krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅସୁରକ୍ଷିତ ଚୀନ୍‌ର ‘ସୁରକ୍ଷା କବଚ’: ସର୍ଟକଟ୍ ରାସ୍ତା ପାଇଁ ଭାଙ୍ଗିଦେଲେ ‘ଦ ଗ୍ରେଟ୍‌ ଓ୍ୱାଲ୍ ଅଫ୍ ଚାଇନା’ର ପାଚେରୀ

5/09/2023 at 7:34 PM

ଦ ଗ୍ରେଟ୍‌ ଓ୍ୱାଲ ଅଫ୍‌ ଚାଇନା। ଚୀନର ସୁରକ୍ଷା କବଚ କୁହାଯାଉଥିବା ପାଚେରୀ ଦ ଗ୍ରେଟ୍‌ ଓ୍ୱାଲ ଚାଇନା ଭାବେ ପରିଚିତ। ଯେଉଁଠି ଲୁଚିରହିଛି ଚୀନ ଅତୀତ ଓ ଇତିହାସ। ଏହାକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ୨ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଜଣ ମଧ୍ୟସାକ୍ଷୀ ପ୍ରାନ୍ତରେ ଥିବା ପାଚେରୀର ଗୋଟିଏ ଅଂଶକୁ ନଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଏନେଇ ନିଜର ନିର୍ମାଣ କାର୍ଯ୍ୟ ପାଇଁ ଏହି ଦୁଇ ଜଣ ସର୍ଟକଟ ରାସ୍ତା ତିଆରି କରିବାକୁ ଚେଷ୍ଟା କରିଥିବା କହିଛି ପୋଲିସ।

ପୋଲିସ କହିଛି ଯେ ଗ୍ରେଟ୍‌ ଓ୍ୱାଲରେ ବିରାଟ କଣା ହୋଇଥିବା ନେଇ ଅଗଷ୍ଟ ୨୪ରେ ସୂଚନା ମିଳିଥିଲା। ତଦନ୍ତ ପରେ ପୋଲିସ ଜଣେ ୩୮ ବର୍ଷିୟ ପୁରୁଷ ଓ ୫୫ ବର୍ଷିୟ ମହିଳା ପାଚେରୀକୁ ଭାଙ୍ଗିବା ପାଇଁ ମେସିନ ସହାୟତାରେ ଖୋଳିଥିଲେ। ଯାହାଦ୍ୱାରା ସେମାନେ ତାଙ୍କ କାମଧନ୍ଦା ପାଇଁ ସେହି ରାସ୍ତା ଦେଇ ସୁବିଧାରେ ଯାଆସ କରିପାରିବେ। ସେମାନେ ଠିକ୍‌ ରାସ୍ତା ଦେଇ ଗଲେ ଅଧିକ ବାଟ ହେଉଥିବାରୁ ଏହି ସର୍ଟକଟ୍‌ ପନ୍ଥା ଆପଣେଇଥିଲେ। ଦୁଇ ଜଣଙ୍କୁ ଗିରଫ କରାଯାଇଛି ଓ ପଚରାଉଚୁରା ଜାରି ରଖାଯାଇଛି।

ପ୍ରକାଶଥାଉକି ଦ ଗ୍ରେଟ ଓ୍ୱାଲ ଅଫ୍ ଚାଇନା ଦୁନିଆର ସବୁଠୁ ଲମ୍ବା ପାଚେରୀ ଭାବେ ଜଣାଯାଏ। ଏହାକୁ ୨୨୪୧ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା। ଏହାକୁ ଅନେକ ରାଜା ଏକାଠି ହୋଇ ଦେଶ ସୁରକ୍ଷା ପାଇଁ ନିର୍ମାଣ କରିଥିଲେ।

ଅଧିକ ପଢନ୍ତୁ- ଆର୍ଥିକ ସଂକଟକୁ ନେଇ ସାରା ବିଶ୍ୱ ଚିନ୍ତିତ, ପାକିସ୍ତାନଠାରୁ ଭାରତରେ ଅଧିକ ବେକାରୀ, ଦେଖନ୍ତୁ ପୁରାଲିଷ୍ଟ

ଚୀନର ଗୋଟିଏପଟେ ପ୍ରଶାନ୍ତ ମହାସାଗର ଅନ୍ୟ ପଟେ ତିବ୍ବତର ସୀମା। କିନ୍ତୁ ଉତ୍ତର ଭାଗରେ ଶତ୍ରୁ ଠାରୁ ସୁରକ୍ଷା ପାଇଁ ପ୍ରାକୃତିକ ଉପାୟରେ ବିରାଟ ପାଚେରୀ ନିର୍ମାଣ କରାଯାଇଥିଲା। ଏହି ପାଚେରୀକୁ ନିର୍ମାଣ ପାଇଁ ଇଟା, ପଥର, ଲୁହା ଓ ଧାତୁର ପ୍ରୟୋଗ କରାଯାଇଥିଲା। ସେଥିପାଇଁ ଏହାକୁ ଦୁନିଆର ସବୁଠୁ ପୁରୁଣା ମାଟି ଓ ପଥର ନିର୍ମିତ ପାଚେରୀ ବୋଲି କୁହାଯାଏ।  

ଏହି ପାଚେରୀର ଲମ୍ବକୁ ବିଭିନ୍ନ ଅସଂଯତ ସ୍ଥିତି ରହିଛି। କାହିଁକିନା ୨୦୦୯ରେ ହୋଇଥିବା ସର୍ବେକ୍ଷଣରେ ଏହାର ଲମ୍ବ ୮,୮୫୦ କିଲୋମିଟର ବୋଲି କୁହାଯାଇଥିଲା। ୨୦୧୨ରେ ଚୀନରେ ହୋଇଥିବା ରାଜକୀୟ ସର୍ବେକ୍ଷଣରେ ଚୀନର ପାଚେରୀ ଲମ୍ବ ୨୧,୧୯୬ ବୋଲି ଦର୍ଶାଯାଇଛି।

ଏହି ପାଚେରୀକୁ ନିର୍ଦ୍ଦିଷ୍ଟ ରାଜା କରିନାହାନ୍ତି ବରଂ ଅନେକ ରାଜା ମିଶି ଏହାକୁ ନିର୍ମାଣ କରିଛନ୍ତି। ଏହି ସର୍ବେକ୍ଷଣ ଅନୁସାରେ ପଞ୍ଚଦଶ ଶତାବ୍ଦୀରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏହା ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଏଭଳି ପରିକଳ୍ପନା ଚୀନର ସମ୍ରାଟ କିନ୍ ଶୀ ହୁଆଙ୍ଗ କରିତିଲେ। କିନ୍ତୁ ଶହ ଶହ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଚୀନରେ ଏହି ପାଚେରୀକୁ ବାନ ଲୀ ଚୈଙ୍ଗ ଚୈଙ୍ଗ ବୋଲି କୁହନ୍ତି।

ତେବେ  କେଇ ବର୍ଷ ଧରି ଏହି ପାଚେରୀର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି, ଧ୍ୱଂସ ବି ହୋଇଛି। ବିଷେଶ କରି ଗ୍ରାମାଞ୍ଚଳରେ ଏହି ପାଚେରିର ସ୍ଥିତି ଖରାପ ରହିଛି।

ବେଜିଂ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ  ୨୦୧୬ର ଏକ ରିପୋର୍ଟ ଅନୁସାରେ ମିଙ୍ଗ ଗ୍ରେଟ୍ ଓ୍ୱାଲର ୩୦ ପ୍ରତିଶତ ଅଂଶ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି। ଏହାର ମାତ୍ର ୮ ପ୍ରତିଶତ ଅଂଶ ସୁରକ୍ଷିତ ଥିବା କୁହାଯାଏ।  

   Related Posts