ଧରା ପଡିଲା ଚୀନର ମିଛ, ଜୁନ ୧୫ରେ ଗଲଓ୍ଵାନ ସଂଘର୍ଷରେ ମରିଥିବା ଚୀନ ସୈନିକଙ୍କ କବର ଇଣ୍ଟରନେଟ୍ରେ ଭାଇରାଲ
28/08/2020 at 8:28 PM

ବେଜିଂ ୨୮।୦୮: ଭାରତ ଓ ଚୀନ ସେନା ମଧ୍ୟରେ ଜୁନ ୧୫ରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନର ଅନେକ ସୈନ୍ୟ ମୃତାହତ ହୋଇଥିବା କୁହାଯାଇଥିଲା। ଘଟଣାସ୍ଥଳରେ ଶବ ନେବାକୁ ଚୀନ ହେଲିକପ୍ଟରକୁ ମଧ୍ୟ ଉଡୁଥିବା ଦେଖିବାକୁ ମିଳିଥିଲା। ହେଲିକପ୍ଟର ଆହତ ଏବଂ ମୃତ ଚୀନ ସୈନିକଙ୍କୁ ବୋହି ନେଇ ଯାଉଥିଲା। ହେଲେ ଚୀନ ଲଗାତାର ନିଜର ସୈନ୍ୟ ମୃତାହତ ଖବରକୁ ଖଣ୍ଡନ କରି ଆସିଥିଲା। ଏବେ ଚୀନ ମାମଲା ଉପରେ ନଜର ରଖୁଥିବା ବିଶେଷଜ୍ଞ ଦାବି କରିଛନ୍ତି ଇଣ୍ଟରନେଟ୍ରେ ଏବେ ଯେଉଁ ଚିତ୍ର ସେୟାର କରାଯାଉଛି ତାହା ଗଲଓ୍ଵାନରେ ପ୍ରାଣ ହରାଇଥିବା ଚୀନ ସୈନିକଙ୍କ କବରର ଫଟୋ।
A picture is circulating on Weibo, showing the tombstone of a 19 year old Chinese soldier who died in the “China-India Border Defense Struggle” in June 2020. He was from Fujian Province. https://t.co/Brrw5o7h4z
— M. Taylor Fravel (@fravel) August 28, 2020
ଚୀନ ମାମଲାର ବିଶେଷଜ୍ଞ ଏମ ଟେଲର ଫ୍ରେଓ୍ଵଲ ଦାବି କରିଛନ୍ତି ଚୀନର ମାଇକ୍ରୋବ୍ଲଗିଂ ସାଇଟ୍ ଓ୍ଵିବୋ ଏହି ଫଟୋ ସେୟାର କରିଛି। ଏଥିରେ ଦେଖିବାକୁ ମିଳିଛି କବରରେ ଜଣେ ୧୯ ବର୍ଷୀୟ ଚୀନ ସୈନିକଙ୍କ ନାମ ରହିଛି। ଯାହାଙ୍କ ମୃତ୍ୟୁ ୨୦୨୦ ‘ଚୀନ-ଭାରତ ସୀମା ରକ୍ଷା ସଂଘର୍ଷ’ରେ ଘଟିଛି। ଉକ୍ତ ସୈନିକ ଫୁଜିୟାନ ପ୍ରାନ୍ତର ହୋଇଥିବା ଦାବି କରାଯାଇଛି। ଟେଲର ଏହା ମଧ୍ୟ ଦାବି କରିଛନ୍ତି ଫଟୋରେ ଦେଖାଯାଉଥିବା କବର ଉପରେ ସୈନିକଙ୍କ ୟୁନିଟ୍ର ନାମ ୬୯୩୧୬ କୁହାଯାଇଛି। ଏହି ୟୁନିଟ୍ ଗଲଓ୍ଵାନର ଉତ୍ତରରେ ସ୍ଥିତ ଚିପ-ଚାପ ଘାଟିରେ ତିୟାନବେନ୍ଦିୟନରେ ରହିଛି।
ଟେଲର ଅନ୍ୟ ସୂତ୍ରରୁ ଲେଖିଛନ୍ତି ଏହା ୧୩ତମ ସୀମା ରକ୍ଷା ରେଜିମେଣ୍ଟର ଅଂଶ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ୨୦୧୫ରେ ଏହି ୟୁନିଟ୍ର ନାମ କେନ୍ଦ୍ରୀୟ ସୈନ୍ୟ ଆୟୋଗ ‘ୟୁନାଇଟେଡ୍ କାମ୍ଵେଟ୍ ମୋଡେଲ୍ କମ୍ପାନୀ’ ରଖାଯାଇଥିଲା। ସେ ଲେଖିଛନ୍ତି ଏଥିରୁ ଜଣା ପଡୁଛି ଗଲଓ୍ଵାନ ଘାଟିରେ କିଏ କେଉଁ ୟୁନିଟ୍ରେ ମୁତୟନ ଥିଲେ।