scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଡ୍ରାଗନର ନୂଆ ଚାଲ, ଆମେରିକା ସୀମାରୁ ମାତ୍ର ୧୦୦ ମାଇଲ ଦୂରରେ ନିର୍ମାଣ କରୁଛି ଗୁଇନ୍ଦା କେନ୍ଦ୍ର

9/06/2023 at 7:17 PM

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ ମଧ୍ୟରେ ଲଗାତାର ବଢୁଥିବ ତିକ୍ତତା ମଧ୍ୟରେ ଡ୍ରାଗନ ଏକ ବଡ଼ ସ୍ପାଏ ସେଣ୍ଟର ଖୋଲିବାକୁ ଯାଉଛି । ଚଳିତ ବର୍ଷ ଆରମ୍ଭରେ ଚୀନର ଏକ କଥିତ ଗୁଇନ୍ଦା ବେଲୁନ ଆମେରିକା ଉପରେ ଉଡାଣ ଭରିଥିଲା । ଯାହାକୁ ନେଇ ପରେ ବେଶ ବିବାଦ ମଧ୍ୟ ହୋଇଥିଲା ।

ଆମେରିକା ଗୁଇନ୍ଦାର ଏକ ରିପୋର୍ଟ ଅନୁସାରେ ଚୀନ ଖୁବଶୀଘ୍ର କ୍ୟୁବାରେ ଏକ ସ୍ପାଏ ସେଣ୍ଟର ଖୋଲିବାକୁ ଯାଉଛି । ଏବଂ ଏହି କେନ୍ଦ୍ର ଆମେରିକାର ଫ୍ଲୋରିଡାଠାରୁ ମାତ୍ର ୧୦୦ ମାଇଲ୍ ଦୂରରେ ଥିବା ଏକ ଦ୍ୱୀପରେ ନିର୍ମାଣ କରାଯାଉଛି ।

ଆମେରିକୀୟ ଟିଭି ମିଡିଆ ସିଏନଏନର ଖବର ଅନୁସାରେ, ଚୀନର ଇଲେକ୍ଟ୍ରନିକ ଇଭେସଡ୍ରପିଙ୍ଗ ଫେସିଲିଟିକୁ ପ୍ରତିଷ୍ଠା ପାଇଁ କ୍ୟୁବା ଅନୁମତି ଦେଇଛି । ଏହାପରେ ଚୀନ ଏବଂ କ୍ୟୁବା ସ୍ପାଏ ସେଣ୍ଟର ପାଇଁ ଏକ ବୁଝାମଣାରେ ପହଞ୍ଚିଛନ୍ତି । ଇଣ୍ଟେଲିଜେନ୍ସି ଡିପାର୍ଟମେଣ୍ଟର ଅଧିକାରୀଙ୍କ କହିବା ଅନୁସାରେ ଚୀନ ଏଥିପାଇଁ କ୍ୟୁବାକୁ ବିଲିୟନ ବିଲିୟନ ଡଲାର ଦେବାକୁ ପ୍ରସ୍ତୁତ ଅଛି । ଏଠାରୁ ହିଁ ଆମେରିକା ଉପରେ ଚୀନ ନଜର ରଖିବ ।

ଗୁଇନ୍ଦା କେନ୍ଦ୍ର ଉପରେ ଚୀନ କାମ କରିବା ଆରମ୍ଭ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଏହି ସମସ୍ତ ଦାବିକୁ କ୍ୟୁବାର ଉପ-ବିଦେଶ ମନ୍ତ୍ରୀ କାର୍ଲେସ ଫର୍ଣ୍ଣାଡିଜ୍ ଡି କୋସିୟୋ ଖଣ୍ଡନ କରିଛନ୍ତି । ଏହି ଖବରରେ କୌଣସି ସତ୍ୟତା ନଥିବା ସେ କହିଛନ୍ତି ।

Also Read: ଅନୁକମ୍ପାରେ ମିଳୁଥିବା ଚାକିରୀ ଅଧିକାର ନୁହେଁ, ଯୋଗ୍ୟତା ପୂରଣ କରିବା ଜରୁରୀ:  ସୁପ୍ରିମକୋର୍ଟ

   Related Posts