ବେଜିଂର ସ୍ପାଏ ବେଲୁନକୁ ଗୁଳି କରି ଖସାଇଲା ଆମେରିକା; କଡ଼ା ଜବାବ ଦେବାକୁ ଚୀନର ଚେତାବନୀ
5/02/2023 at 4:15 PM

ନୂଆଦିଲ୍ଲୀ: ଆମେରିକା ଆକାଶରେ ଉଡ଼ୁଥିବା ଚୀନର ଗୁଇନ୍ଦା ବେଲୁନକୁ ଗୁଳି କରି ଖସାଇ ଦେବା ପରେ ତାତିଲା ଚୀନ। ଏହାର ଉଚିତ୍ ଜବାବ ଦିଆଯିବ ବୋଲି ଚୀନ ଚେତବାନୀ ଦେଇଛି।
ଉତ୍ତର ଆମେରିକାର କାରୋଲିନା ଉପକୂଳବର୍ତ୍ତୀ ଏରିଆରେ ଚୀନର ଗୁଇନ୍ଦା ବେଲୁନ ଉଡ଼ୁଥିଲା ବେଳେ ଶନିବାର ଆମେରିକା ସରକାର ଏହାକୁ ଗୁଳି କରି ଖସାଇ ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ବାଇଡେନ୍ଙ୍କ ନିଷ୍ପତ୍ତିକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଯାହା ସମ୍ପୂର୍ଣ୍ଣ ଆଇନଗତ ବୋଲି ଆମେରିକା କହିଛି।
ତେବେ ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଚୀନ କହିଛି ଯେ ଆମେରିକା ଅନାବଶ୍ୟକ ଭାବେ ପ୍ରତିକ୍ରିୟାଶୀଳ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ଅନ୍ତର୍ଜତାୟୀ ବିଜ୍ଞାନ ଅଭ୍ୟାସ ନିୟମର ଉଲ୍ଲଂଘନ। ତେବେ ଏଥିପାଇଁ ଆବଶ୍ୟକ ସମୟରେ ଉଚିତ ଜବାବ ଦିଆଯିବ ବୋଲି ଚୀନ କହିଛି।
ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି । ଏଥିରେ ଚୀନ କହିଛି ” ମାନବ ରହିତ ସିଭିଲିଆନ ଏୟାରକ୍ରାଫ୍ଟ ଉପରେ ଆମେରିକାର ବଳ ପ୍ରୟୋଗ କରି ଆକ୍ରମଣକୁ ଚୀନ ଦୃଢ଼ ଅସନ୍ତୋଷ ବ୍ୟକ୍ତ କରିଛି।” ଏହି ଘଟଣାର ଜବାବ ଦିଆଯିବ ବୋଲି ଚୀନ କହିଛି।

ପଢ଼ନ୍ତୁ-ପାକିସ୍ତାନରେ ପୁଣି ବିସ୍ଫୋରଣ: ବାରୁଦ ଧୁଆଁରେ ଆକ୍ତାମାକ୍ତା ହେଲା କ୍ୱେଟ୍ଟା ସହର, ଏକାଧିକ ଆହତ
ମୋଣ୍ଟାନା ଆକାଶରେ ଉଡୁଥିବା ଚୀନର ଗୁଇନ୍ଦା ବେଲୁନ୍କୁ ଆଟାଲାଣ୍ଟିକ୍ ମହାସାଗରରେ ମାରି ଖସାଇଛି ଆମେରିକା। ଶନିବାର ଉତ୍ତର ଆମେରିକାର ସମ୍ବେଦନଶୀଳ ସୈନ୍ୟ ସ୍ଥଳ ପାର୍ କରିବା ପରେ ସନ୍ଦିଗ୍ଧ ବେଲୁନକୁ କୈରୋଲିନା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରରେ ମାରି ଖସାଇ ଦିଆଯାଇଛି । ଆମେରିକା ସୁରକ୍ଷା ଏଜେନ୍ସି ଯାଞ୍ଚ ପାଇଁ ବେଲୁନ୍ର ଧ୍ୱାଂସାବଶେଷ ସଂଗ୍ରହ କରୁଛି।
ଆମେରିକା ଉପରରେ ନଜର ରଖିବାକୁ ଚୀନ୍ ଷଡ଼ଯନ୍ତ୍ର କରି ଏଭଳି ବେଲୁନ ଛାଡ଼ିଥିବା ପେଣ୍ଟାଗନ ଦାବି କରିଛି । ଚୀନ ଛାଡ଼ିଥିବା ଏହି ବେଲୁନର ଆୟତନ ପ୍ରାୟ ୩ଟି ବସ୍ର ଆକାର ସହିତ ସମାନ ବୋଲି କୁହାଯାଉଛି।
Incredible HD footage of the Chinese surveillance balloon being shot down. pic.twitter.com/K1GxdcJuH1
— Graham Allen (@GrahamAllen_1) February 4, 2023
ପ୍ରଥମେ ଚୀନ ସ୍ପାଏ ବେଲୁନକୁ ନିଜର ବୋଲି ମାନିବାକୁ କୁଣ୍ଠାବୋଧ କରୁଥିଲା। ହେଲେ ପରେ ଏହା ତାର ବୋଲି ସ୍ୱୀକାର କରିଥିଲା। ହେଲେ ଏହା ଏକ ସିଭିଲିଆନ ୱେଦର ବେଲୁନ ବୋଲି କହିଥିଲା। ତେବେ ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ନିରାଶ ଜନକ। ତେଣୁ ଚୀନ ଏହାର ସୁରକ୍ଷା ପାଇ ଆବଶ୍ୟକୀୟ ପଦକ୍ଷେପ ନେବାର ଅଧିକାର ରହିଛି ବୋଲି ଚୀନ କହିଛି।
ତେବେ ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ଅଫିସରଙ୍କ ସୂଚନା ଅନୁସାରେ, ଏଭଳି ଘଟଣା ଥରେ ନୁହେଁ, ୨-୩ ଥର ଘଟିଛି। ଟ୍ରମ୍ପଙ୍କ ସମୟରେ ୨ଟି ବେଲୁନ ଦେଖାଯାଇଥିଲା। ଏବେ ବାଇଡେନ୍ଙ୍କ ସମୟରେ ଗୋଟିଏ ବେଲୁନ ଦେଖିବାକୁ ମିଳିଛି।