ଆପଣ ବି ଟିକ୍ ଟକ୍ ଆପ୍ ଏବଂ ସେୟାରଇଟ୍ ଆପ୍ ବ୍ୟବହାର କରୁଛନ୍ତି କି : ହୋଇଯାନ୍ତୁ ସାବଧାନ, ଚୋରି ହୋଇପାରେ ଆପଣଙ୍କ ସବୁ ଡାଟା
25/01/2019 at 11:39 AM

ନୂଆଦିଲ୍ଲୀ ୨୫/୧: ଆମେ ସମସ୍ତେ ନିଜ ସ୍ମାର୍ଟଫୋନରେ ବିଭିନ୍ନ ପ୍ରକାର ଆପ୍ ବ୍ୟବହାର କରିଥାଉ। ଏହି ଆପଗୁଡ଼ିକ ମଧ୍ୟରୁ ଟିକ୍ ଟକ୍,ୟୁସି ବ୍ରାଉଜର,ସେୟାର ଇଟ୍ ଭଳି ଚାଇନିଜ ଆପ୍ ବ୍ୟବହାର କରିଥାନ୍ତି। ଏହି ଆପଗୁଡ଼ିକ ଆପଣଙ୍କ ବ୍ୟକ୍ତିଗତ ଡାଟାର ଆକ୍ସେସ୍ ମାଗନ୍ତି। ଆପଣ ଜାଣିଛନ୍ତି କି ଏହି ଆପଗୁଡ଼ିକୁ ଆକ୍ସେସ୍ ଦେବା କେତେ ବିପଦଜନକ ହୋଇଥାଏ। ଖାସକରି ଏହି ଆପଗୁଡ଼ିକ ଯେତେବେଳେ ବ୍ୟକ୍ତିଗତ ତଥ୍ୟ ମାଗିଥାଏ ଯାହାର ବିଲକୁଲ କୈାଣସି ଆବଶ୍ୟକତା ନଥାଏ। ଇନଫରମେସନ୍ ସିକ୍ୟୁରିଟି ଫର୍ମ Arrka Consulting ଏହି ମାମଲାକୁ ନେଇ ଏକ ଗବେଷଣା କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଚୀନର ଡିଜିଟାଲ୍ ଆପ୍ ଭାରତୀୟ ଗ୍ରାହକଙ୍କଠୁ ଆବଶ୍ୟକତାଠାରୁ ଅଧିକ ବ୍ୟକ୍ତିଗତ ତଥ୍ୟ ମାଗିଥାଏ।

ଚାଇନିଜ ଆପ୍ ମାଗିଥିବା ତଥ୍ୟକୁ ବିଦେଶୀ ଏଜେନ୍ସିକୁ ଦେଇଥାଏ। ଏହି ଆପଗୁଡ଼ିକ ତଥ୍ୟକୁ ସ୍ଥାନାନ୍ତର କରିଥାଏ। ରିପୋର୍ଟ ଅନୁସାରେ ହେଲୋ,ସେୟାରଇଟ୍,ଟିକ୍ ଟକ୍,ୟୁସି ବ୍ରାଉଜର,ଭିଗୋ ଭିଡିଓ,ବିୟୁଟି ପ୍ଲସ୍,କ୍ଲବ୍ ଫ୍ୟାକ୍ଟ୍ରି ଏଭ୍ରିଥିଙ୍ଗ୍,ନିୟୁଜ ଡଗ୍,ୟୁସି ନିୟୁଜ ଏବଂ ଭିମେଟ୍ ଭଳି ଆପଗୁଡ଼ିକ ଏଥିରେ ସାମିଲ ରହିଛି। ଏହି ସବୁ ଆପଗୁଡ଼ିକ ଗ୍ରାହକଙ୍କଠୁ ମାଇକ୍ରୋଫୋନର ଆକ୍ସେସ୍ ମାଗିଥାଏ। ଏବଂ କେତେକ ଆପ୍ କ୍ୟାମେରାର ଆକ୍ସେସ୍ ମଧ୍ୟ ମାଗିଥାଏ। ପାଖାପାଖି ୫୦ଟି ଆପ୍ ଏବଂ ଚାଇନାର ପାଖାପାଖି ୧୦ଟି ଆପ୍ ଗ୍ରାହକଙ୍କୁ ୪୫ପ୍ରତିଶତ ଅଧିକ ସୂଚନା ମାଗିଥାଏ। ଏହି ଆପଗୁଡ଼ିକ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟକୁ ୭ଟି ବୈଦେଶିକ ଏଜେନ୍ସିକୁ ଦେଇଥାଏ। ଏଥିରୁ ୬୯ପ୍ରତିଶତ ଆମେରିକାକୁ ଦିଆଯାଉଛି। ଏହା ବ୍ୟତୀତ ଟିକଟକ୍ ର ଡାଟା ଚାଇନା ଟେଲିକମ୍ କମ୍ପାନୀକୁ ପଠାଯାଉଛି। ଭିଗୋ ଭିଡିଓ,ବିୟୁଟି ପ୍ଲସ୍ ଏବଂ ଟେନସେଣ୍ଟ କୋ ର ଡାଟା ମେଇଟୁକୁ ପଠାଯାଉଛି। ଏହା ସହିତ ୟୁସି ବ୍ରାଉଜର ନିଜ ଡାଟା ଅଲିବାବାକୁ ପଠାଉଛି।
