LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦକ୍ଷିଣ ଚୀନ ସାଗରକୁ ବିଧ୍ୱଂସକ ପୋତ ପଠାଇଲା ଆମେରିକା, ଭୟଙ୍କର ପରିଣାମର ଚେତାବନୀ ଦେଲା ବେଜିଂ

24/03/2023 at 9:53 PM

ନୂଆଦିଲ୍ଲୀ: ଆମେରିକା ନୌସେନା ଦ୍ୱାରା ଲଗାତାର ଦ୍ୱିତୀୟ ଦିନରେ ଦକ୍ଷିଣ ଚୀନ ସାଗରରେ ବିବାଦୀୟ ପାରାସେଲ ଦ୍ୱୀପ ସମୂହ ନିକଟକୁ ଏକ ବିଧ୍ୱଂସକ ପୋତ ପଠାଇଛି । ଏହା ଉପରେ ଚୀନ ଶୁକ୍ରବାର ଚେତାବନୀ ଦେଇ ଭୟଙ୍କର ପରିମାଣ ଭୋଗିବାକୁ ପଡିବ ବୋଲି କହିଛି । ଏହାସହ ଆମେରିକାର ଏହି ପଦକ୍ଷେପକୁ ନିଜ ସୁରକ୍ଷା ଏବଂ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ଦର୍ଶାଇଛି । ଚୀନ ଏବଂ ଆମେରିକା ମଧ୍ୟରେ ପୂର୍ବରୁ ଉତ୍ତେଜନା ଜାରି ରହିଛି । ଦକ୍ଷିଣ ଚୀନ ସାଗରର ପୂରା ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରୁଛି, ଅନ୍ୟପଟେ ଆମେରିକା ଏହାକୁ ବିରୋଧ କରି ଆସୁଛି ।

ପାରାସେଲ ଦ୍ୱୀପ ନିକଟକୁ ବିଧ୍ୱସଂକ ୟୁଏସଏଫ ମିଲିୟସ ପଠାଇଥିଲା । ଏହାପରେ ଚୀନ ଗୁରୁବାର କହିଥିଲା ଯେ ଏହାର ନୌସେନା ଏବଂ ବାୟୁ ସେନା ଆମେରିକୀୟ ପୋତକୁ ପଛକୁ ହଟିବାକୁ ବାଧ୍ୟ କରିଥିଲେ । ଆମେରିକା ସେନା ଚୀନର ଏହି ଦାବିକୁ ଖଣ୍ଡନ କରିଥିଲା । ଏହାପରେ ଆମେରିକା ଶୁକ୍ରବାର ପୁଣି ଥରେ ଏହି ଦ୍ୱୀପ ନିକଟକୁ ନିଜ ପୋତ ପଠାଇଥିଲା । ଏହି ଦ୍ୱୀପ ଉପରେ ଚୀନର କବଜା ରହିଛି, କିନ୍ତୁ ତାଇୱାନ ଏବଂ ଭିଏତନାମ ମଧ୍ୟ ଏହା ଉପରେ ନିଜର ଦାବି କରି ଆସୁଛନ୍ତି ।

ଆମେରିକାର ଅଧିକାରୀ ଲେପ୍ଟନାଣ୍ଟ ଲୁକା ବେକିସ କହିଛନ୍ତି, ‘ଦକ୍ଷିଣ ଚୀନ ସାଗରରେ ବେଜିଂର ‘ଅବୈଧ ଏବଂ ବ୍ୟାପକ’ ଦାବି ସମୁଦ୍ରରେ ନୌବହାନ, ଏହା ଉପରେ ଉଡାଣ ଭରିବା, ମୁକ୍ତ ବାଣିଜ୍ୟ, ଅବାଧ ବାଣିଜ୍ୟ ଏବଂ ଆର୍ଥିକ ସୁଯୋଗର ସ୍ୱାଧୀନତା ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି’।

   Related Posts