କିଏ ଏହି ଯୁବତୀ ? ପ୍ରଡକ୍ଟର ରିଭ୍ୟୁ ପାଇଁ ନିଅନ୍ତି ମାତ୍ର ୩ ସେକେଣ୍ତ, ରୋଜଗାର କିନ୍ତୁ ୧୨୦ କୋଟି

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ ୧୨।୦୨:  ଟଙ୍କା ରୋଜଗାର କରିବାକୁ ସମସ୍ତେ ବେଶ୍‌ ପରିଶ୍ରମ କରିଥାନ୍ତି । ଆଉ କିଛି ଏହାର ପରିମାଣ ଶୀଘ୍ର ପାଇଯାଆନ୍ତି ତ ଆଉ କାହାକୁ ବିଳମ୍ବରେ ମିଳିଥାଏ । କିନ୍ତୁ କେବେ ଶୁଣିଛନ୍ତି ଗୋଟିଏ ସପ୍ତାହରେ ୧୨୦ କୋଟି ଟଙ୍କାର ରୋଜଗାର । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ତେବେ କାମ ବି ବେଶ୍ ସରଳ ।  ଅର୍ଥାତ୍‌ କାମ ହେଉଛି ଅନଲାଇନରେ ପ୍ରଡକ୍ଟ ରିଭ୍ୟୁ ଦେବା ।

{"id":908045,"sizeSlug":"full","linkDestination":"none"}

 ସେ ପୁଣି ଗୋଟିଏ  ପ୍ରଡକ୍ଟର ରିଭ୍ୟୁ ହେଉଛି ମାତ୍ର ତିନି ସେକେଣ୍ତର । ଏହି ତିନି ସେକେଣ୍ତରେ ଗୋଟିଏ ପ୍ରଡକ୍ଟର ରିଭ୍ୟୁ ପାଇଁ ସପ୍ତାହକୁ ରୋଜଗାର କରନ୍ତି ପ୍ରାୟ ୧୨୦ କୋଟି ଟଙ୍କା । ତେବେ ଏପରି କିଛି କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଚାଇନା ଯୁବତୀ । ତାଙ୍କର ନିଆରା ରିଭ୍ୟୁ ଷ୍ଟାଇଲ ହିଁ ତାଙ୍କୁ ସୋସିଆଲ ମିଡ଼ିଆରେ ଲୋକପ୍ରିୟ କରି ପାରିଛି । ଫଳରେ ସେ ଏହି କାମ କରି ଏତେ ଗୁଡ଼ାଏ ଟଙ୍କା ଆୟ କରି ପାରୁଛନ୍ତି ।

{"id":908046,"sizeSlug":"full","linkDestination":"none"}

ବର୍ତ୍ତମାନ ସୋଶିଆଲ୍‌ ମିଡିଆ ଯୁଗ । ପ୍ରତିଦିନ ଅନଲାଇନରେ ଭିଡ଼ିଓ ତିଆରି କରୁଛନ୍ତି ଲକ୍ଷ ଲକ୍ଷ ଲୋକ । ଆଉ ଏଥିରୁ ମୋଟା ଅଙ୍କର କରୁଛନ୍ତି ରୋଜଗାର । ଖାସ୍‌ କରି ୟୁଟ୍ୟୁବ, ଇନଷ୍ଟାଗ୍ରାମ ପରି ସାଇଟ୍‌ରେ ଭିଡିଓ କରି ମୋଟା ଅଙ୍କର ରୋଜଗାର କରୁଛନ୍ତି ଯୁବପିଢ଼ି । ଯେତେ ଅଧିକ ଭିୟ୍ୟୁ ଆସେ ସେତେ ଅଧିକା ଟଙ୍କା । ତେବେ ଏପରି ଜଣେ ଯୁବତୀ ଖୁବ୍‌ ଚର୍ଚ୍ଚାରେ । ନାଁ ହେଉଛି ଜେଙ୍ଗ ଜିଆଙ୍ଗ ଜିଆଙ୍ଗ ।

{"id":908047,"sizeSlug":"full","linkDestination":"none"}

ସେ ଚୀନର ଜଣେ ମହିଳା ଉଦ୍ୟୋଗପତି । ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରଡକ୍ଟର ରିଭ୍ୟୁ କରନ୍ତି । ଆଉ ଆୟ କରନ୍ତି କୋଟି କୋଟି ଟଙ୍କା । TIKTOKର ଚାଇନିଜ ଭର୍ସନରେ ତାଙ୍କର ପାଞ୍ଚ ଲକ୍ଷରୁ ଅଧିକା ଫଲୋଅର୍ସ ଅଛନ୍ତି ।ତେବେ ଜେଙ୍ଗ ଜିଆଙ୍ଗଙ୍କ ଅନନ୍ୟ ଶୈଳୀ ହିଁ ତାଙ୍କୁ ଲୋକପ୍ରିୟ କରାଇଛି । ଯେକୌଣସି ପ୍ରଡକ୍ଟର ରିଭ୍ୟୁ କରିବା ପାଇଁ ଜେଙ୍ଗ ମାତ୍ର ତିନି ସେକେଣ୍ତ ନିଅନ୍ତି । ଏଥିରେ ପ୍ରଡକ୍ଟର ଦାମ କହିବା ସହ ପ୍ରଡକ୍ଟକୁ ମଧ୍ୟ ଦେଖାଇ ଥାଆନ୍ତି । ଏହା ହିଁ ତାଙ୍କୁ ସୋସିଆଲ ମିଡ଼ିଆରେ ଲୋକପ୍ରିୟ କରାଇଛି ।

{"id":908048,"sizeSlug":"full","linkDestination":"none"}

ତେବେ ଜେଙ୍ଗ ଭିଡିଓରେ ଗୋଟିଏ ପରେ ଗୋଟିଏ ଜିନିଷର ରିଭ୍ୟୁ କରୁଛନ୍ତି । ସେ ଗୋଟିଏ ଗୋଟିଏ ଉତ୍ପାଦ ଉଠାଇ ଦେଖାଉଛନ୍ତି ଓ ଏହାର ମୂଲ୍ୟ କହି ରଖି ଦେଉଛନ୍ତି । ଆଉ ଏହି ପ୍ରକ୍ରିୟା ପାଇଁ ତାଙ୍କୁ ମାତ୍ର ତିନି ସେକେଣ୍ତ ସମୟ ଲାଗିଥାଏ । ତାଙ୍କର ଏହି ଅନନ୍ୟ କୌଶଳ ବେଶ ଲୋକପ୍ରିୟ ହୋଇପାରିଛି । ଆଉ ଏଥିରୁ ସେ ମୋଟା ଅଙ୍କର ରୋଜଗାର କରିପାରୁଛନ୍ତି । 

You Can Read:

wp:embed {"url":"https://www.prameyanews7.com/what-facilities-are-available-for-family-of-a-bharat-ratna-recipient-after-death/","type":"wp-embed","providerNameSlug":"prameya-news-7"}
https://www.prameyanews7.com/what-facilities-are-available-for-family-of-a-bharat-ratna-recipient-after-death/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.