suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ପୃଥିବୀର ଦୁର୍ଲଭ ପଦାର୍ଥ ଉପରେ ଚୀନର ପ୍ରଭୃତ୍ୱ ବଡ଼ ବିପଦ, ଆମେରିକା ସହ ଅନେକ ଦେଶ ପାଇଁ ଝଟକା

23/01/2023 at 10:56 PM

ନୂଆଦିଲ୍ଲୀ: ପୃଥିବୀର ଦୁର୍ଲଭ ପଦାର୍ଥ ଗୁଡିକ ଉପରେ ଚୀନର ବଢୁଥିବା ପ୍ରଭୃତ୍ୱ ଆମେରିକା ସହ ଅନେକ ବଡ଼ ଦେଶକୁ ଚିନ୍ତାରେ ପକାଇଛି । ରିପୋର୍ଟ ଅନୁସାରେ ପୃଥିବୀର ଦୁର୍ଲଭ ପଦାର୍ଥ ବଜାରରେ ଚୀନର ପ୍ରଭୃତ୍ୱ ବଢିବା ଦ୍ୱାରା ଏକଛତ୍ରବାଦର ବିପଦ ବଢିବ । ପ୍ରକୃତରେ ଚୀନରେ ୨୦୨୧ରେ ୬୧ ପ୍ରତିଶତ ବୈଶ୍ୱିକ ଦୁର୍ଲଭ ପଦାର୍ଥର ଉତ୍ପାଦନ କରିଛି, ଯାହା ୧,୬୮,୦୦୦ ଟନ ବରାବର ରହିଥିଲା, ଯାହା ବହୃତ ବ୍ୟବଧାନ ଧରାଯାଉଛି । ଦୁନିଆର ଚୁମ୍ୱକ ଉତ୍ପାଦନର ୮୫ ପ୍ରତିଶତ ଅଂଶ ଚୀନ ଉତ୍ପାଦନ କରିଥିଲା । ଦୁର୍ଲଭ ପଦାର୍ଥ ଉତ୍ପାଦନରେ ଏହି ବୃହତ ବ୍ୟବଧାନ ଚୀନର ଏକଛତ୍ରବାଦକୁ ଅଧିକ ବଳ ଦେବ ।

ଆମେରିକା ସହ ଅନ୍ୟ ଦେଶ ଯେଉଁମାନେ ଚୀନ ଉପରୁ ନିଜର ନିର୍ଭରତା ହ୍ରାସ କରିବାକୁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ପାଇଁ ଏହି ରିପୋର୍ଟ ଏକ ବଡ଼ ଝଟକା ଅଟେ । ଆମେରିକା ଯେକୌଣସି ପରିସ୍ଥିତିରେ ଆର୍ଥିକ ମୋର୍ଚ୍ଚାରେ ଚୀନକୁ ଝଟକା ଦେବାକୁ ଚାହୁଁଛି, କିନ୍ତୁ ଏହି ଖବର ତାର ରଣନୀତିକୁ ବିଫଳ କରୁଥିବା ନଜର ଆସୁଛି ।

ଚୀନ ନିକଟରେ ଆନୁମାନିକ ୪୪ ନିୟୁତ ଟନ ଦୁର୍ଲଭ ପଦାର୍ଥର ଭଣ୍ଡାର ରହିଛି । ଆକାରରେ ଏହାର ଅଧା ଅଂଶ ସହ ଭିଏତନାମ, ବ୍ରାଜିଲ ଏବଂ ଭାରତରେ ରହିଛି । ଅନ୍ୟପଟେ ଆମେରିକା ପାଖରେ ମାତ୍ର ୧.୮ ମିଲିୟନ ଟନ ରହିଛି । ଏହାର ବାର୍ଷିକ ଉତ୍ପାଦନ ଚୀନର ଏକ ଚତୁର୍ଥାଂଶ । ୨୦୨୧ରେ ଚୀନର ୬୧ ପ୍ରତିଶତ ତୁଳନାରେ ଆମରେକାର ଉତ୍ପାଦନ ମାତ୍ର ୧୫.୫ ପ୍ରତିଶତ ରହିଥିଲା । ଏହି କ୍ଷେତ୍ରରେ ଚୀନର ଉଦୟ ୧୯୮୦ ଏବଂ ୧୯୯୦ ମସିହାରେ ଜଗତିକରଣ ସମୟରେ ହୋଇଥିଲା ।  

   Related Posts