Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବ ଲଦାଖ ନିକଟରେ ୨୫ ଯୁଦ୍ଧ ବିମାନ ନିୟୋଜିତ କରିଛି ଚୀନ, ଏଲଏସିରେ ନିର୍ମାଣ କରୁଛି ନୂଆ ଆକାଶ ମାର୍ଗ: ରିପୋର୍ଟ

10/06/2022 at 10:54 PM

ନୂଆଦିଲ୍ଲୀ: ନିକଟରେ ଆମେରିକାର ଜଣେ ଶୀର୍ଷ ଜେନେରାଲ ଲଦାଖରେ ଭାରତୀୟ ସୀମା ନିକଟରେ ଚୀନ ଦ୍ୱାରା ନିର୍ମାଣ କରାଯାଉଥିବା ପ୍ରତିରକ୍ଷା ଭିତ୍ତିଭୂମିକୁ ଚିନ୍ତାଜନକ କହିଥିଲେ । ଏବେ ରିପୋର୍ଟ ଅନୁସାରେ, ଚୀନର ବାୟୁସେନା ପୂର୍ବ ଲଦାଖ ସେକ୍ଟର ନିକଟରେ ନିଜର ହୋତାନ ବିମାନ ବନ୍ଦରରେ ଦୁଇ ଡର୍ଜନରୁ ଅଧିକ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ନିୟୋଜିତ କରିଛି ।

ସରକାରୀ ସୂତ୍ର ଅନୁସାରେ, ଚୀନ ବାୟୁ ସେନା ନିଜର ୨୫ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନକୁ ହୋତାନ ବିମାନ ବନ୍ଦରରେ ପ୍ରସ୍ତୁତ କରି ରଖିଛି । ଏଥିରେ ଚୀନ ବାୟୁ ସେନାର ଜେ-୧୧ ଏବଂ ଜେ-୨୦ ଯୁଦ୍ଧ ବିମାନ ସାମିଲ ରହିଛି । ସୂତ୍ର ଅନୁସାରେ ପୂର୍ବରୁ ଏଠାରେ ଚୀନ ନିଜର ମିଗ୍-୨୧ ଶ୍ରେଣୀର ଯୁଦ୍ଧ ବିମାନ ନିୟୋଜିତ କରିଥିଲା, କିନ୍ତୁ ଏବେ ଅଧିକ ସକ୍ଷମ ବିମାନରେ ପରିବର୍ତ୍ତନ କରିଛି ।

ଏହାସହ ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନ ବାୟୁ ସେନା ଭାରତୀୟ ସୀମା ନିକଟରେ ଏକ ନୂତନ ଆକାଶ ମାର୍ଗ ନିର୍ମାଣ କରୁଛି । ଏହାଦ୍ୱାରା କମ ଉଚ୍ଚତାରୁ ମଧ୍ୟ ମିଶନ ଆରମ୍ଭ କରିପାରିବ । ଆମେରିକାର ଜେନେରାଲ ଚାଲର୍ସ ଏ ଫ୍ଲିନ ନିକଟରେ ଏକ ବୟାନ ଦେଇ କହିଥିଲେ ଯେ ଚୀନର ଗତିବିଧିରୁ ଅଧିକ ସଜାଗ ରହିବା ଜରୁରୀ ।

ପୂର୍ବ ଲଦାଖରେ ଚୀନ ସହ ଜାରି ଗତିରୋଧ ମଧ୍ୟରେ ବିଦେଶ ମନ୍ତ୍ରଣାଳୟ ଗୁରୁବାର କହିଥିଲା, ସରକାର ପଶ୍ଚିମ କ୍ଷେତ୍ରରେ ଚୀନ ଦ୍ୱାରା ନିର୍ମାଣ କରାଯାଉଥିବା ଭିତ୍ତିଭୂମି ସହ ସବୁ ଘଟଣାକ୍ରମ ଉପରେ ନିଜର ରଖିଛନ୍ତି । ଏହାସହ ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱର ରକ୍ଷା ପାଇଁ ସବୁ ଉପାୟ ଆପଣାଇବାକୁ ପ୍ରତିବଦ୍ଧ ଥିବା ବିଦେଶ ମନ୍ତ୍ରମାଳୟ ନିଜ ବୟାନରେ କହିଥିଲା ।  

   Related Posts