oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ହଠାତ ଭାରତରେ ପହଞ୍ଚିଲେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, କାଲି ଜୟଙ୍କର ଓ ଡୋଭାଲଙ୍କୁ ଭେଟିବେ

24/03/2022 at 9:23 PM

ନୂଆଦିଲ୍ଲୀ: ଭାରତରେ ହଠାତ୍ ପହଞ୍ଚିଲେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗି ୟି। ପୂର୍ବରୁ ତାଙ୍କର ଭାରତଗସ୍ତ ନେଇ ଖବର ପ୍ରକାଶ ପାଇଥିଲା। ହେଲେ ଭାରତ ସରକାର କିନ୍ତୁ ଏନେଇ କୌଣସି ପୂର୍ବ ସୂଚନା ଦେଇ ନଥିଲେ। ଗୁରୁବାର ହଠାତ୍‌ ସେ ଆସି ଭାରତରେ ପହଞ୍ଚିଛନ୍ତି।

ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୱାଙ୍ଗ ୟି ଆସନ୍ତାକାଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ। ୨୦୨୦ରେ ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ପରେ ପ୍ରଥମ ଥର ଚୀନର ଜଣେ ବରିଷ୍ଠ ନେତା ଭାରତ ଆସିଛନ୍ତି।

ୱାଙ୍ଗ ୟି ଭାରତ ଆସିବା ପୂର୍ବରୁ କାଶ୍ମୀରକୁ ନେଇ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ଅସନ୍ତୋଷ ପ୍ରକାଶ କରି ଭାରତ ଚାଙ୍କୁ ସତର୍କ କରାଇଥିଲା। ଓଆଇସି(ଅର୍ଗାନାଇଜେସନ୍ ଅଫ୍ ଇସ୍‌ଲାମିକ କୋଅପରେସନ) ବୈଠକରେ ପାକିସ୍ତାନ ଫୁଲ୍ ଦମ୍‌ରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଏହି ବୈଠକରେ ଚୀନ ବିଦେଶ ମନ୍ତ୍ରୀ ସାମିଲ୍ ହୋଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଓଆସି ଦେଶ କଥା ଶୁଣିଲା ପରେ ଚୀନକୁ ମଧ୍ୟ ଏମାନଙ୍କ ଭଳି ସମାନ ଆଶା ଅଛି ବୋଲି ୱାଙ୍ଗ ୟି କହିଥିଲେ।

 

   Related Posts