ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

‘ନାଲି ଗାର ଟପନି’: ତାଇୱାନ ପ୍ରସଙ୍ଗରେ ଆମେରିକାକୁ ଚେତାବନୀ ଦେଲେ ଚୀନ ବୈଦେଶିକ ମନ୍ତ୍ରୀ

7/03/2023 at 5:08 PM

ନୂଆଦିଲ୍ଲୀ: ଚୀନର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ତାଇୱାନ ପ୍ରସଙ୍ଗରେ ଆମେରିକାକୁ ଚେତାବନୀ ଦେଇଛନ୍ତି କିନ୍ ଗ୍ୟାଙ୍ଗ । ଚୀନ ସଂସଦର ବାର୍ଷିକ ଅଧିବେଶନ ବାହାରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଇୱାନ ହେଉଛି ‘ଫାଷ୍ଟ ରେଡ୍ ଲାଇନ୍’ ଆମେରିକା ଏହାକୁ ଅତିକ୍ରମ ନ କରିବା ଦରକାର । ଏହାସହ ସେ କହିଛନ୍ତି ଯେ ତାଇୱାନକୁ ଚୀନର ଅଂଶ ଭାବେ ଅସ୍ୱୀକାର କରିବା ଆମେରିକା ଅଧିକାରୀଙ୍କ ପାଇଁ ନିର୍ବୋଧତାର ପରିଚୟ ଅଟେ ।

ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ‘ତାଇୱାନ ହେଉଛି ଚୀନ ସ୍ୱାର୍ଥର ସବୁଠୁ ବଡ଼ ପ୍ରସଙ୍ଗ । ଏହା ଚୀନ ଏବଂ ଆମେରିକାର ସମ୍ପର୍କର ମୂଳ ଆଧାର ଏବଂ ଚୀନ-ଆମେରିକା ସମ୍ପର୍କରେ ଆମେରିକା ନାଲି ଗାର ନ ଟପିବା ଦରକାର’ ।

ତାଇୱାନ ପ୍ରସଙ୍ଗ ପାଇଁ ୱାଶିଂଟନକୁ ସମସ୍ତ ଦୋଷ ଦେଇଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ । ଏହାସହ ସେ କହିଛନ୍ତି ତଥାକଥିତ ଦୁଇ ଚୀନ ଉପରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବେଜିଂ ପ୍ରସାୟ ଜାରି ରଖିବ ।

ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ଚୀନ ଏବଂ ତାଇୱାନ ମଧ୍ୟରେ ବିବାଦ ଅଧିକ ବଢିଯାଇଛି । ଗଣତାନ୍ତ୍ରିକ ଦେଶ ତାଇୱାନକୁ ଚୀନ ନିଜର ବୋଲି ଦାବି କରି ଆସୁଛି । ଏହାସହ ତିନି ବର୍ଷରେ କୂଟନୈତିକ ଏବଂ ମିଲିଟାରୀ ଶକ୍ତି ବଳରେ ଚାଇନାର ସାର୍ବଭୌତ୍ୱ ସ୍ୱୀକାର କରିବା ପାଇଁ ତାଇୱାନ ଉପରେ ଚାପ ପକାଉଛି । ଅନ୍ୟପଟେ ତାଇୱାନ ଏହାର ଦୃଢ ବିରୋଧ କରୁଛି । ତାଇୱାନ ଲୋକୁ ସେମାନଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ରହିଛି ବୋଲି କହି ଆସୁଛି । ତାଇୱାନକୁ ଆମେରିକାର ସମର୍ଥନ ରହିଛି ।

   Related Posts