ବେଜିଂ ବେଲୁନ୍ ବଢ଼ାଇଲା ବାଇଡେନଙ୍କ ଟେନସନ, ଚୀନ୍ ଉପରେ ନରମ ଆଭିମୁଖ୍ୟକୁ ବିରୋଧୀଙ୍କ ଟାର୍ଗେଟ୍
6/02/2023 at 9:02 AM

ଓ୍ବାଶିଂଟନ: ବେଜିଂ ବେଲୁନ୍ ଓ୍ବାଶିଂଟନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ପାଏ ବେଲୁନ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଟେନସନ୍ ବଢ଼ାଇ ଦେଇଛି । ୟୁଏସ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଗୁଳି କରି ଖସାଇ ଦିଆଯାଇଥିଲେ ମଧ୍ୟ ଚୀନ୍ ପ୍ରତି ବାଇଡେନଙ୍କ ନରମ ଆଭିମୁଖ୍ୟକୁ ନେଇ ବିରୋଧୀ ସାଂସଦ ଟାର୍ଗେଟ୍ କରିଛନ୍ତି ।
ସୂଚନା ଅନୁଯାୟୀ, ଚୀନ୍ର ସନ୍ଦିଗ୍ଧ ବେଲୁନ୍କୁ ନେଇ ସରକାର ନିର୍ଣ୍ଣୟ ନେବାରେ ବିଳମ୍ବ କରିବାକୁ ନେଇ ରିପବ୍ଲିକ୍ ସାସଂଦ କଡା ଆଲୋଚନା କରିଛନ୍ତି । ଏହା ସହିତ ବେଲୁନ୍ ଆମେରିକା ବାୟୁ କ୍ଷେତ୍ର ଉଲ୍ଲଙ୍ଘନ କରିଥିବା ଘଟଣାକୁ ବାଇଡେନ୍ ଦେଶବାସୀଙ୍କୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି । ବାଇଡେନ୍ ପ୍ରଶାସନ କାହିଁକ ଚୀନ୍ ଉପରେ ନରମ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ସାଂସଦ ।
ଶନିବାର ଚୀନର ଗୁଇନ୍ଦା ବେଲୁନ ଉତ୍ତର ପଶ୍ଚିମ ସହର ମୋଣ୍ଟାନାରେ ଦେଖାଯାଇଥିଲା । ଆମେରିକା ଉପରରେ ନଜର ରଖିବାକୁ ଚୀନ୍ ଷଡ଼ଯନ୍ତ୍ର କରି ଏଭଳି ବେଲୁନ ଛାଡ଼ିଥିବା ନଓ୍ବପେଣ୍ଟାଗନ ଦାବି କରିଥିଲା । ଚୀନର ସନ୍ଦିଗ୍ଧ ବେଲୁନ ଜନବସତି ଅଞ୍ଚଳର ଏୟାର ଟ୍ରାଫିକ ଉପରେ ଏବଂ ବାହ୍ୟ ବାୟୁ ମାର୍ଗ ତଳଭାଗରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ବେଲୁନ୍କୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେବା ପରେ ଆମେରିକା ସୁରକ୍ଷା ଏଜେନ୍ସି ଏହାକୁ ଆଲାସ୍କା ନିକଟରେ ମାରି ଖସାଇଦେଇଛି । ଏହି ବେଲୁନର ଆୟତନ ୩ଟି ବସ୍ ସହିତ ସମାନ ବୋଲି କୁହାଯାଉଛି ।
ସନ୍ଦିଗ୍ଧ ବେଲୁନ୍କୁ ଆମେରିକା ମାରି ଖସାଇବା ପରେ ପ୍ରତିକ୍ରିୟା ରଖିଛି ଚୀନ୍ । ବେଲୁନ୍ ଗତିପଥ ବଦଳାଇ ଆମେରିକା ବାୟୁ ସୀମାକୁ ଚାଲିଯାଇଥିଲା । ଏହାକୁ ନଷ୍ଟ କରିବା ଅର୍ଥ ଅନ୍ତରାଷ୍ଟ୍ରୀୟ ଅଭ୍ୟାସ ନିୟମ ଉଲ୍ଲଙ୍ଘନ କରିବା ସହିତ ସମାନ । ଆମେରିକାକୁ ଏହାର ଫଳ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛି ଚୀନ୍ ।