ଚୀନରେ ୨ ମାସ ପରେ ଖୋଲିଲା ଫୁଡ୍ ମାର୍କେଟ୍ ଯେଉଁଠାରେ ମିଳେ ଫ୍ରାଏଡ୍ ବିଛା ଓ ଅନ୍ୟାନ୍ୟ ପୋକଜୋକରେ ପ୍ରସ୍ତୁତ ବ୍ୟଞ୍ଜନ

Published By : Prameya-News7 Bureau | May 01, 2020 IST

ବେଜିଙ୍ଗ ୦୧/୦୫ : ଚୀନରେ ପୁଣିଥରେ ସେହି ଫୁଡ୍ ମାର୍କେଟ୍ ଖୋଲା ଯାଇଛି ଯେଉଁଠାରେ ଫ୍ରାଏଡ୍ ବିଛା, ସେଣ୍ଟିପିଡ୍, ଅକ୍ଟୋପସ୍ ଓ ଅନ୍ୟାନ୍ୟ ପୋକଜୋକରେ ତିଆରି ବ୍ୟଞ୍ଜନ ମିଳିଥାଏ | କରୋନା ଭାଇରସ୍ ଯୋଗୁଁ ଚୀନର ଏହି ବଜାରକୁ ଗତ ଜାନୁଆରୀ ଶେଷ ଆଡକୁ ବନ୍ଦ କରିଦିଆଯାଇଥିଲା | ପାଖାପାଖି ୭୦ ଦିନ ପରେ ପୁଣି ଏହି ବଜାର ଖୋଲାଯାଇଛି | ଚୀନର କିଛି ଜାଗାରେ ଏବେ ମଧ୍ୟ ପ୍ରତିବନ୍ଧକ ରହିଛି | ଏହି ବଜାରକୁ ଦିନକୁ ୩ ହଜାର ଲୋକ ହିଁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି |

{"id":263052,"sizeSlug":"large"}

ଏହି ବଜାର ଚୀନର ଗୁଆଁକ୍ସି ରାଜଧାନୀରେ ଅବସ୍ଥିତ | ଏହି ବଜାର ଜୋଗନ୍ସାନ ରୋଡ଼୍ ଫୁଡ୍ ମାର୍କେଟ୍ ନାଁରେ ପରିଚିତ | ବର୍ଷର ଅଧିକାଂଶ ସମୟରେ ଏଠାକୁ ଅନ୍ୟ ଦେଶର ଅନେକ ପର୍ଯ୍ୟଟକ ଆସିଥାନ୍ତି | ଏହି ମାର୍କେଟ୍ ବୁହାନରୁ ପ୍ରାୟ ୧୩୫୦ କିମି ଦୂରରେ ଅବସ୍ଥିତ | ଏହି ବଜାରରେ ପୋକଜୋକରେ ପ୍ରସ୍ତୁତ ଯେଉଁଭଳି ଖାଦ୍ୟ, ବ୍ୟଞ୍ଜନ ତିଆରି କରାଯାଇଥାଏ ତାକୁ ବନ୍ଦ କରିଦିଆଯାଇଥିଲା | ଏହି ବଜାର ସାଧାରଣତଃ ସନ୍ଧ୍ୟା ପରେ ହିଁ ଖୋଲିଥାଏ | ଏଠାରେ ଯେଉଁସବୁ ବ୍ୟଞ୍ଜନ ମିଳେ ତାହା ଦୁନିଆର ଆଉ କେଉଁ କୋଣରେ ମଧ୍ୟ ମିଳେନାହିଁ |

{"id":263053,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.