ବିଶ୍ବ​‌ରେ ଚକ୍କର କାଟିଥିଲା ଚୀନର ହାଇପରସୋନିକ୍‌ ମିସାଇଲ୍‌, ରହିଛି ପରମାଣୁ ଆକ୍ରମଣ ଆଶଙ୍କା: ଆମେରିକାର ଦାବି

Published By : Prameya-News7 Bureau | November 19, 2021 IST

ଓ୍ବାସିଂଟନ୍‌ ୧୯/୧୧: ଆାମରିକା ପାଇଁ ବିପଦ ଆଣିପା​‌ରେ ଚୀନର ହାଇପରସୋନିକ ମିସାଇଲ୍‌ । ଯେକୌଣସି ମୁହୂର୍ତ୍ତରେ ଚୀନ ପରମାଣୁ ଆକ୍ରମଣ କରିବାରେ ସକ୍ଷମ। ଏକଥା ଖୋଦ ଆମେରିକା ମାନିଛି । କାରଣ ଚୀନର ହାଇପରସୋନିକ ମିସାଇଲ୍‌ ପରୀକ୍ଷଣକୁ ନେଇ ଆମେରିକାର ପ୍ରତିରକ୍ଷା ଅଧିକାରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଜୁଲାଇ ମାସରେ ଚୀନର ଏହି ମିସାଇଲ୍‌ ଧ୍ବନି ଗତିଠୁ ୪-୫ ଗୁଣ ଅଧିକ ବେଗରେ ବିଶ୍ବରେ ଚକ୍କର କାଟିଥିଲା। ଏହା ସହ ଚୀନ ଆମେରିକା ଉପରେ ଯେକୌଣସି ସମୟରେ ହଠାତ ପରମାଣୁ ଆକ୍ରମଣ କରିପାରେ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି। 

ସିଡିଏସ୍‌ ଉପ ସଭାପତି ଜେନେରାଲ୍‌ ଜନ ହାଇଟେନ୍‌ ଜୁଲାଇ ୨୭ରେ ଚୀନର ମିସାଇଲ ପରୀକ୍ଷଣକୁ ନେଇ କହିଛନ୍ତି, ସେମାନେ ଏକ ଦୀର୍ଘ ଲକ୍ଷ୍ୟଯୁକ୍ତ ମିସାଇଲ୍‌ ଲଞ୍ଚ କରିଛନ୍ତି। ଏହା ସମଗ୍ର ବିଶ୍ବରେ ଚକ୍କର କାଟିଥିଲା। ଏମିତି ପ୍ରଥମ ଥର ହୋଇଛି ଯେ ଗୋଟିଏ ଦେଶର ହାଇପରସୋନିକ ମିସାଇଲ ପୁରା ଦୁନିଆରେ ଭ୍ରମଣ କରିଛି। କିନ୍ତୁ ଚୀନର କହିବା କଥା ହେଲା ସେମାନେ ଏକ ପୁନଃ ବ୍ୟବହାର ଯୋଗ୍ୟ ସ୍ପେସ୍‌କ୍ରାଫ୍ଟର ପରୀକ୍ଷଣ କରିଛନ୍ତି ।

ହାଇପରସୋନିକ ମିସାଇଲ ଧ୍ବନି ଗତିଠୁ ୫ ଗୁଣ ଅଧିକ ବେଗରେ ଗତି କରୁଥିବାରୁ ଏହାକୁ ରାଡାରରେ ଠାବ କରିବା କାଠିକର ପାଠ। ଚୀନ ନିଜର ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଦିନେ ନା ଦିନେ ଡ୍ରାଗନ ଏତେ ଶକ୍ତିଶାଳୀ ହୋଇଯିବ ଯେ ଆମେରିକା ଉପରେ ହଠାତ ପରାମଣୁ ଆକ୍ରମଣ କରିପାରିବ ବୋଲି ହାଇଟେନ୍‌ କହିଛନ୍ତି।

ହାଇଟେନ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ ଶହ ଶହ ହାଇପରସୋନିକ୍‌ ପରୀକ୍ଷା କଲାଣି। କିନ୍ତୁ ଆମେରିକା ଏମିତି ୯ଟି ପରୀକ୍ଷଣ କରିଛି। ଏହା ପୂର୍ବରୁ ଚୀନ ମଧ୍ୟମ ରେଞ୍ଜର ଏକ ହାଇପରସୋନିକ୍‌ ଯୁଦ୍ଧାସ୍ତ୍ର ମୁତୟନ କରିଛି। କିନ୍ତୁ ଆମେରିକାରେ ଏମିତି ହେବାକୁ କିଛି ବର୍ଷ ଲାଗିପାରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.