ସୁଧୁରୁନି ଡ୍ରାଗନ, ଉପଗ୍ରହ ଚିତ୍ରରୁ ଧରା ପଡିଲା ଚୀନର ଷଡଯନ୍ତ୍ର, LAC ନିକଟରେ ନିର୍ମାଣ କରୁଛି ଡ୍ୟାମ୍

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ: ନିଜର ମନ୍ଦବୁଦ୍ଧିରୁ ଓହରୁ ନାହିଁ ପଡୋଶୀ ଚୀନ। ସର୍ବଦା ଭାରତକୁ ଉସୁକାଇବା ପରି କାମ କରି ଚାଲିଛି। ସଂପ୍ରତି ଭାରତ ଏବଂ ନେପାଳ ସହିତ ନିଜ ସୀମାରେ ଟ୍ରାଇ ଜଙ୍କସନ ନିକଟରେ ଗଙ୍ଗାର ଏକ ଶାଖା ନଦୀରେ ନୂତନ ଡ୍ୟାମ୍ ନିର୍ମାଣ କରୁଛି ଚୀନ। ଏହାର ଖୁଲାସା ସଦ୍ୟତମ ଉପଗ୍ରହ ଚିତ୍ରରୁ ଜଣା ପଡିଛି। ଚୀନ ଡ୍ୟାମର ଉପଯୋଗ ନଦୀର ତଳ ଭାଗରେ ପାଣିର ପ୍ରବାହ ନିୟନ୍ତ୍ରଣ କରିବା ସହ ଏହାକୁ ଜମା କରି ଭାରତରେ ଜଳ ପ୍ରଳୟ କରିପାରେ ବୋଲି କୁହାଯାଉଛି।

ଚୀନ ନିଜର ରଣନୀତି ସ୍ଵରୂପ ତିବ୍ବତରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ୟାରଲୁଙ୍ଗ ଜାଙ୍ଗବୋ ନଦୀର ନିମ୍ନ ଅବବାହିକାରେ ଏକ ସୁପର ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛି। ଏହି ନଦୀ ଅରୁଣାଚଳ ପ୍ରଦେଶରେ ସିୟାଙ୍ଗ ନାମରେ ପ୍ରବାହିତ ହେଉଥିବା ବେଳେ ବ୍ରହ୍ମପୁତ୍ର ନାମରେ ଆସାମରେ ପ୍ରବେଶ କରିଛି। ଏହି ଖବର ସେହି ସମୟରେ ଆସିଛି ଯେଉଁ ସମୟରେ ଚୀନ ଏଲଏସିର ପୂର୍ବ ଏବଂ ପଶ୍ଚିମ କ୍ଷେତ୍ରରେ ସୈନ୍ୟ ଏବଂ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ସହ ଗାଁ ନିର୍ମାଣ କାର୍ଯ୍ୟକୁ ଜୋରଦାର କରି ଚାଲିଛି।

wp:html /wp:html

ଇଣ୍ଟେଲ୍ ଲ୍ୟାବ୍‌ରେ ଜିଓସ୍ପେଶିଆଲ ଇଣ୍ଟେଲିଜେନ୍ସର ଗବେଷକ ଡେମିୟମ ସାଇମନ ଗୁରୁବାର ନୂତନ ଉପଗ୍ରହ ଚିତ୍ର ଟ୍ଵିଟ୍ କରିଛନ୍ତି। ଫଟୋରେ ୨୦୨୧ ମେରେ ତିବ୍ବତର ବୁରାଙ୍ଗ କାଉଣ୍ଟିରେ ମବଜା ଜାଙ୍ଗବୋ ନଦୀରେ ଚୀନ ଦ୍ଵାରା ଡ୍ୟାମ୍ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଫଟୋରେ ନଦୀରେ ନିର୍ମାଣ କାର୍ଯ୍ୟ, ନଦୀର ମାର୍ଗ, ଏକ ଜଳାଶୟର ନିର୍ମାଣ ଏବଂ ତଟବନ୍ଧ ଥିବା ଦେଖିବାକୁ ମିଳିଛି।

ମଜବା ଜାଙ୍ଗବୋ ନଦୀର ସଦ୍ୟତମ ଉପଗ୍ରହ ଚିତ୍ର ଅନୁସାରେ, ଡ୍ୟାମର ଲମ୍ବ ୩୫୦ରୁ ୪୦୦ ମିଟର ରହିଛି। ବର୍ତ୍ତମାନ ଏହା ନିର୍ମାଣଧୀନ ଥିବାରୁ ଚୀନର ପ୍ରକୃତ ଉଦ୍ଦେଶ୍ୟ ଜଣା ପଡିନାହିଁ। କିନ୍ତୁ ଚିତ୍ରରୁ ଦେଖିଲେ ଏହା ଡ୍ୟାମ୍‌ ପରି ଲାଗୁଛି। ଏହା ନିକଟରେ ଏକ ବିମାନ ବନ୍ଦର ମଧ୍ୟ ନିର୍ମାଣ କରାଯାଉଛି। ବିଶେଷଜ୍ଞ ମତରେ ଚୀନ ଡ୍ୟାମ୍‌ର ବ୍ୟବହାର ମଜବା ଜାଙ୍ଗବୋ ନଦୀର ପାଣିକୁ ମୋଡିବା କିମ୍ବା ଜମା କରି ରଖିବା ପାଇଁ କରିପାରେ। ଲୋକମାନଙ୍କ ଅନୁସାରେ ପାଣି ଜମା କରିବା ସହ ଏହାକୁ ନିଷ୍କାସନ କରି ଭାରତ ଭୂଭାଗରେ ବନ୍ୟା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚୀନ ଏହାର ନିର୍ମାଣ କରୁଥାଇପାରେ।

{"id":735522,"sizeSlug":"full","linkDestination":"none"}

ନିକଟ ବର୍ଷମାନଙ୍କରେ ଚୀନ ୟାରଲୁଙ୍ଗ ଜାଙ୍ଗବୋ ନଦୀରେ ଅନେକ ଛୋଟ ଛୋଟ ଡ୍ୟାମ୍ ନିର୍ମାଣ କରିଛି। ଯାହା ଫଳରେ ବ୍ରହ୍ମପୁତ୍ର ନଦୀରେ ମଧ୍ୟ ଏହି ଧରଣର ଚିନ୍ତା ଦେଖା ଦେଇଛି। ଚୀନର ସରକାରୀ ଗଣମାଧ୍ୟମର ୨୦୨୦ ନଭେମ୍ବରରେ ପ୍ରକାଶିତ ଖବର ଅନୁଯାୟୀ, ୟାରଲୁଙ୍ଗ ଜାଙ୍ଗବୋ ନଦୀରେ ପ୍ରସ୍ତାବିତ ସୁପର ଡ୍ୟାମ୍ କେବଳ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ନୁହେଁ ବରଂ ଏହା ବହୁମୁଖୀ ପ୍ରକଳ୍ପ। କାରଣ ଏହା ରାଷ୍ଟ୍ରୀୟ ସୁରକ୍ଷା ସହ ଜଡିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.