ଗଲଓ୍ବାନ ଘାଟିର ହିଂସାକୁ ଦୁର୍ଭାଗ୍ୟଜନକ କହିଲେ ଚୀନ୍ ରାଷ୍ଟ୍ରଦୂତ, ମୋଦିଙ୍କ 'ଆତ୍ମନିର୍ଭର ଭାରତ' ବଢାଇଛି ଚିନ୍ତା

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୮: ଭାରତରେ ଚୀନ୍ ରାଷ୍ଟ୍ରଦୂତ ସନ୍ ଓ୍ବିଡୋଙ୍ଗ । ଗଲଓ୍ବାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ହିଂସାକାଣ୍ଡକୁ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହି ହିଂସାକାଣ୍ଡରେ ଭାରତର ୨୦ ସୈନିକ ସହିଦ ହୋଇଥିଲେ । ସେହିଭଳି ଚୀନ୍ ର ୪୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଇତିହାସ ଦୃଷ୍ଟିକୋଣରୁ ଏହା ଏକ ସଂକ୍ଷିପ୍ତ ମୁହୂର୍ତ୍ତ ବୋଲି ଚୀନ୍ ରାଷ୍ଟ୍ରଦୂତ କହିଛନ୍ତି ।

ଚୀନ୍-ଭାରତ ୟୁବା ୱେବିନାରରେ ଚୀନ୍ ରାଷ୍ଟ୍ରଦୂତ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ସୀମାନ୍ତ ଅଞ୍ଚଳରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଯାହାକୁ ନା କେବଳ ଚୀନ୍ ବଂର ଭାରତ ମଧ୍ୟ ଦେଖିବାକୁ ଚାହେଁନାହିଁ । ବର୍ତ୍ତମାନ ଆମେ ଏହାକୁ ଠିକ୍ ରେ ପରିଚାଳନା ପାଇଁ କାମ କରୁଛୁ । ଏହା ଇତିହାସ ଦୃଷ୍ଟିକୋଣରେ ଏକ ସଂକ୍ଷିପ୍ତ ମୁହୂର୍ତ୍ତ ।

ୱିଡୋଙ୍ଗ କହିଛନ୍ତି ଯେ, ୭୦ ବର୍ଷ ପୂର୍ବେ ଚୀନ୍ ଏବଂ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରଠାରୁ ଦ୍ବିପାକ୍ଷିକ ସମ୍ପର୍କରେ ପରୀକ୍ଷଣ ହ୍ରାସ ପାଇଛି । ସେମାନେ ଅଧିକ ଅସ୍ଥିର ହୋଇପଡିଛନ୍ତି । ସେ କହିଛନ୍ତି, ଏକ ସମୟରେ ଗୋଟିଏ ଜିନିଷ ଦ୍ବାରା ବିଚଳିତ ହେବା ଉଚିତ୍ ନୁହେଁ । ଏହି ନୂତନ ଶତାବ୍ଦୀରେ ଦ୍ବିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ଉଚିତ୍, ନା କି ଏହାକୁ ବିଗାଡିବା ।

କରୋନା ମହାମାରୀ ଏବଂ ଚୀନ୍ ମଧ୍ୟରେ ସଂପର୍କ ବିଗିଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତର ନାରା ଦେଇଥିଲେ । ଏହା ଚୀନ୍ ର ଚିନ୍ତା ବଢାଇଦେଇଛି । ଓ୍ବେବିନାର ବେଳେ ସେ କହିଛନ୍ତି କୌଣସି ଦେଶ ବିଶ୍ବଠାରୁ ଅଲଗା ହୋଇ ନିଜ ବଳରେ ବିକସିତ ହୋଇପାରିବ ନାହିଁ । ଆମକୁ ନା କେବଳ ଆତ୍ମନିର୍ଭରତା ପାଳନ କରିବା ଜରୁରୀ ବରଂ ଜଗତିକରଣର ଆଧାରରେ ଅନ୍ୟ ଦେଶ ପାଇଁ ଏହାକୁ ଖୋଲା ରଖିବା ଉଚିତ । ଏହା ଦ୍ବାରା ଆମେ ଉନ୍ନତ ବିକାସ ହାସଲ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.