ତାଇୱାନ ବାୟୁସୀମାରେ ୨୪ ଯୁଦ୍ଧ ବିମାନ ଉଡାଇଲା ଚୀନ, ହାଇ ଆଲର୍ଟରେ ତାଇପେ

Published By : Prameya-News7 Bureau | August 12, 2022 IST

ନୂଆଦିଲ୍ଲୀ: ଆମେରିକର ବାଚସ୍ପତି ନାନ୍ସି ପେଲୋସିଙ୍କ ଯାତ୍ରା ପରେ ବିଚଳିତ ହୋଇ ଉଠିଥିବା ଚୀନ ବାରମ୍ୱାରା ତାଇୱାନକୁ ନାଲି ଆଖି ଦେଖାଉଛି। ଗତ ଏକ ସପ୍ତାହରେ ଅନେକ ଥର ତାଇୱାନର ଏୟାରସ୍ପେସର ଉଲ୍ଲଂଘନ କରିଥିବା ଚୀନ ସେନା ଲଗାତାର ତାଇୱାନକୁ ଡରାଇବା କାମ କରୁଛି । ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଦାବି କରିଛି ଯେ, ଚୀନର ୨୪ ଯୁଦ୍ଧ ବିମାନକୁ ତାର ବାୟୁସୀମାରେ ପ୍ରବେଶ କରିଥିଲା ।

ନାନ୍ସିଙ୍କ ତାଇୱାନ ଗସ୍ତ ପରଠୁ ବେଜିଂ ସ୍ୱଶାସିତ ଦ୍ୱୀପକୁ କବଜା କରିବା ପାଇଁ ଧମକ ଦେବା ସହ ଅନ୍ୟ ସୈନ୍ୟ ଅଭ୍ୟାସ କରିଥିଲା। ନିଜର ଶକ୍ତିଶାଳି ଯୁଦ୍ଧ ବିମାନକୁ ଏହି ଯୁଦ୍ଧାଭ୍ୟାସରେ ସାମିଲ କରାଇଥିଲା । ତେବେ ଗତ ବୁଧବାର ଚୀନ ନିଜର ସୈନ୍ୟ ଅଭ୍ୟାସ ଶେଷ କରିବା ନେଇ ଘୋଷଣା କରିଥିଲା।

ଗୋଟିଏ ଦିନ ପୂର୍ବରୁ ଗୁରୁବାର ଚୀନ ପୁଣି ଥରେ ତାଇୱାନକୁ ଧମକ ଦେଇଥିଲା । ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ବେନବିନ କହିଥିଲେ,' ସ୍ୱାଧୀନତାର ପାଇଁ ବାହାର ଶକ୍ତି ସହ ମିଶିବା ତାଇୱାନ କେବଳ ନିଜର ବିନାଶକୁ ଆମନ୍ତ୍ରଣ କରୁଛି । ତାଇୱାନର ସ୍ୱପ୍ନ କେବେ ପୂରା ହେବ ନାହିଁ ଏବଂ ରାଷ୍ଟ୍ରୀୟ ହିତ ଉପରେ କୁଠାରଘାତ କରିବାର ଯେକୌଣସି ପ୍ରସାୟକୁ ବିଫଳ କରାଯିବ'।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.