ଭାରତ ପ୍ରେମରେ ଚୀନ ରାଷ୍ଟ୍ରଦୂତ: କହିଲେ- ମୁଁ ଇଣ୍ଡିଆର ସବୁଠାରୁ ବଡ଼ ଫ୍ୟାନ୍

Published By : Prameya-News7 Bureau | October 27, 2022 IST

ଢାକା: ଭାରତ ପ୍ରେମରେ ଚୀନ ରାଷ୍ଟ୍ରଦୂତ। କହିଲେ, ମୁଁ ଭାରତର ସବୁଠାରୁ ବଡ଼ ଫ୍ୟାନ୍। ବାଂଲାଦେଶରେ ଥିବା ଚୀନ ରାଷ୍ଟ୍ରଦୂତ  ଲି ଜିମିଂ ଏପରି କହିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ନିଜ ମତ ରଖୁଥିବା ବେଳେ ଭାରତ ବିଷୟରେ ତାଙ୍କ ଭଲପାଇବାକୁ ଏପରି ପ୍ରକାଶ କରିଛନ୍ତି ଜିମିଂ। ସେ କହିଛନ୍ତି “ ବ୍ୟକ୍ତିଗତ ଭାବେ ମୁଁ ଭାରତର ସବୁଠାରୁ ବଡ୍ ପ୍ରଶଂସକ।  ଆମେ ମିଳିମିଶି ଆମ ଭିତରେ ଥିବା ଅର୍ଥନୈତିକ, ଭୂରାଜନୈତିକ ସମସ୍ୟାର ସମାଧାନ କରିପାରିବୁ।” ବାଂଲାଦେଶର କୂଟନୈତିକ ପ୍ରତିନିଧିଙ୍କ ସହ ଆଲୋଚନା କଲା ବେଳେ ଲିମ ଜିମିଂ କହିଛନ୍ତି ଯେ ଚୀନ ଭାରତକୁ କେବେ ବି ଏକ ରଣନୈତିକ ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖି ନାହିଁ। ତେବେ ବଙ୍ଗୋପ ସାଗରରେ ଅଧିକ ସେନା ମୁତୟନ ହେଉ ଚୀନ ଚାହେଁନି ଏହା ଦେଖିବାକୁ ଚହେଁନି ବୋଲି ଲି ଜିମିଂ କହିଛନ୍ତି।।

ଗତକାଲି ଭାରତରେ ଥିବା ଚୀନ ରାଷ୍ଟ୍ରଦୂତ ସନ ୱେଇଡଙ୍ଗ ଅବସର ନେବା ସମୟରେ ତାଙ୍କ ବିଦାୟିକାଳୀନ ଭାଷଣରେ ଭାରତ ଓ ଚୀନକୁ ଉପଦେଶ ଦେଇଥିଲେ। ଦୁଇ ଦେଶ କେହି କାହାର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ସେ କହିଥିଲେ। ତେବେ ତାଙ୍କୁ ଭାରତରେ କାମ କରି ଭଲ ଲାଗିଲା ବୋଲି କହିଥିଲେ।  

ଏହାପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସନଙ୍କ ସହ ମିଶି ଚୀନକୁ ମଧ୍ୟ ପରୋକ୍ଷରେ ପରାମର୍ଶ ଦେଇଥିଲେ। ଦୁଇ ଦେଶର ସମ୍ପର୍କର ସୁଧୁରିବା ସମସ୍ତଙ୍କର ଇଣ୍ଟରେଷ୍ଟ ଉପରେ ନିର୍ଭର କରେ ବୋଲି ଜୟଶଙ୍କର କହିଥିଲେ। ସୂଚନା ଥାଉକି ଲଦାଖର ଗଲୱାନ ଘାଟିରେ ମୁହାଁମୁହିଁ ପରିସ୍ଥିତି ଯୋଗୁ ଭାରତ-ଚୀନ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ଏବେ ସେଠି ଉଭୟ ଦେଶ ସେନା ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି। ଏପରି ସ୍ଥଳେ ଚୀନ ରାଷ୍ଟ୍ରଦୂତଙ୍କ ଭାରତ ପ୍ରତି ଭଲପାଇବା ଦୁଇ ଦେଶର ସମ୍ପର୍କ ସୁଧାରିବା ଦିଗରେ ସୂଚନା ଦେଉଛି ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.