ଇଣ୍ଡିଆନ କୋଷ୍ଟ ଗାର୍ଡ କଲା ଏମିତି କମାଲ, ଚୀନ୍‌ ପାଲଟି ଗଲା ପ୍ରଶଂସକ...ଜଣାଇଲା କୃତଜ୍ଞତା

Published By : Prameya-News7 Bureau | June 10, 2025 IST

ନୂଆଦିଲ୍ଲୀ : ସୀମା ବିବାଦ ଓ ପାକିସ୍ତାନକୁ ସମର୍ଥନ ଯୋଗୁଁ ଭାରତ ସହ ଚୀନର ସମ୍ୱନ୍ଧ ଉତ୍ତେଜନାପୂର୍ଣ୍ଣ ହୋଇ ରହିଛି। ହେଲେ ଭାରତୀୟ ତଟରକ୍ଷୀ ବାହିନୀର ସତର୍କତା ଓ ସାହାଯ୍ୟ ଭାବନାରେ ଚୀନ ମଧ୍ୟ ପ୍ରଭାବିତ ହୋଇଛି। କେରଳ ତଟ ନିକଟରେ ସିଙ୍ଗାପୁରରେ ଏକ ସିପ୍‌ ଏମଭି୍‌ ଭାନ ହାଇ ୫୦୩ରେ ବିସ୍ଫୋରଣ ଓ ନିଆଁ ଲାଗିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ତୁରନ୍ତ ନିଜର ସିପ୍‌କୁ କାମରେ ଲଗାଇ ଦେଇ ଥିଲା ଏବଂ ନିଆଁକୁ କାବୁ କରିଥିଲା। ଏହି ସିପ୍‌ର ଚାଳକ ଦଳରେ ଚୀନର ନାଗରିକ ମଧ୍ୟ ସାମିଲ ଥିଲେ। ଭାରତରେ ଚାଇନା ଦୂତାବାସର ପ୍ରବକ୍ତା ୟୁ ଜିଙ୍ଗ୍‌ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଭାରତୀୟ ନୌସେନା ଓ ମୁମ୍ୱାଇ ତଟରକ୍ଷୀ ବାହିନୀର ପ୍ରଶଂସା କରିଛି। 

ସେ କହିଛନ୍ତି ଯେ, ଏହି ସିପ୍‌ରେ ମୋଟ ୨୨ଟି ଚାଳକ ଦଳର ସଦସ୍ୟ ଥିଲେ , ଏଥିରୁ ୧୪ଟି ଚୀନ୍‌ର ଥିଲେ। କେରଳର ଅଝିକ୍କଲରୁ ୪୪ ନଟିକଲ ମାଇଲ୍ ଦୂରରେ ଥିବା ସିପ୍‌ରେ ନିଆଁ ଲାଗି ଯାଇଥିଲା। କଲମ୍ୱୋରୁ ନହାଭା ସେଭାକୁ ଯାତ୍ରା ସମୟରେ ସିପ୍‌ରେ ନିଆଁ ଲାଗି ଯାଇ ଥିଲା। ଏହି ଦୁର୍ଘଟଣାରେ ଅତି କମ୍‌ରେ ୪ଜଣ କ୍ରୁ ମେମ୍ୱର ନିଖୋଜ ହୋଇ ଥିବା ବେଳେ ୫ଜଣ ଲୋକ ଆହତ ହୋଇଛନ୍ତି। ଏହି ସିପ୍‌ଟି ଏକ କଣ୍ଟେନର ନେଇ ଯାଉଥିଲା। ସିପ୍‌ରେ ନିଆଁ ଲାଗିବା ପରେ ଆଇସିଜିଏସ୍ ରାଜଦୂତ, ଆଇସିଜିଏସ ଅର୍ଣ୍ଣଭେସ ଓ ଆଇସିଜିଏସ ସଚେତକୁ ତୁରନ୍ତ ପଠାଯାଇ ଥିଲା।

ଇଣ୍ଡିଆନ କୋଷ୍ଟ ଗାର୍ଡ କହିଥିଲା ଯେ ସିଙ୍ଗାପୁରର ପତାକା ଥିବା ଏମଭି ଭାନ ହାଇ ୫୦୩ କୁ ତୁରନ୍ତ ସହାୟତା ଦିଆଗଲା। ଆଇସିଜି ଏୟାରକ୍ରାଫ୍ଟ ଏୟାର ଡ୍ରପେବଲ ଜରିଆରେ ନିଆଁ ଲିଭାଗଲା। ସେପଟେ ସହାୟତା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ୪ଟି ସିପ୍‌କୁ ତୁରନ୍ତ ପଠାଯାଇ ଥିଲା। କୁହାଯାଇଛି ଯେ, ସିପ୍‌ ମଝିରେ କଣ୍ଟେନର ବେ’ ରେ ନିଆଁ ଲାଗିଥିଲା। ନିଆଁକୁ କାବୁ କରିବା ପରେ ବି କଳା ଧୂଆଁ ଉଠୁଥିଲା। କୋଷ୍ଟ ଗାର୍ଡ କହିଛି ଯେ, ସମୁଦ୍ର ପ୍ରହରୀ ସଚେତ ବାଉଣ୍ଡ୍ରି କୁଲିଂର କାମରେ ଲାଗିଛି। ଆଇସିଜି ସିପ୍‌ ସମର୍ଥକୁ ମଧ୍ୟ ମୁତୟନ କରାଯାଇଛି।

ସବିଚ୍‌ ମେଙ୍ଗାଲୁରୁର ଡେପୁଟୀ ପୁଲିସ କମିଶନର ( ଆଇନ ଓ ଶୃଙ୍ଖଳା) ସିଦ୍ଧାର୍ଥ ଗୋୟଲ କହିଛନ୍ତି ଯେ, ଆଇଏନଏସ ସୂରତ ଜରିଆରେ ଅଣାଯାଇ ଥିବା ୧୮ ସଦସ୍ୟଙ୍କ ମଧ୍ୟରେ ଦୁଇ ଜଣ ଗୁରୁତର ହୋଇଛନ୍ତି, ଅନ୍ୟପଟେ ୪ଜଣଙ୍କୁ ସାଧାରଣ ଆହତ ଲାଗିଛି, ଆଉ ୧୨ଜଣ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେ କହିଛନ୍ତି ଯେ, ସବୁ ଆହତଙ୍କୁ ଏଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ସ୍ଥିତି ବିପଦମୁକ୍ତ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.