Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଚୀନ୍‌ରେ ଆଉ ଜଣେ ଧନପତି କୁବେର ନିଖୋଜ, ଷ୍ଟକ୍‌ ଏକ୍ସଚେଞ୍ଜଙ୍କୁ ସୂଚିତ କଲା କମ୍ପାନୀ

18/02/2023 at 7:08 PM

ବେଜିଂ ୧୮।୨: ଚୀନ୍‌ରେ ଆଉ ଜଣେ ହାଇପ୍ରୋଫାଇଲ ବିଲିୟନେୟର ବ୍ୟାଙ୍କର ବାଓ ଫାନ ଗତ କିଛି ଦିନ ହେଲା ନିଖୋଜ ହୋଇଯାଇଛନ୍ତି। ତାଙ୍କ କମ୍ପାନୀ ଚାଇନା ରେନେସାଁସ ହୋଲ୍ଡିଂସ୍ ହଂକଂ ଷ୍ଟକ୍‌ ଏକ୍ସଚେଞ୍ଜକୁ ଏ ନେଇ ସୂଚିତ କରିଛି। ଏଥିରେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ବାଓ ଫାନ କେଉଁଠି, ତାହା ଜଣାନଥିବା କହିଛନ୍ତି। ତାଙ୍କ କମ୍ପାନୀର ଏହି ଘୋଷଣା ପରେ ବଜାରରେ ଉଦବେଗ ପ୍ରକାଶ ପାଇଛି।

ଚୀନ୍‌ର ମୁଖ୍ୟ ବୈଷୟିକ ନିବେଶକଙ୍କ ମଧ୍ୟରେ ଅନ୍ୟତମ ବାଓ ଫାନ ନିଖୋଜ ହେବାର ଖବର ପୁଣି ଥରେ ଚୀନ୍‌ଧନିକଙ୍କ ନିଖୋଜ କ୍ରମକୁ ତାଜା କରିଦେଇଛି। ପ୍ରଶିଦ୍ଧ ଆମେରିକୀୟ ମ୍ୟାଗଜିନ୍‌ ଫୋର୍ବସ ଅନୁସାରେ ଗତ କିଛି ବର୍ଷରେ ୬ ଚୀନ୍‌ ଧନିକ ଦେଶର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସହିତ ମତପାର୍ଥକ୍ୟ ପରେ ନିଖୋଜ ହୋଇଛନ୍ତି। ଦିଗ୍ଗଜ ଇ-କମର୍ସ କମ୍ପାନୀ ଆଲିବାବାର ସଂସ୍ଥାପକ ଜ୍ୟାକ୍‌ ମା ୩ ମାସ ଲାଗି ଉଭାନ ହୋଇଯାଇଥିଲେ। ଚୀନ୍‌ କର୍ତ୍ତୃପକ୍ଷ ଏପରି ବ୍ୟକ୍ତିତ୍ୱଙ୍କୁ କେତେବେଳେ କେଉଁଠୁ ଉଠାଇ ନିଅନ୍ତି ଯାହାର ସୂଚନା କାହାରିକୁ ମିଳି ନଥାଏ।

ଏପରି ଅପହୃତ ବ୍ୟବସାୟୀଙ୍କୁ ଅନେକ ବାର କର ଓ ଅନ୍ୟ କଦାଚାର ଯାଞ୍ଚରେ ଚୀନ୍ ଫଶାଉଥିବାର ଏବେ ସନ୍ଦେହ ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜ୍ୟାକ୍‌ ମାଙ୍କ ସମେତ ତାଙ୍କ ପରି ୬ ଜଣ ଧନିକଙ୍କର ଜିନପିଙ୍ଗ ସରକାରଙ୍କ ସହ ଅତୀତରେ ତେଢାତେଢି ହୋଇଛି। ଜ୍ୟାକ୍ ମା ବଜାର ନିୟାମକଙ୍କ ସମାଲୋଚନା କରିବା ପରେ ୨୦୨୦ରେ ୩ ମାସ ଲାଗି ନିଖୋଜ ହୋଇଯାଇଥିଲେ। ଏହା ପରେ ଚୀନ୍‌ର ହାଇପ୍ରୋଫାଇଲ ବ୍ରୋକର ଗୁଓଟାଇ ଜୁନାନ ଇଣ୍ଟରନ୍ୟାସନାଲର ମୁଖ୍ୟ ୟିମ ଫୁଙ୍ଗ ୨୦୧୫ରେ ନିଖୋଜ ହୋଇଥିଲେ।

ସେହିପରି ଚୀନର ୱାରେନ ବଫେଟ ଭାବେ ଜଣାଶୁଣା ଫୋସୁନ ସମୂହର ସଂସ୍ଥାପକ ଗୁଓ ଗୁଆଙ୍ଗଚାଙ୍ଗ ୨୦୧୫ ମସିହାରେ କିଛି ଦିନ ଲାଗି ନିଖୋଜ ହୋଇଥିଲେ। ତେବେ ନିଖୋଜ ସମୟରେ ଚୀନ୍‌ ଯାଞ୍ଚ ଏଜେନ୍ସୀ ତାଙ୍କୁ ପଚରା ଉଚରା କରୁଥିବା ଜଣାପଡିଥିଲା। ସେହିପରି ଚୀନ-କାନାଡା ବ୍ୟବସାୟୀ ଜିୟୋ ଜିୟାନହୁଆଙ୍କୁ ମଧ୍ୟ ୨୦୧୭ ମସିହାରେ ଚୀନ୍‌ ଅଧିକାରୀମାନେ ଉଠାଇ ନେଇଥିଲେ। ସେତେବେଳେ ସେ ଚୀନ୍‌ର ସବୁଠୁ  ଧନୀ ଲୋକଙ୍କ ମଧ୍ୟରେ ଜଣେ ଥିଲେ। ତାଙ୍କୁ ଗତବର୍ଷ ଭ୍ରଷ୍ଟାଚାର ଅଭିଯୋଗରେ ଜେଲକୁ ପଠାଇ ଦିଆଯାଇଛି। ଚାଇନା ରେନେସାଁସର ପୂର୍ବତନ ପ୍ରେସିଡେଣ୍ଟ କାଙ୍ଗ ଲିନଙ୍କ ବିରୋଧରେ ଗତ ସେପ୍ଟେମ୍ବର ମାସରୁ ଯାଞ୍ଚ ଜାରି ରହିଛି।    

   Related Posts