାଯାଇଛି। ନିଜ ପାଖରେ ଥିବା ଜାତୀୟତାର ସଂକେତକୁ ନଷ୍ଟ କରିଦେବାକୁ ପରାମର୍ଶ ଦେବା ଏବେ ପରିସ୍ଥିତିର ଭୟାବହତାକୁ ସ୍ପଷ୍ଟ ଅନୁମାନ କରୁଥିବା ଆକଳନ କରାଯାଉଛି।     

   Related Posts