AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଆମେରିକା କୋଭିଡ୍ ଫଣ୍ଡରୁ ୨ କୋଟି ଡଲାର ଉଡାଇ ନେଲେ ଚୀନର ସରକାରୀ ହ୍ୟାକର, ଦୁଇ ବର୍ଷ ଧରି ଚାଲିଥିଲା ଚୋରି

6/12/2022 at 10:52 PM

ନୂଆଦିଲ୍ଲୀ: ଚୀନର ସରକାର ହ୍ୟାକର ଆମେରିକାର କୋଭିଡ ରିଲିଫ ଫଣ୍ଡରୁ ୨ କୋଟି ଡଲାର (୨୦ ମିଲିୟନ) ଉଡାଇ ନେଇଛନ୍ତି । ଏନବିସି ମଙ୍ଗଳବାର ନିଜର ରିପୋର୍ଟରେ ଏହି ସୂଚନା ଦେଇଛି । ଏହା ଅନୁସାରେ, ଆମେରିକାକୁ ଚୂନ ଲଗାଇଥିବା ହ୍ୟାକର ଚୀନର ଜିନପିଙ୍ଗ ସରକାର ପାଇଁ କାମ କରୁଛନ୍ତି । ଏନବିସି ନ୍ୟୁଜର ରିପୋର୍ଟ ଅନୁସାରେ APT41 ନାମକ ଏକ ହ୍ୟାକିଂ ଗ୍ରୁପ କୋଭିଡ ରିଲିଫ ଫଣ୍ଡରୁ ଅତି କମରେ ୨୦ ମିଲିୟନ ଡଲାର ଚୋରି କରିଛି । ରିପୋର୍ଟ ଅନୁସାରେ ଏହି ଚୋରି ୨୦୨୦ ମସିହା ମଧ୍ୟ ଭାଗରେ ହୋଇଥିଲା ଏବଂ ପ୍ରାୟ 2000 ଖାତାରୁ ଚୋରି କରାଯାଇଥିଲା । ଏହି ସମୟରେ ୪୦,୦୦୦ରୁ ଅଧିକ ଆର୍ଥିକ ନେଣଦେଣ ହୋଇଛି।

ହ୍ୟାକରଙ୍କ ଏହି ଗ୍ରୁପ ଚୀନର ଚେଙ୍ଗଦୁରୁ ପରିଚାଳିତ ହେଉଛି । ଅଧିକାରୀମାନେ କହିଛନ୍ତି ଯେ ମହାମାରୀ ସମୟରେ ହୋଇଥିବା ଧୋକା ସମ୍ପର୍କୀୟ ତଦନ୍ତରେ ଏଥିରେ ବିଦେଶୀ ହ୍ୟାକରଙ୍କ ହାତ ଥିବା ଜଣାପଡିଛି ।  ରିପୋର୍ଟରେ କୁହାଯାଇଛି ଯେ ଚୀନର ସରକାରୀ ହ୍ୟାକର ଅନ୍ୟ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରୁଛନ୍ତି।  

   Related Posts