ଚୀନ୍‌ର ବଡ଼ ନିଷ୍ପତ୍ତି, ବିଦେଶୀ ଯାତ୍ରୀଙ୍କ ଲାଗି କ୍ୱାରେଣ୍ଟାଇନ୍ ସମାପ୍ତ, ଏବେ ହେବ ମୁକ୍ତ ଯାତ୍ରା ଓ ବ୍ୟାପାର

Published By : Prameya-News7 Bureau | January 08, 2023 IST

ବେଜିଂ ୮।୧: ଚୀନ୍‌ରେ କରୋନା ଭୀଷଣ ପ୍ରକୋପ କରୁଥିବା ବେଳେ ସରକାର ରବିବାର ମଧ୍ୟାହ୍ନ ୧୨ଟାରୁ ବିଦେଶୀ ଯାତ୍ରୀଙ୍କ ଉପରେ ଜାରି କଟକଣା ସମାପ୍ତ କରିଦେଇଛନ୍ତି। ଅର୍ଥାତ ବିଦେଶୀ ଯାତ୍ରୀ ଏବେ ଚୀନ୍‌କୁ ବିନା ନ୍ୟୁକ୍ଲିକ୍‌ ଏସିଡ ଟେଷ୍ଟ ଓ ପୃଥକ ବାସରେ ପ୍ରବେଶ କରିପାରିବେ। ଦେଶରେ ଭୂତାଣୁ ପ୍ରକୋପ କାଳରେ ଚୀନ୍‌ ସରକାରଙ୍କ ଏପରି ଘୋଷଣାକୁ ତରବରିଆ ବୋଲି କୁହାଯାଉଛି।

ଚୀନ୍‌ ସରକାର ବ୍ୟବସାୟ ଓ ଯାତ୍ରା ଲାଗି ତାଙ୍କର ବିମାନ ବନ୍ଦର ଓ ବନ୍ଦରକୁ ମୁକ୍ତ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ରେ ଗତ ୩ ବର୍ଷ( ମାର୍ଚ୍ଚ ୨୦୨୦ରୁ) ହେଲା କ୍ୱାରେଣ୍ଟାଇନ ନିୟମ କଡାକଡି ଥିଲା। ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଏଠାରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ କରାଯାଉଥିଲା। ତେବେ କଟକଣା ହଟି ଯାଇଥିବାରୁ ଆଗାମୀ ୪୦ ଦିନରେ ଚୀନ୍‌କୁ ୨୦୦ କୋଟିରୁ ଅଧିକ ଲୋକେ ଯାତ୍ରା କରିପାରନ୍ତି ବୋଲି ଚୀନ୍‌ ପରିବହନ ମନ୍ତ୍ରାଳୟ ଅନୁମାନ କରିଛନ୍ତି।

{"id":730520,"sizeSlug":"full","linkDestination":"none"}

ଉଲ୍ଲେଖ ଯୋଗ୍ୟ ଯେ ଚୀନ୍‌ରେ ଏହିପ୍ରକାର ଯାତ୍ରା ଚୀନ୍‌ ନବବର୍ଷର ୧୫ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଓ ୪୦ ଦିନ ଧରି ଚାଲିଥାଏ। ଏଣୁ ଏବେ ଦେଶରେ ସଂକ୍ରମଣ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି। ଏହା ଛଡା ଚୀନ୍‌ ତାର ‘ଜିରୋ କୋଭିଡ ନୀତି’ ଯୋଗୁ କରୋନା ସମ୍ପର୍କିତ ଘଟଣାରେ  ଅଟକ ଥିବା ଲୋକଙ୍କୁ ମଧ୍ୟ ମୁକ୍ତ କରିଦେବାକୁ ଶନିବାର ଘୋଷଣା କରିଛି। ଏଣୁ ଚୀନ୍‌ର ବିଭିନ୍ନ ଅଟକ କେନ୍ଦ୍ରରେ ଅଟକି ଥିବା ଶହଶହ ନାଗରିକ ଏବେ ମୁକ୍ତ ହୋଇଯିବା ସ୍ପଷ୍ଟ ହୋଇଛି।

ଚୀନ୍‌ରେ ଏବେ ଓମିକ୍ରନ ଭାରିଆଣ୍ଟ ଯୋଗୁ ସଂକ୍ରମଣ ଦ୍ରୁତ ବୃଦ୍ଧି ହେଉଛି। ତେବେ ଦେଶରେ ବ୍ୟାପୁଥିବା ଓମିକ୍ରନ ଭାରିଆଣ୍ଟ ଡେଲ୍ଟା ଭଳି ବିପଦଜନକ ନୁହେଁ ବୋଲି ଅଧିକାରୀମାନେ ତର୍କ କରୁଛନ୍ତି। ଚୀନ୍‌ ଜନସଂଖ୍ୟାର ଏକ ବଡ ଭାଗ ଇତିମଧ୍ୟରେ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଲେଣି। ଏଥିଯୋଗୁ ଉପୁଜିଥିବା ପରିସ୍ଥିତିରେ ସରକାର ମରୁଥିବା ଲୋକଙ୍କ ଦାହ ସଂସ୍କାରରେ ମଧ୍ୟ ସହଯୋଗ କରିପାରୁ ନାହାନ୍ତି। ପରିସ୍ଥିତି ଏବେ ଏପରି ହୋଇଛି ଯେ ଲୋକଙ୍କ ଦାହ ସଂସ୍କାର ପାଇଁ ସଡକରେ ଅସ୍ଥାୟୀ ଶ୍ମଶାନ ସବୁ ଖୋଲିଛି।

{"id":730521,"width":842,"height":474,"sizeSlug":"full","linkDestination":"none"}

ଏଥିରେ ଚୀନ୍‌ ସରକାରଙ୍କ ନିଷ୍ପତ୍ତି ପରିସ୍ଥିତିକୁ ଅଧିକ ଖରାପ କରିବ ବୋଲି ଏବେ ଆକଳନ କରାଯାଉଛି। ଏହା ସତ୍ତ୍ୱେ ରବିବାର ଠାରୁ ଚୀନ୍‌ ବିମାନ ବନ୍ଦର ଓ ବନ୍ଦର ବ୍ୟବସାୟ, ବାଣିଜ୍ୟ ଓ ଯାତ୍ରା ଲାଗି ସମ୍ପୂର୍ଣ୍ଣ ମୁକ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.