ଚୀନର ଘାତକ ଗୁଇନ୍ଦା ଜାହାଜ, ପ୍ରଶାନ୍ତ ମହାସାଗରରେ ସାଜିପାରେ ବଡ ବିପଦ  

Published By : Prameya-News7 Bureau | January 23, 2023 IST

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ  ସ୍ଥାନରେ ସାମରିକ ଶକ୍ତି ପ୍ରଦର୍ଶନ କରୁଛି ଚୀନ । ଗତ କିଛି ବର୍ଷ ମଧ୍ୟରେ ଆମେରିକା ଓ ଚୀନ ମଧ୍ୟରେ ବଡ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଛି । ତେବେ ଲାଗୁଛି ଚୀନ ଆମେରିକାକୁ ମାତ୍ ଦେଇ ଦେଇଛି। କାରଣ ଚୀନ ଦାବି କରିଛି ଯେ ସେ ଦୁନିଆର ଏଭଳି ଏକ ଜାହାଜ ନିର୍ମାଣ କରିଛି, ଯାହାକୁ ଦୂରରେ ଥାଇ ମଧ୍ୟ ସଞ୍ଚାଳନ କରିହେବ । ଚୀନର କହିବା କଥା ହେଲା ଏହି ଜାହାଜ ଅଟୋ ଅପରେଟ୍ ବା ସ୍ଵଂୟଚାଳିତ ହୋଇଥାଏ । ଏହା ହେଉଛି ଚାଇନାର ଡ୍ରୋନ୍ ଜାହାଜ  ଝୁ-ହେଁ-ୟୁ ।

୨୦୨୨ ମଇରେ କରିଥିଲା ଲଞ୍ଚ

ଏହାକୁ ଚୀନ ମଇ ୨୦୨୨ରେ ଜଳାବତରଣ କରିଥିଲା । ଏହା ପ୍ରଥମ ଥର ପାଇଁ ଗୁଆଙ୍ଗଡୋଙ୍ଗ ପ୍ରଦେଶର ଜୁହାଇ ବନ୍ଦରରେ ପହଞ୍ଚିଛି । ପ୍ରାୟ ଦେଢ ବର୍ଷ ପରେ ଜାହାଜ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତ । ଏହା ହେଉଛି ଚାଇନାର ପ୍ରଥମ ଜାହାଜ ଯାହାକି ସିଷ୍ଟମ ସାଇଣ୍ଟିଫିକ୍ ରିସର୍ଚ୍ଚ ସିପ୍ ଭାବରେ ଜଣାଶୁଣା । ଏହା ସମ୍ପୂର୍ଣ୍ଣ ସ୍ୱୟଂଶାସିତ ନାଭିଗେସନ୍ ଏବଂ ରିମୋଟ କଣ୍ଟ୍ରୋଲ୍ ଫଙ୍କସନ୍ ସହିତ ସଜ୍ଜିତ।

wp:html /wp:html

ଏହି ଡ୍ରୋନ୍ ଜାହାଜ ସାଉଥ୍ ମେରାଇନ୍ ସାଇନ୍ସ ଏବଂ ଇଞ୍ଜିନିୟରିଂ ଗୁଆଙ୍ଗଡଙ୍ଗ ଲାବୋରେଟୋରୀର ତତ୍ତ୍ବାବଧାନରେ ଡିଜାଇନ୍ କରାଯାଇଛି । ଚାଇନା କ୍ଲାସିଫିକେସନ୍ ସୋସାଇଟି ବା ସିସିଏସ୍ ଦ୍ୱାରା ଏହା ପ୍ରଥମ ଇଣ୍ଟେଲିଜେଣ୍ଟ ଜାହାଜ ହେବାର ମାନ୍ୟତା ମଧ୍ୟ ଦିଆଯାଇଛି । ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଜାହାଜରୁ କିଛି ପରୀକ୍ଷା ମଧ୍ୟ କରାଯିବ ।

wp:heading {"level":4}

ଏ ଖବର ପଢନ୍ତୁ- ସୁଧୁରୁନି ଡ୍ରାଗନ, ଉପଗ୍ରହ ଚିତ୍ରରୁ ଧରା ପଡିଲା ଚୀନର ଷଡଯନ୍ତ୍ର, LAC ନିକଟରେ ନିର୍ମାଣ କରୁଛି ଡ୍ୟାମ୍

/wp:heading

ତେବେ ଏହି ଡ୍ରୋନ୍ ବିଷୟରେ କହିବାକୁ ଗଲେ, ଏହାର ଓଜନ ୨୦୦୦ ଟନ୍ ଏବଂ ଲମ୍ବ ୮୮.୫ ମିଟର। ଏହା ଗୋଟିଏ ଘଣ୍ଟାରେ ୩୩ କିଲୋମିଟର ଗତି କରିଥାଏ । ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଅନୁସନ୍ଧାନ ଏବଂ ଗୁପ୍ତଚର ପାଇଁ ଏକାଥରକେ ଏକାଧିକ ଡ୍ରୋନ୍ ଲଞ୍ଚ କରିପାରିବ । କୌଣସି ବି କ୍ଷେତ୍ରରେ ଚୀନ୍ ଏହାକୁ ନିୟୋଜିତ କରିବା ନେଇ ସମ୍ଭାବନା ଅଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.