ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଚୀନ ଠାରୁ ବଢିଲା ଆମଦାନୀ କମିଲା ରପ୍ତାନୀ: କେବଳ ଭାରତ ନୁହେଁ ଏହି ଦେଶମାନେ ବି ଚୀନ ଠାରୁ କିଣିଛନ୍ତି ସାମଗ୍ରୀ

27/01/2023 at 5:08 PM

ନୂଆଦିଲ୍ଲୀ: ଚୀନ ଠାରୁ ଭାରତର ଆମଦାନୀ ବଢ଼ିଛି। ଗତ ଦୁଇ ଦଶନ୍ଧି ଭିତରେ ଭାରତ ଚୀନ ଠାରୁ ୩ ଗୁଣା ଅଧିକ ଆମଦାନୀ କରିଛି ବୋଲି ‘ଦ ହିନ୍ଦୁ’ ୱେବ୍‌ସାଇଟ୍‌ରେ ଖବର ପ୍ରକାଶ ପାଇଛି।  

ଚୀନ ଠାରୁ ଭାରତର ଆମଦାନୀ ୫ ପ୍ରତିଶତରୁ ବଢ଼ି ଏବେ ୧୫ ପ୍ରତିଶତ ହୋଇଛି। ଅନ୍ୟପଟେ ଚୀନକୁ ବହୁ ସଂଖ୍ୟାରେ ରପ୍ତାନୀ କମ୍‌ ହୋଇଛି। ଏହି କ୍ଷେତ୍ରରେ ଭାରତ ୫ ବର୍ଷ ପଛକୁ ଫେରି ଯାଇଛି। ୨୦୨୨ରେ ୨ ଦେଶ ମଧ୍ୟରେ ଅଧିକ ମାତ୍ରାରେ ହୋଇଥିବା ବ୍ୟବସାୟିକ ଅସନ୍ତୁଳନ ଭାରତର ବ୍ୟବସାୟିକ କ୍ଷତିକୁ ବଢ଼ାଇ ଦେଇଛି ବୋଲି ରିପୋର୍ଟରେ କୁହାଯାଇଛି।

୨୦୨୨ ବ୍ୟବସାୟିକ ରିପୋର୍ଟ ଅନୁସାରେ, ଇଲେକ୍ଟ୍ରିକ୍ ଉପକରଣ ନେଇ ଭାରତ ଚୀନ ଉପରେ ନିର୍ଭରଶୀଳତା କମାଇପାରି ନାହିଁ। ବରଂ ଅଧିକ ଇ-ଉପକରଣ ଆମଦାନୀ କରିଛି। ୨୦୨୨ରେ ଭାରତ ଚୀନ ଠାରୁ ଇ-ମେସିନ ଓ ଇ-ଉପକରଣ ବହୁଳମାତ୍ରାରେ ଆମଦାନୀ କରିଛି। ଏହି ସମସ୍ୟା ଆଜିର ନୁହେଁ, କିଛି ବର୍ଷ ହେବ ଇ-ଉପକରଣ ପାଇଁ ଚୀନ ଭାରତର ସବୁଠାରୁ ବଡ଼ ପାର୍ଟନର ହୋଇଛି। ତେବେ କେବଳ ଭାରତ ନୁହେଁ, ପଡ଼ୋଶୀ ଦେଶ ଓ ବ୍ରିକ୍ସ ଦେଶଗୁଡିକର ମଧ୍ୟ ଚୀନ ଠାରୁ ଇ-ଉପକରଣ ଆମଦାନୀରେ ବୃଦ୍ଧି ହୋଇଛି ବୋଲି ‘ଦ ହିନ୍ଦୁ’ କହିଛି।  

ଭାରତର ମୋଟ ଆମଦାନୀରୁ ଚୀନର ଭାଗ ଅଧିକ ରହିଛି। ମୂଲ୍ୟାୟନ ଦୃଷ୍ଟିରୁ ଦେଖିଲେ ଚୀନ ଠାରୁ ଆୟ ୯୪.୭ ବିଲିୟନ ଆମେରିକୀୟ ଡଲାର ହୋଇଛି। ଭାରତର ମୋଟ ଆୟରୁ ୨୦୨୨ରେ ଚୀନର ଶେୟାର ୧୪ ପ୍ରତିଶତ ରହିଛି। ତେବେ ୨୦୧୬ରେ ସ୍ଥିତି ଆହୁରି ଜଟିଳ ଥିଲା। ତେବେ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ଚୀନକୁ ଭାରତ ରପ୍ତାନୀ ୫ ବର୍ଷ ତଳକୁ ଖସିଯାଇଛି। ୨୦୨୦ରେ ଚୀନକୁ ରପ୍ତାନୀ ୭ ପ୍ରତିଶର ହ୍ରାସ ପାଇ ୨୦୨୨ ବେଳକୁ ଏହା ୩.୪ ପ୍ରତିଶତ ହୋଇଯାଇଛି। ୨୦୧୬ରେ ସ୍ଥିତି ମଧ୍ୟ ଏମିତି ଥିଲା ବୋଲି ‘ଦ ହିନ୍ଦୁ’ ରିପୋର୍ଟ ପ୍ରକାଶ କରିଛି।   

କେଉଁସବୁ ସାମଗ୍ରୀ ଚୀନକୁ ବିକ୍ରି କରିଛି ଭାରତ ?

୨୦୨୦, ୨୦୨୧ ଓ ୨୦୨୨ ଏହି ୩ ବର୍ଷ ଭିତରେ ଭାରତ ଚୀନକୁ ୨୦ଟି ସାମଗ୍ରୀ ଅଧିକ ବିକ୍ରି କରିଛି। ସେଗୁଡ଼ିକ ମଧ୍ୟରୁ ଖଣିଜ ପଥର, ଖଣିଜ ଇନ୍ଧନ ଓ ତେଲ, ଲୁହା, ଷ୍ଟିଲ୍, ପେଟ୍ରୋଲିୟମ ତେଲ, ଲୁହା ପଥର, ଚିଙ୍ଗୁଡ଼ି ଆଦି ସାମଗ୍ରୀ ଅଧିକ ବିକ୍ରି କରାଯାଇଛି।

ସର୍ବାଧିକ ଆମଦାନୀ ସାମଗ୍ରୀ  

ଗତ ୩ ବର୍ଷରେ ଭାରତ ଚୀନ ଠାରୁ ୨୦ଟି ସାମଗ୍ରୀର ସର୍ବାଧିକ ଆୟ କରିଛି। ୨୦୨୦, ୨୦୨୧ ଓ ୨୦୨୨ରେ ଇଲେକ୍ଟ୍ରିକ୍ ମେସିନାରୀ ଓ ସରଞ୍ଜାମ, ମେକାନିକାଲ ସରଞ୍ଜାମ, ଜୈବିକ ସାର ଓ ବିଷ, ଲ୍ୟାପଟପ୍, ଇଲେକ୍ଟ୍ରିକ ଇଣ୍ଟିଗ୍ରେଟ୍ ସରକିଟ୍, ଟେଲିଫୋନ୍‌ ସେଟ୍‌ ଆଦି ସାମଗ୍ରୀ ଭାରତ ଅଧିକ ଆୟ କରିଛି ବୋଲି ହିନ୍ଦୁ ରିପୋର୍ଟରେ ଉଲ୍ଲେଖ କରିଛି।

   Related Posts