ଭାରତ ଉପରେ ଚୀନର ସାଇବର ଆଟାକ୍: ୧୦୦ ଜିବି ଡାଟା ଚୋରି କରିଛି ଡ୍ରାଗନର ସରକାରୀ କମ୍ପାନୀ

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ: ଭାରତ ଉପରେ ସାଇବର ଆଟାକ୍ କରି ୧୦୦ ଜିବି ପର୍ଯ୍ୟନ୍ତ ଇମିଗ୍ରେସନ ଡାଟା ଚୋରୀ କରିଛି ଚୀନ। ସଂଘାଇ ସ୍ଥିତ ଇସୁନ(isoon) କମ୍ପାନୀ ଏହି ଆଟାକ୍ କରିଛି। ଏହି ହ୍ୟାକିଂ ଗ୍ରୁପ୍ ଚୀନ ସରକାର ସହ ଜଡ଼ିତ ରହିଥିବାରୁ ଏନେଇ ଭାରତର ଚିନ୍ତା ବଢ଼ିଯାଇଛି।

ଆମେରିକା ଗଣମାଧ୍ୟମ ଦ ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁସାରେ, ଆଇସୁନ କମ୍ପାନୀ ଚୀନ ସରକାର ଓ ଏହାର ସେନାକୁଗୁଇନ୍ଦା ସୂଚନା ଦେଇଥାଏ। ରିପୋର୍ଟରେ କୁହାଯାଇଛି ଯେ ହ୍ୟାକର୍ସମାନେ ପାଖାପାଖି ୫୭୦ ଫାଇଲ, ଫଟୋ ଓ ଚାଟ୍‌ ଲଗ୍ ଚୋରି କରିଛନ୍ତି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଚୀନ ପାଖକୁ ଚାଲିଯାଇଛି। ଗତ ସପ୍ତାହରେ ଏହିଫାଇଲ୍‌ଗୁଡ଼ିକ ଗିଟହବ୍‌ରେ ପୋଷ୍ଟ କରାଯାଇଥିଲା।

ରିପୋର୍ଟ ଅନୁସାରେ, ପାଖାପାଖି ୨୦ ଟି ଦେଶର ସରକାର ହ୍ୟାକର୍ସଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ଭାରତ ସମେତ ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ୟୁନାଇଟେଡ୍ କଂଗଡମ, ତାଇୱାନ ଓ ମାଲେସିଆ ମଧ୍ୟ ରହିଛି।  

ପଢ଼ନ୍ତୁ-କୃଷକ ଆନ୍ଦୋଳନ: କିଛି ଆକାଉଣ୍ଟ ବ୍ଲକ୍ କରିବାକୁ ‘ଏକ୍ସ’କୁ ସରକାରଙ୍କ ନିର୍ଦ୍ଦେଶ: ଅସହମତି ବ୍ୟକ୍ତ କରି ଗ୍ରାହକଙ୍କୁ ନୋଟିସ୍ କଲା କମ୍ପାନୀ

ଆଇସୁନ ବା ଅକ୍ସୁନ ସରକାରୀ ସଂସ୍ଥା, ସିକ୍ୟୁରିଟି ଏଜେନ୍ସି ଓ ଥାର୍ଡପାର୍ଟିଙ୍କୁ ସର୍ଭିସ୍ ପ୍ରଦାନ କରିଥାଏ। ଲିକ୍ ହୋଇଥିବା ଦସ୍ତାବେଜ୍‌ରୁ ଜଣାପଡ଼ିଛି ଯେ ୯୫.୨ ଜିବି ଇମିଗ୍ରେସନ ଡାଟା ଇଣ୍ଡିଆରୁ ଓ ଦକ୍ଷିଣ କୋରିଆର ଏଲ୍‌ଡି ୟୁ ପ୍ଲସ ଟେଲିକମ୍ ଅପରେଟର ୩ ଟେରାବାଇଟ୍ କଲ ଲଗ୍ ଡାଟା ହ୍ୟାକର୍ସଙ୍କ ପାଖରେ ରହିଛି।

ସେହିପରି ତାଇୱାନ୍‌ର ୪୫୯ ଜିବି ରୋଡ୍ ମ୍ୟାପିଂ ଡାଟା ଚୋରି କରାଯାଇଛି। ଏହା ସୈନ୍ୟ ଅପରେସନ ବେଳେ ଚୀନର ସହାୟକ ହେବ ବୋଲି ୱାଶିଂଟନ ପୋଷ୍ଟ ରିପୋର୍ଟ ପ୍ରକାଶ କରିଛି।

୨୦୨୨ରେ ଆଇସୁନ କମ୍ପାନୀ ନାଟୋ ଦେଶକୁ ମଧ୍ୟ ଟାର୍ଗେଟ କରିଥିଲା। ଏହା ବ୍ୟତୀତ ୟୁକେ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଏହି ସଂସ୍ଥା ହ୍ୟାକ୍ କରିଥିଲା। ହ୍ୟାକରମାନେ ପାକିସ୍ତାନ ଏବଂ କାମ୍ବୋଡିଆ ଉପରେ ମଧ୍ୟ ସାଇବର ଆଟାକ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.