ଭାରତ ମହସାଗରରେ ଭାରତର ପ୍ରଭାବ ହ୍ରାସ କରିବାକୁ ଚାହୁଛି ଚୀନ୍, ଶସ୍ତା ଲୋନ୍ ମାଧ୍ୟମରେ ଖେଳୁଛି ଚାଲ୍‌: ରିପୋର୍ଟ

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ, ୨୪/୦୧: ଭାରତ ମହାସାଗରରେ ଭାରତର ପ୍ରଭାବକୁ କମାଇବାକୁ ଚାହୁଛି ଚୀନ୍‌। ଭାରତ ମହାସାଗରରେ ନିଜର ଆଧିପତ୍ୟ ବଢ଼ାଇବା ଏବଂ ଭାରତର ପ୍ରଭାବ କମ୍ କରିବା ପାଇଁ ଚୀନ୍ ଚେଷ୍ଟା କରୁଥିବା ସୋମବାର ସୁରକ୍ଷା ବୈଠକରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ କୁହାଯାଇଛି। ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ଆଇପିଏସ ଅଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରେ କୁହାଯାଇଛି ଚୀନ୍‌ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବିକାଶ ପାଇଁ ସହଜ ଲୋନ୍ ଦେବା ବାହାନାରେ ବହୁଳ ଭାବରେ ଅର୍ଥ ଖର୍ଚ୍ଚ କରୁଛି। ଏପରି କରି ଚୀନ୍ ନିଜର ଆଧିପତ୍ୟ ବଢ଼ାଇବା ସହ ଭାରତର ପ୍ରଭାବକୁ ହ୍ରାସ କରିବାକୁ ଚାହୁଛି।

ସୂଚନାଯୋଗ୍ୟ, ତିନି ଦିନିଆ ଏହି ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଏବଂ ପ୍ରାୟ ୩୫୦ ପୋଲିସ୍‌ ଅଧିକାରୀ ଉପସ୍ଥିତ ରହିଥିଲେ। ଉପସ୍ଥାପିତ ହୋଇଥିବା ରିପୋର୍ଟ ପେପରକୁ ଦେଶର କିଛି ଶୀର୍ଷ ଆଇପିଏସ ଅଫିସର ପ୍ରସ୍ତୁତ କରିଛନ୍ତି। ରିପୋର୍ଟ କୁହାଯାଇଛି ଭାରତ ମହସାଗରରେ ନୂଆଦିଲ୍ଲୀର ପ୍ରଭାବକୁ ହ୍ରାସ କରିବାର ଏକମାତ୍ର ଉଦ୍ଦେଶ୍ୟ ରହିଛି।

ଏଥିପାଇଁ ଚୀନ୍‌ ବେଲ୍ଠ ଏବଂ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରୋଜେକ୍ଟର ବ୍ୟବହାର କରି ଭାରତ ସହ ଏହାର ସୀମାବର୍ତ୍ତୀ ଦେଶରେ ନିଜର କାର୍ଯ୍ୟକଳାପ ଏବଂ ପ୍ରଭାବ ବଢ଼ାଉଛି। ଏହି ପୋଜେକ୍ଟରେ ଭାରତ ସହ ଏହାର ପଡ଼ୋଶୀ ଦେଶରେ ଚୀନ୍‌ ସହଜ ଋଣ ପ୍ରଦାନ କରୁଛି। ଏହିଭଳି ଭାବରେ ଭାରତରେ ସମ୍ବେଦନଶୀଳ ବର୍ଡର ଏବଂ ଏଲଏସିରେ ଥିବା ପରିସ୍ଥିତରୁ ଭ୍ରମିତ କରିବାକୁ ଚାହୁଛି।

ରିପୋର୍ଟରେ ଆହୁରି କୁହାଯାଇଛି, ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଇନାର ଆର୍ଥିକ ଏବଂ ସାମରିକ ବିକାଶ ହୋଇଛି। ଏହା ସହ ଭାରତର ପଡ଼ୋଶୀ ଦେଶରେ ଚାଇନାର କାର୍ଯ୍ୟକଳାପ ଏବଂ ହସ୍ତକ୍ଷେପ ବୃଦ୍ଧି ପାଇଥିବା ନେଇ ସେ କହିଛନ୍ତି। ତେବେ ଏପରି କରି ଭାରତକୁ ବିବଶ କରିବା ଏବଂ ଭାରତ ସାମ୍ନାରେ ଆହ୍ବାନପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଛି। ଏପରି କରି ଭାରତକୁ ଚୀନକୁ ଭାରତ ମହାସାଗରେ ନିଜର କ୍ଷମତା ବୃଦ୍ଧିକୁ କରିବାରେ ଭ୍ରମିତ କରିବପାରିବ। ସହ ଏସିଆରେ ଏକଛତ୍ରବାଦ ଆଧିପତ୍ୟ ହାସଲ କରିବାକୁ ଚାହୁଥିବା କୁହାଯାଉଛି।

ଏହି ରିପୋର୍ଟ ପେପର ଅନୁଯାୟୀ, ଚାଇନା ଏବେ ଦକ୍ଷିଣ ଏସୀୟ ଦେଶମାନଙ୍କରେ ଅଧିକ ସକ୍ରିୟ ହୋଇଛି। କେବଳ ବାଣିଜ୍ୟିକ ଏବଂ ବିକାଶମୂଳକ କାର୍ଯ୍ୟକଳାପ ନୁହେଁ ଏହା ରାଜନୀତିକ ଏବଂ ନିରାପତ୍ତାରେ ମଧ୍ୟ ଏହି ଦେଶମାନଙ୍କରେ ସକ୍ରିୟ ରହିଛି। ଚୀନ୍‌ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ନେପାଳ, ବଙ୍ଗଲାଦେଶ, ମ୍ୟାନମାର ଏବଂ ଶ୍ରୀଲଙ୍କାରେ ଭିତ୍ତିଭୂମି ବିକାଶ ନାମରେ ଏବଂ ଆର୍ଥିକ ସହଯୋଗ ନାଁରେ ସହଜ ଲୋନ୍ ଦେଉଛି। ଆଉ ଭାରତର ପଡ଼ୋଶୀ ଦେଶ ଚାଇନାକୁ ଏକ ଜରୁରୀ ସହାୟତା ଭାବେ କହିଛନ୍ତି। କାରଣ ଚୀନ୍‌ ସେମାନଙ୍କୁ ଟେକ୍ନୋଲୋଜୀ କିମ୍ବା ଲଜିଷ୍ଟିକ୍ ସହାୟତା ଯୋଗାଉଛି। ଏହା ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କାର ସବୁଠୁ ବଡ଼ ଟ୍ରେଡିଂ ପାର୍ଟନର ଭାବରେ ରହିଛି। କିନ୍ତୁ ଆର୍ଥିକ ସମ୍ପର୍କର ରାଜନୀତିକ ସମ୍ପର୍କ ସହ ମଧ୍ୟ ଯୋଡ଼ି ହୋଇଛି।

ତେବେ କୋଭିଡ୍‌-୧୯ ମହାମାରୀ ଚୀନକୁ ଏହି ସବୁ ଦେଶରେ ସିଧାସଳଖ କାମ କରିବାକୁ ପାଇଁ ସୁଯୋଗ ଦେଇଛି । ମେଡିକାଲ ସରଞ୍ଚାମ ଯୋଗାଇବା, ଜୈବଚିକିତ୍ସା ଜ୍ଞାନ ଭଳି ଅନେକ ସହାୟତା କରୁଛି। ଏହି ସବୁ କାର୍ଯ୍ୟକଳାପରୁ ଚୀନର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ୁଛି ଯେ ଭାରତ ମହାସାଗର କ୍ଷେତ୍ରରେ ଏହାର ଶକ୍ତି ବଢ଼ାଇବାକୁ ଖୁବ୍ ଚେଷ୍ଟା କରୁଛି। କାରର ଏହି କ୍ଷେତ୍ରରେ ଭାରତ ଚୀନ ପାଇଁ କଣ୍ଟା ଭାବରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.